ଝୁଲିଲା ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା
Advertisement
Article Detail0/zeeodisha/odisha882358

ଝୁଲିଲା ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା

 କୋରୋନା ସଂକ୍ରମଣ ନିୟନ୍ତ୍ରଣାଧିନକୁ ଆସିବା ପରେ ଚଳିତବର୍ଷ ଫେବୃଆରୀରୁ ରାଜ୍ୟର ହାଇସ୍କୁଲ ଓ କଲେଜ ଖୋଲିଛି। କିନ୍ତୁ ବର୍ତ୍ତମାନ ମହାମାରୀର ଦ୍ୱିତୀୟ ଲହରୀ ପାଇଁ ପୁଣି ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡିଛନ୍ତି। କୋରୋନା ପାଇଁ ନିର୍ଦ୍ଧାରିତ ସମୟରେ ନବମ ପରୀକ୍ଷା ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଫାଇଲ ଫଟୋ

ଭୁବନେଶ୍ୱର: ମହାମାରୀ କୋରୋନା ପାଇଁ ଅନ୍ଧାର ଭିତରକୁ ଟାଣି ହୋଇଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଲକଡାଉନ, ସଟଡାଉନ ପାଇଁ ଗତ ବର୍ଷ ମାର୍ଚ୍ଚ ପରଠୁ ସବୁ ଶିକ୍ଷାନୁଷ୍ଠାନରେ ପାଠ ପଢା ବନ୍ଦ ଥିଲା। କୋରୋନା ସଂକ୍ରମଣ ନିୟନ୍ତ୍ରଣାଧିନକୁ ଆସିବା ପରେ ଚଳିତବର୍ଷ ଫେବୃଆରୀରୁ ରାଜ୍ୟର ହାଇସ୍କୁଲ ଓ କଲେଜ ଖୋଲିଛି। କିନ୍ତୁ ବର୍ତ୍ତମାନ ମହାମାରୀର ଦ୍ୱିତୀୟ ଲହରୀ ପାଇଁ ପୁଣି ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡିଛନ୍ତି। କୋରୋନା ପାଇଁ ନିର୍ଦ୍ଧାରିତ ସମୟରେ ନବମ ପରୀକ୍ଷା ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ରାଜ୍ୟର ବିଭିନ୍ନ ଶୁକ୍ଷାନୁଷ୍ଠାନରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଫେବୃଆରୀ ୮ ତାରିଖରୁ ଆରମ୍ଭ ହୋଇଥିବା ଶ୍ରେଣୀ କକ୍ଷ ପାଠପଢାକୁ (Class room study) ସରକାର ସାମୟିକ ଭାବେ ବାତିଲ କରିଛନ୍ତି। ଏପ୍ରିଲ ୩୦ ପର୍ଯ୍ୟନ୍ତ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବନ୍ଦ ରହିବ। ଫଳରେ ସରକାର ନିଜେ ନିର୍ଦ୍ଧାରିତ କରିଥିବା ୧୦୦ ଦିନିଆ ଶିକ୍ଷା ଦିବସ ଲକ୍ଷ୍ୟ ପୂରଣ ହେବ ନାହିଁ। ସ୍କୁଲ ବନ୍ଦ ପାଇଁ ଏପ୍ରିଲ ଶେଷ ସପ୍ତାହରେ ଯେଉଁ ବାର୍ଷିକ ପରୀକ୍ଷା (Annual Examination) ହେବାର ଥିଲା ତାହା ମଧ୍ୟ ଅଟକି ଗଲା।

Also Read: ୮ରୁ ନବମ ଓ ଏକାଦଶ ପାଠପଢା, ଏହି ଦିନ ହେବ ପରୀକ୍ଷା

ସେପଟେ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ (Samir Dash) କହିଛନ୍ତି, ‘ଏପ୍ରିଲ ୩୦ ଯାଏ ପିଲାଙ୍କ ସ୍କୁଲ ବନ୍ଦ ଥିବାରୁ ତା'ପରେ ନିଷ୍ପତ୍ତି ନିଆଯିବ। ପିଲାଏ ବାର୍ଷିକ ପରୀକ୍ଷା ଦିଅନ୍ତୁ ବୋଲି ସରକାର ଚାହୁଁଛନ୍ତି। ନବମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆଉ ଅଳ୍ପ ବାକି ଅଛି, ଏପ୍ରିଲ ୩୦ ପରେ ସ୍ଥିତିକୁ ଦେଖି ପରୀକ୍ଷା ନିଷ୍ପତ୍ତି ନିଆଯିବ। ପରୀକ୍ଷା ପୂର୍ବରୁ କିମ୍ବା ଦେଉଥିବା ବେଳେ କୋରୋନା (Coronavirus) ହେଲେ ତାହାର ବିକଳ୍ପ ବ୍ୟବସ୍ଥା କରାଯିବ।'