Odisha Fights Corona : ରାସ୍ତାକୁ ଓହ୍ଲାଇବେ ବରିଷ୍ଠ ଅଧିକାରୀ, ଫୋକସରେ ପଶ୍ଚିମ ଓଡିଶା
Advertisement

Odisha Fights Corona : ରାସ୍ତାକୁ ଓହ୍ଲାଇବେ ବରିଷ୍ଠ ଅଧିକାରୀ, ଫୋକସରେ ପଶ୍ଚିମ ଓଡିଶା

କୋରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ (Odisha Police) କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ (Naveen Patnaik) ଙ୍କ ସମୀକ୍ଷା ପରେ ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମ ଓଡ଼ିଶା ଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଫାଇଲ ଫଟୋ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ପୋଲିସ, ପ୍ରଶାସନ ଏଭଳି କି ସଚିବ ସ୍ତରରେ ମଧ୍ୟ କୋରୋନା ମୁକାବିଲା କରିବା ପାଇଁ ସମସ୍ତେ ଅଣ୍ଟା ଭିଡିଛନ୍ତି। ରାତିରେ କ୍ଳବ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି। ସେପଟେ ସ୍ଥିତି ପରଖିବା ପାଇଁ ବରିଷ୍ଠ ପ୍ରଶାସନୀକ ଅଧିକାରୀମାନେ ଅଣ୍ଟା ଭିଡିଲେଣି।

ବର୍ତ୍ତମାନ କୋରୋନା ଭାଇରସ (Coronavirus) ପୂର୍ବ ଅପେକ୍ଷା ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି। କିନ୍ତୁ ରୋଗୀ ଗୁରୁତର ହେଉ ନ ଥିବାରୁ ହସ୍ପିଟାଲର ଆବଶ୍ୟକ କମ ପଡ଼ୁଛି। ତଥାପି ଆଇସିୟୁ, ବେଡ଼, ଭେଣ୍ଟିଲେଟର ସବୁ ପ୍ରସ୍ତୁତ ରଖାଯାଇଛି। ଛତିଶଗଡ଼ (Chhattisgarh) ସୀମାବର୍ତ୍ତୀ ଜିଲ୍ଲାରେ ଲୋକମାନେ ଯାତାୟାତ ଅଧିକ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେମାନଙ୍କୁ ଅନୁଧ୍ୟାନ କରାଯାଉଛି।

Also Read: Corona Returns: ଦୋଦୁଲ୍ୟମାନ ସ୍ଥିତିରେ ଶିକ୍ଷା ଆଉ ଶିକ୍ଷାନୁଷ୍ଠାନ

କୋରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ (Odisha Police) କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ (Naveen Patnaik) ଙ୍କ ସମୀକ୍ଷା ପରେ ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମ ଓଡ଼ିଶା ଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଉନ୍ନୟନ କମିଶନର ଝାରସୁଗୁଡା (Jharsuguda) ଓ ସୁନ୍ଦରଗଡ ଯାଇଛନ୍ତି, ମୁଖ୍ୟ ଶାସନ ସଚିବ ମଧ୍ୟ ପଶ୍ଚିମ ଓଡିଶା (Western Odisha) ଯିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି। 

ରାଜ୍ୟରେ ଯେଭଳି କୋରୋନାର ଦ୍ବିତୀୟ ଲହରୀ (Covid Second Wave) ମାଡି ଚାଲିଥିବା ବେଳେ ଏହାକୁ ଓଡିଶାବାସୀ ସାହାସିକତାର ସହ ଲଢେଇ କରି ଚାଲିଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର (Central Govt) ଙ୍କ ପକ୍ଷରୁ ସହାୟତା ନିତାନ୍ତ ଜରୁରୀ ହୋଇପଡିଛି।