ଏଥର ପୁଣି ୨ ସପ୍ତାହ ପାଇଁ ଲକଡାଉନ ଅବଧି ବୃଦ୍ଧି କରାଯାଇଛି। କିନ୍ତୁ ଲକ୍ଡାଉନ କୋହଳ ସମୟକୁ ୨ ଘଣ୍ଚା କମାଇ ଦିଆଯାଇଛି। ସେହିପରି ବିବାହ ଓ ଶୁଦ୍ଧିକ୍ରିୟାରେ ସାମିଲ ହେଉଥିବା ଲୋକଙ୍କ ସଂଖ୍ୟା ବି ହ୍ରାସ କରାଯାଇଛି।
Trending Photos
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ଲକଡାଉନ ଅବଧି। ଗତକାଲି ଦ୍ୱିତୀୟ ଲହରର ପ୍ରଥମ ଲକଡାଉନ ଅବଧି ସରିଛି। ତେବେ ଦିନକ ପୂର୍ବେ ତାହାକୁ ଆଉ ୧୩ ଦିନ ପାଇଁ ବୃଦ୍ଧି କରାଯାଇଛି। ଆଜିଠୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି। ଏଥର କିନ୍ତୁ କଟକଣା ଗୁଡିକୁ ଆହୁରି କଠୋର କରାଯାଇ ଥିବା ବେଳେ ସରପଞ୍ଚମାନଙ୍କୁ ଅଧିକ କ୍ଷମତା ଦିଆଯାଇଛି।
କୋରୋନା (Coronavirus) ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଗତକାଲି ପ୍ରେସ୍ମିଟ୍ କରିଥିଲେ। ସେଥିରେ ସେ ଜୁନ ୧ ସକାଳ ୫ଟା ଯାଏ ରାଜ୍ୟରେ ଲକ୍ଡାଉନ୍ (Lockdown) ଅବଧି ବୃଦ୍ଧି କରାଯାଇଥିବା ଘୋଷଣା କଲେ। ଏଥର ପୁଣି ୨ ସପ୍ତାହ ପାଇଁ ଲକଡାଉନ ଅବଧି ବୃଦ୍ଧି କରାଯାଇଛି। କିନ୍ତୁ ଲକ୍ଡାଉନ କୋହଳ ସମୟକୁ ୨ ଘଣ୍ଚା କମାଇ ଦିଆଯାଇଛି। ସେହିପରି ବିବାହ ଓ ଶୁଦ୍ଧିକ୍ରିୟାରେ ସାମିଲ ହେଉଥିବା ଲୋକଙ୍କ ସଂଖ୍ୟା ବି ହ୍ରାସ କରାଯାଇଛି।
Also Read: ରାଜ୍ୟରେ ଆଉ ୨ ସପ୍ତାହ ବଢିଲା Lockdown ଅବଧି