ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି
Advertisement

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଆନ୍ଦୋଳନକୁ ନବନିର୍ମାଣ ଯୁବ ଛାତ୍ର ସଂଗଠନ ସମର୍ଥନ ଜଣାଇଛି। ୧୦ ଦିନ ଭିତରେ ନିଷ୍ପତ୍ତି ନ ନେଲେ ନବୀନ ନିବାସ ଘେରାଉ କରାଯିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି। 

 

ଫାଇଲ ଫଟୋ

ଭୁବନେଶ୍ୱର: ପୁଣି ରାସ୍ତାକୁ ଓହ୍ଲାଇଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ଦ୍ୱିତୀୟ ବର୍ଷର ପରୀକ୍ଷା ବାତିଲ ଦାବିରେ ଆଜି ଶତାଧିକ ଛାତ୍ରଛାତ୍ରୀ ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ବିକ୍ଷୋଭ କରିଛନ୍ତି। ଆନ୍ଦୋଳନକୁ ନବନିର୍ମାଣ ଯୁବ ଛାତ୍ର ସଂଗଠନ ସମର୍ଥନ ଜଣାଇଛି। ୧୦ ଦିନ ଭିତରେ ନିଷ୍ପତ୍ତି ନ ନେଲେ ନବୀନ ନିବାସ ଘେରାଉ କରାଯିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି। 

ଗତ ୨୨ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା (Plus Two Exam) ବାତିଲ ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନ (Students Protest) ଆରମ୍ଭ କରିଥିଲେ। ଆଉ ଆଜି ପୁଣି ଥରେ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର (Bhubaneswar) ମହାତ୍ମା ଗାନ୍ଧି ମାର୍ଗରେ ବିଭିନ୍ନ କଲେଜର ଶତାଧିତ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି କରିଛନ୍ତି। ଦଶମ ଓ CBSE ପରି ସେମାନଙ୍କ ପରୀକ୍ଷା ମଧ୍ୟ ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

Also Read: ଚଳିତବର୍ଷ ହେବନାହିଁ ମାଟ୍ରିକ ପରୀକ୍ଷା

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ନବନିର୍ମାଣ ଯୁବ ଛାତ୍ର ସଂଗଠନ (student union) ସମର୍ଥନ ଜଣାଇଛି। କିଛି ଆନ୍ଦୋଳନରତ ଛାତ୍ରଛାତ୍ରୀ ବିଧାନସଭା ଅଭିମୂଖେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ କରିବାକୁ ଚେଷ୍ଟା କରିଥିଲେ ପୋଲିସ (Commissionerate police) ଓ ଛାତ୍ରଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଥିଲେ। କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଛି।

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ କହିବା ହେଲେ, ମେଇ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ତାହା କେବେ ହେବ ଜଣା ନାହିଁ। କୋରୋନା ସ୍ଥିତି ଏବେ ସୁଧୁରିବା ସମ୍ଭାବନା ବହୁତ କମ। ସରକାର ଯେଉଁ ୧୦୦ ଦିନ ନିର୍ଦ୍ଧାରଣ କରିଥିଲେ ସେଥିରୁ ୫୦ ଦିନ ମଧ୍ୟ ପାଠପଢା ହୋଇନାହିଁ। ଏଭଳି ପରିସ୍ଥିତିରେ କିଭଳି ପରୀକ୍ଷା ହେବ। ତେଣୁ ଚଳିତବର୍ଷର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ପରୀକ୍ଷା ବାତିଲ କରାଯାଉ।