ବରଗଡ଼ ପାଲଟିବ ଦିଲ୍ଲୀ ବର୍ଡର୍!
Advertisement

ବରଗଡ଼ ପାଲଟିବ ଦିଲ୍ଲୀ ବର୍ଡର୍!

ଜାନୁଆରୀ ୨୬ ତାରିଖରେ ଦିଲ୍ଲୀ (Delhi) ରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଟ୍ରାକ୍ଟର ରାଲି ଆନ୍ଦୋଳନକୁ ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ନୟ ସମିତି ପୁରା ସମର୍ଥନ ରହିବ ବୋଲି ଚାଷୀନେତା ଅଶୋକ ପ୍ରଧାନ କହିଛନ୍ତି। 

ବରଗଡ଼ ପାଲଟିବ ଦିଲ୍ଲୀ ବର୍ଡର୍!

ଅଜୟ ନାଥ, ସମ୍ବଲପୁର: ରାଜ୍ୟରେ ଲମ୍ବିଚାଲିଛି ଦିଲ୍ଲୀ କୃଷକ ଆନ୍ଦୋଳନର ଚେର। ୨ ଦନି ତଳେ ରାଜ୍ୟର ପ୍ରାୟ ୫୦୦ କୃଷକ ଦିଲ୍ଲୀ ଯାତ୍ରା କରିଛନ୍ତି। କେବଳ ଜାତୀୟ କିମ୍ବା ରାଜ୍ୟସ୍ତରରେ ନୁହେଁ ଜିଲ୍ଲାସ୍ତରରେ ବି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରାଯାଉଛି। ଆସନ୍ତା ଶନିବାର ଦିନ ଏହି ପରିପେକ୍ଷୀରେ ବରଗଡ ଚାଷୀମାନେ ଏକ ବିରୋଧ ସମାବେଶ କରାଯିବ।

କେନ୍ଦ୍ର ସରକାର (Modi Govt) ଆଣିଥିବା  ନୂତନ କୄଷି ଆଇନ (New farm Law) କୁ ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି ବିରୋଧ କରୁଛି। ଏଥିପାଇଁ  ଆସନ୍ତା ୨୩ ତାରିଖ ଦିନ ବରଗଡରେ ଆନ୍ଦୋଳନ (Farmer Protest) କରାଯିବ। ଏଥିପାଇଁ ଏକ ବିରାଟ ଚାଷୀ ସମାବେଶର ଆୟୋଜନ ହେବ। ଜାନୁଆରୀ ୨୬ ତାରିଖରେ ଦିଲ୍ଲୀ (Delhi) ରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଟ୍ରାକ୍ଟର ରାଲି ଆନ୍ଦୋଳନକୁ ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ନୟ ସମିତି ପୁରା ସମର୍ଥନ ରହିବ ବୋଲି ଚାଷୀନେତା ଅଶୋକ ପ୍ରଧାନ କହିଛନ୍ତି। 

Also Read: ନିଷ୍ପ୍ରଭାବ 5T! ଦିନ ସାଢେ ଏଗାରଟା ଯାଏଁ ବାବୁଙ୍କ ଦେଖାନାହିଁ

ଆଗାମୀ ୨୩ ତାରିଖରେ ନେତାଜୀ ସୁବାଷ ବୋଷ ଜୟନ୍ତୀ (Netaji Jayanti) ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପଡୁଛି। ଏହି ଦିନକୁ ମହିଳା ଚାଷୀ ଦିବସ (Women Farmer Day) ଭାବେ ପାଳନ କରିବାକୁ ଦିଲ୍ଲୀରେ ଆନ୍ଦୋଳନରତ କୃଷକମାନେ ଘୋଷଣା କରିଛନ୍ତି। ତେବେ ଏହି ଦିନ କୃଷି ଆଇନ ବିରୋଧରେ ବରଗଡ଼ (Bargarh) ଗାନ୍ଧୀଛକ ଠାରେ ବିଶାଳ  ଚାଷୀ ରାଲି କରାଯିବ। ଏଥିରେ ପଶ୍ଚିମ ଓଡିଶା (Westren Odisha) ର ସବୁ ଜିଲ୍ଲାର ଚାଷୀ ଯୋଗ ଦେବେ ବୋଲି ଚାଷୀ ସଂଗଠନ କହିଛି।