ଜାନୁଆରୀ ୮ରୁ ଖୋଲିବ ସ୍କୁଲ, ଆସିଲା ଗାଇଡଲାଇନ୍
Advertisement

ଜାନୁଆରୀ ୮ରୁ ଖୋଲିବ ସ୍କୁଲ, ଆସିଲା ଗାଇଡଲାଇନ୍

ଦୀର୍ଘ ୯ ମାସ ପରେ ରାଜ୍ୟରେ ଶିକ୍ଷାନୁଷ୍ଠାନ (Odisha school) ଖୋଲିବାକୁ ଯାଉଛି। ଜାନୁଆରୀ ୮ ତାରିଖର କ୍ଲାସରୁମ ପାଠପଢା ପାଇଁ ସରକାର (Sameer ranjan Dash) ନିଷ୍ପତ୍ତି ନେଇଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ନେଇ ମଧ୍ୟ ତାରିଖ ନିର୍ଦ୍ଧାରଣ କରାଯାଛି।

ଜାନୁଆରୀ ୮ରୁ ଖୋଲିବ ସ୍କୁଲ, ଆସିଲା ଗାଇଡଲାଇନ

ଭୁବନେଶ୍ୱର: ଶେଷରେ ହୋଇଛି ପ୍ରତୀକ୍ଷାର ଅନ୍ତ। ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ଶିକ୍ଷାନୁଷ୍ଠାନ। କେବଳ ଦଶମ ଓ ଯୁକ୍ତ ଦୁଇ ପିଲାଙ୍କୁ କ୍ଲାସରୁମରେ ପାଢପଢା ହେବ। ତେବେ କିଭଳି ଭାବେ ପିଲାଙ୍କ ପାଠପଢା ହେବେ ଓ ଶିକ୍ଷାନୁଷ୍ଠାନ ପରିସର କେମିତି ରହିବ ସେନେଇ ରାଜ୍ୟ ସରକାର ଶନିବାର ଗାଇଡ ଲାଇନ ଜାରି କରିଛନ୍ତି। 

ଦୀର୍ଘ ୯ ମାସ ପରେ ରାଜ୍ୟରେ ଶିକ୍ଷାନୁଷ୍ଠାନ (Odisha school) ଖୋଲିବାକୁ ଯାଉଛି। ଜାନୁଆରୀ ୮ ତାରିଖର କ୍ଲାସରୁମ ପାଠପଢା ପାଇଁ ସରକାର (Sameer ranjan Dash) ନିଷ୍ପତ୍ତି ନେଇଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ନେଇ ମଧ୍ୟ ତାରିଖ ନିର୍ଦ୍ଧାରଣ କରାଯାଛି। ଶିକ୍ଷାନୁଷ୍ଠାନ ଖୋଲିବା (school open)ପାଇଁ କେତେକ ସର୍ତ୍ତାବଳୀ ବା ଗାଇଡଲାଇନ ଜାରି କରାଯାଇଛି। ସେଗୁଡିକ ହେଲା-

Also Read: କୋଡିଏର ଘା’ ଶୁଖିବନି କି ଦାଗ ଲିଭିବନି !

  • ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ଖୋଲିବ ସ୍କୁଲ
  • ବନ୍ଦ ରହିବ ହଷ୍ଟେଲ
  • ସ୍କୁଲ ସମୟରେ କୌଣସି ପରିବର୍ତ୍ତନ ହେବନାହିଁ
  • ଅବରୋଧ ଅଞ୍ଚଳ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି 
  • ଅବରୋଧ ଅଞ୍ଚଳ ଭିତରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ସ୍କୁଲ ମନା
  • କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କର ହେବ ପାଠପଢା
  • କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବ ନାହିଁ
  • କ୍ଲାସରୁମରେ ରୋଲ ନମ୍ବର ଅନୁସାରେ ବସିବେ ପିଲା
  • ପରୀକ୍ଷା ଢାଞ୍ଚାରେ ଗୋଟିଏ କ୍ଲାସରୁମରେ ୨୦ରୁ ୨୫ ଜଣ ପିଲା ବସିପାରିବେ
  • ସ୍କୁଲ ପରିସରର ସାଧାରଣ ସ୍ଥାନ ଗୁଡ଼ିକୁ ବାରମ୍ବାର ସାନିଟାଇଜ କରାଯିବ
  • ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବ
  • ସ୍କୁଲଠୁ ୧୦୦ ମିଟର ଭିତରେ ଖାଦ୍ୟ ସାମଗ୍ରୀ ବିକ୍ରି ମନା
  • ସ୍କୁଲ ପରିବହନ ବ୍ୟବସ୍ଥାରେ ଉପରେ ନିର୍ଭର ନ କରିବାକୁ ଅଭିଭାବକଙ୍କୁ ପରାମର୍ଶ 
  • ଶନି, ରବିକୁ ମିଶାଇ ମୋଟ ୧୦୦ ଦିନ ପାଠପଢା ହେବ
  • ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା
  • ଏପ୍ରିଲ ୨୭ରୁ ମେ ୨ ତାରିଖ ଯାଏଁ ମାଟ୍ରିକ ପ୍ରାକ୍ଟିକାଲ
  • ମେ ୧୫ରୁ ଜୁନ ୧୧ ଯାଏଁ ଯୁକ୍ତ ଦୁଇ ପରୀକ୍ଷା
  • ଏପ୍ରିଲ ୨୯ରୁ ମେ ୧୪ ଯାଏଁ ଯୁକ୍ତ ଦୁଇ ପ୍ରାକ୍ଟିକାଲ