ଆଜିଠୁ ଅଷ୍ଟମ ପ୍ଲସଙ୍କ ଅଫଲାଇନ୍ କ୍ଲାସ, ଏହି ଦିନ ଆରମ୍ଭ ହେବ ପ୍ରାଥମିକ ଶ୍ରେଣୀର ପାଠପଢ଼ା
Advertisement
Article Detail0/zeeodisha/odisha1090691

ଆଜିଠୁ ଅଷ୍ଟମ ପ୍ଲସଙ୍କ ଅଫଲାଇନ୍ କ୍ଲାସ, ଏହି ଦିନ ଆରମ୍ଭ ହେବ ପ୍ରାଥମିକ ଶ୍ରେଣୀର ପାଠପଢ଼ା

କୋରୋନା କାଳରେ ପୁନଃବାର ଖୋଲୁଥିବା ବିଦ୍ୟାଳୟରେ ପାଠପଢ଼ାର ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ୧୦ଟା ରୁ ୧ଟା ଯାଏଁ ପ୍ରଥମରୁ ଅଷ୍ଟମ ଏବଂ ୧୦ଟା ରୁ ୪ଟା ଯାଏଁ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ସୋମବାରଠୁ ସ୍କୁଲରେ ପୁଣି ଆରମ୍ଭ ହେବ କୋଳାହଳ। ରାଜ୍ୟରେ ପର୍ଯ୍ୟାୟକ୍ରମେ ଫେବୃଆରୀ ୭ ଓ ୧୪ ତାରିଖରୁ କେଜିରୁ ପିଜି ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ଲାଗି ଶିକ୍ଷାନୁଷ୍ଠାନ ଖୋଲିବ। ଏନେଇ ସରକାର ଗତ ସପ୍ତାହରେ ଘୋଷଣା କରିସାରିଛନ୍ତି। ଅର୍ଥାତ୍ ତୃତୀୟ ଲହର କଟକଣା ଯୋଗୁଁ ପ୍ରାୟ ଏକ ମାସ ପରେ ଶ୍ରେଣୀ ଗୃହ ଶିକ୍ଷାଦାନ ସ୍ବାଭାବିକ ହେବାକୁ ଯାଉଛି। କେବଳ ପାଠପଢା ନୁହେଁ ବରଂ ପରୀକ୍ଷା କଥା ବି ସରକାର ସ୍ପଷ୍ଟ କରିଛନ୍ତି।

କୋରୋନା କାଳରେ ପୁନଃବାର ଖୋଲୁଥିବା ବିଦ୍ୟାଳୟରେ ପାଠପଢ଼ାର ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ୧୦ଟା ରୁ ୧ଟା ଯାଏଁ ପ୍ରଥମରୁ ଅଷ୍ଟମ ଏବଂ ୧୦ଟା ରୁ ୪ଟା ଯାଏଁ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ନିଶ୍ଚିତ ହେବ, କେବଳ ନିର୍ଦ୍ଧାରିତ ତାରିଖକୁ ଅପେକ୍ଷା ଅଛି। ହେଲେ କେବେ ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ? ସାଧାରଣତଃ ଫେବୃଆରୀରେ ଦଶମ ଓ ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା ହୋଇଥାଏ। ହେଲେ କୋରୋନା ଶିକ୍ଷାବର୍ଷର କ୍ୟାଲେଣ୍ଡରକୁ ଏକଦମ୍ ବଦଳାଇ ଦେଇଛି।

Also Read: ଚର୍ଚ୍ଚାରେ ରେଙ୍ଗାଲି ପଞ୍ଚାୟତ; ରଣାଙ୍ଗନରେ କିନ୍ନର, ଭିନ୍ନକ୍ଷମ ଓ ଅଭିନବ ପ୍ରଚାରକ

ବାରମ୍ବାର ଶିକ୍ଷାନୁଷ୍ଠାନ ଖୋଲା ଓ ବନ୍ଦ ପରେ ତୃତୀୟ ଲହର ଭୟ ଟଳିଛି। ତେଣୁ ସୋମବାର (ଫେବୃଆରୀ ୭ ତାରିଖ)ରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି। ଏଥିସହ ସମସ୍ତ କ୍ଲାସ୍ ପ୍ରମୋସନ୍ ପରୀକ୍ଷା ସମେତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା କରିବା ନିଷ୍ପତ୍ତି ବି ଶୁଣାଇଛନ୍ତି। ହାଇସ୍କୁଲ ସହ ବୈଷୟୀକ ଶିକ୍ଷାନୁଷ୍ଠାନରେ ମଧ୍ୟ ସୋମବାର ଠାରୁ ଅଫଲାଇନ ପାଠପଢା ଆରମ୍ଭ ହେଉଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ସ୍କୁଲ ଖୋଲିବା ନେଇ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ସେପଟେ କିନ୍ତୁ ଶିକ୍ଷାବିତଙ୍କ ମତ, ପରୀକ୍ଷା ଆଉ ଏକ ମାସେ ଘୁଞ୍ଚାଇ ଦିଆଯାଉ।  

ସୋମବାରରୁ ଅଷ୍ଟମରୁ ଉପରକୁ ଓ ୧୪ ତାରିଖରୁ କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍କୁଲ୍ ବିଶୋଧନ ମଧ୍ୟ କରାଯାଉଛି। ପ୍ରାୟ ଦୁଇ ବର୍ଷ ପରେ ସବୁ ଶ୍ରେଣୀର ପିଲା ସ୍କୁଲ ହତା ମାଡିବାକୁ ଥିବାରୁ କୋଭିଡ ନିୟମାବଳୀରେ ପାଠପଢାଇବାର ରିସ୍କ ରହିଛି। ତେଣୁ ସରକାର ସ୍କୁଲ ଖୋଲିବା ଉପରେ ଆଉଥରେ ବିଚାର କରିବା ଜରୁରୀ ବୋଲି ଅଭିଭାବକ ସଂଘ କହିଛି । ଅନ୍ୟପଟେ ଏସଓପି ମୁତାବକ ପାଠପଢା ଓ ପରୀକ୍ଷା ଉଭୟ ପରିଷଦ ହାତରେ ଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

Also Read: କେମିତି ବେଧଡ଼କ ଚାଲିଥିଲା ଦେଶୀମଦର ମିନି ଇଣ୍ଡଷ୍ଟ୍ରୀ ?

ସ୍କୁଲରେ ପିଲାଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। ତେବେ ଆଗକୁ ସରକାରଙ୍କ ଘୋଷଣା ମୁତାବକ, ପାଠପଢ଼ା ଓ ପରୀକ୍ଷା ହେବାକୁ ଯାଉଛି। ଅଫଲାଇନ ପାଠପଢା ହେଲେ ବିଶେଷକରି ଗ୍ରାମାଞ୍ଚଳର ପିଲାମାନେ ଅଧିକ ଉପକୃତ ହେବେ। ତେଣୁ ପିଲାମାନେ ଅଯଥା ଆନ୍ଦୋଳନ ନ କରି ପାଠପଢ଼ାରେ ମନ ଲଗାନ୍ତୁ ବୋଲି ଶିକ୍ଷାବିତ୍ ପରାମର୍ଶ ଦେଇଛନ୍ତି।