'ମୋ-ସ୍କୁଲ୍ ଅଭିଯାନ'; ପୋଷ୍ୟ ହେବେ ୧୦୦୦ ବିଦ୍ୟାର୍ଥୀ, ପାଠପଢ଼ା ବୁଝିବେ ପ୍ରଶାସନିକ ଅଧିକାରୀ
Advertisement

'ମୋ-ସ୍କୁଲ୍ ଅଭିଯାନ'; ପୋଷ୍ୟ ହେବେ ୧୦୦୦ ବିଦ୍ୟାର୍ଥୀ, ପାଠପଢ଼ା ବୁଝିବେ ପ୍ରଶାସନିକ ଅଧିକାରୀ

ଅଭିଯାନ ମାଧ୍ୟମରେ ୧୦୦ଟି ସ୍କୁଲର ଦାୟୀତ୍ୱ ନିଆଯିବ। ଶିକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। 5Tରେ ଅନ୍ତର୍ଭୂକ୍ତ ହେବା ପରେ ମୋ-ସ୍କୁଲ୍ ଅଭିଯାନକୁ ଗୁରୁତ୍ୱ ଦିଆଯାଇଛି। 

ଡିଜାଇନ ଫଟୋ

ଭୁବନେଶ୍ୱର: ଶିକ୍ଷାର ମହତ୍ୱ ବୁଝିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'। ଏହି ଅଭିଯାନ ମାଧ୍ୟମରେ ୧୦୦ଟି ସ୍କୁଲର ଦାୟୀତ୍ୱ ନିଆଯିବ। ଶିକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। 5Tରେ ଅନ୍ତର୍ଭୂକ୍ତ ହେବା ପରେ ମୋ-ସ୍କୁଲ୍ ଅଭିଯାନକୁ ଗୁରୁତ୍ୱ ଦିଆଯାଇଛି। 

ମଙ୍ଗଳବାର 'ମୋ-ସ୍କୁଲ୍ ଅଭିଯାନ' ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା (Odisha Education system) ର ବିକାଶ ପାଇଁ ଅନେକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ବିଶେଷ କରି ଆଭ୍ୟନ୍ତରୀଣ ଜିଲ୍ଲା (Odisha Internal Dist)ର ଛାତ୍ରଛାତ୍ରୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

Also Read: ବିଦ୍ୟା ମନ୍ଦିରରେ ବିଲ ଫସଲ

ଏହା ବ୍ୟତୀତ ନିମ୍ନକ୍ତ ବିଷୟ ଉପରେ ମଧ୍ୟ 'ମୋ-ସ୍କୁଲ୍ ଅଭିଯାନ' (Mo School) ପରିଚାଳନା ପରିଷଦ ନିଷ୍ପତ୍ତି ନେଇଛି।  

  • ୧୦୦ ସ୍କୁଲର ବିକାଶ ଦାୟିତ୍ୱ ନେବ 'ମୋ-ସ୍କୁଲ୍ ଅଭିଯାନ'।  
  • ବର୍ଷକ ମଧ୍ୟରେ ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲ ଚୟନ ହେବ।
  • ଚୟନ ସ୍କୁଲକୁ ମଡେଲ୍ ସ୍କୁଲରେ ବିକଶିତ କରାଯିବ।
  • ପ୍ରତି ଜିଲ୍ଲାରୁ ଅତିକମରେ ୩ଟି ଲେଖାଁଏ ସ୍କୁଲ ରହିବ।
  • ଖୁବଶୀଘ୍ର ଆରମ୍ଭ ହେବ 'ଷ୍ଟୁଡେଣ୍ଟ ଆଡପସନ୍' କାର୍ଯ୍ୟକ୍ରମ।
  • ଛାତ୍ରଛାତ୍ରୀଙ୍କୁ ପୋଷ୍ୟଭାବେ ଗ୍ରହଣ କରାଯାଇପାରିବ।
  • ୧୦୦ ସ୍କୁଲର ୧୦୦୦ ଛାତ୍ରଛାତ୍ରୀଙ୍କୁ ପୋଷ୍ୟଭାବେ ଗ୍ରହଣ ବ୍ୟବସ୍ଥା।
  • ଇଛୁକ ବ୍ୟକ୍ତି ଓ ପୂର୍ବତନ ଛାତ୍ରଛାତ୍ରୀ ପୋଷ୍ୟଭାବେ ଗ୍ରହଣ କରିବେ।
  • ସେମାନଙ୍କ ପାଠପଢ଼ା ବିଷୟ ବୁଝିବେ ପ୍ରଶାସନିକ ଅଧିକାରୀ।
  • ରାଜନୈତିକ ବ୍ୟକ୍ତିଙ୍କୁ 'ମୋ-ସ୍କୁଲ୍ ଅଭିଯାନ' କାର୍ଯ୍ୟକ୍ରମରେ ସାମିଲ୍ କରାଯିବ।
  • କର୍ପୋରେଟ୍ କ୍ଷେତ୍ରର ବ୍ୟକ୍ତି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ୍ ହେବେ।