ଟିକାକରଣ ପରେ ମଧ୍ୟ ଜାରି ରହିବ କୋରୋନା ଭୂତାଣୁର ବିସ୍ତାର: WHO
Advertisement

ଟିକାକରଣ ପରେ ମଧ୍ୟ ଜାରି ରହିବ କୋରୋନା ଭୂତାଣୁର ବିସ୍ତାର: WHO

ରିୟାନ୍ କହିଛନ୍ତି ଯେ, ଏହା ସଫଳତାର ମାପକାଠି ନୁହେଁ । ସଫଳତାର ମାପ ହେଉଛି ଏହି ଭୂତାଣୁର ଜୀବନ ନେବା, ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ତଥା ଆମର ଆର୍ଥିକ ତଥା ସାମାଜିକ ଜୀବନକୁ ନଷ୍ଟ କରିବାର କ୍ଷମତାକୁ କମ କରିବା ।

ଟିକାକରଣ ପରେ ମଧ୍ୟ ଜାରି ରହିବ କୋରୋନା ଭୂତାଣୁର ବିସ୍ତାର: WHO

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ସଙ୍କଟ (Coronavirus Crisis) ମଧ୍ୟରେ ଟିକାକରଣ (Vaccination) ଜାରି ରହିଛି । ଏହି ସମୟରେ ଟିକାକରଣ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ତରଫରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । WHO ର ଜଣେ ବରିଷ୍ଠ ଅଧିକାରୀ ଭବିଷ୍ୟତରେ ବ୍ୟାପକ ଟିକାକରଣ ପରେ ମଧ୍ୟ କୋରୋନା ଭୂତାଣୁ ନିରନ୍ତର ପ୍ରସାର ହେବାର ବିପଦ ସମ୍ପର୍କରେ ଚେତାବନୀ ଦେଇଛନ୍ତି । WHO ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ମାଇକେଲ ରିଆନ (Dr. Michael Ryan) ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଙ୍କ ଅନୁସାରେ ସାରା ଦୁନିଆରୁ ଏହି ଭାଇରସର ନିପାତ ବା ନିରାକରଣର ଆରମ୍ଭକୁ ଟିକାକରଣର ସଫଳତାର ମାପକାଠି ମାନିବା ଉଚିତ ନୁହେଁ ।

ଅଧିକ ପଢ଼ନ୍ତୁ:-ଭାରତୀୟଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ବାଇଡେନ!

ରିୟାନ୍ କହିଛନ୍ତି ଯେ, ଏହା ସଫଳତାର ମାପକାଠି ନୁହେଁ । ସଫଳତାର ମାପ ହେଉଛି ଏହି ଭୂତାଣୁର ଜୀବନ ନେବା, ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ତଥା ଆମର ଆର୍ଥିକ ତଥା ସାମାଜିକ ଜୀବନକୁ ନଷ୍ଟ କରିବାର କ୍ଷମତାକୁ କମ କରିବା ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତିକର ଖବର ଦେଲେ ମୋଦି ସରକାର!

ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଟିକାକରଣରୁ ଆମେ ଏହି ଭୂତାଣୁର ବିସ୍ତାରକୁ ରୋକିବାର ବିନ୍ଦୁ ଯାଏ ପହଞ୍ଚିପାରିବା ନାହିଁ, ତେଣୁ ଏହା ବିସ୍ତାର ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଦେଶଗୁଡ଼ିକୁ ସମ୍ଭବତଃ ୨୦୨୧ ସୁଦ୍ଧା ଭୂତାଣୁରୁ ମୁକ୍ତି ପାଇବାକୁ ଆଶା କରିବା ଉଚିତ୍ ନୁହେଁ । ମାନବ ଇତିହାସରେ ଏପର୍ଯ୍ୟନ୍ତ ଆମେ ଏହି ଗ୍ରହରେ କେବଳ ଗୋଟିଏ ରୋଗ ଶେଷ କରିଛୁ, ତାହା ହେଉଛି ସ୍ମଲପୋକ୍ସ (Smallpox) । ସେ କହିଛନ୍ତି ଯେ ଆମକୁ ଏପରି ସ୍ଥିତିରେ ପହଞ୍ଚିବାକୁ ପଡିବ ଯେଉଁଠାରେ ଭୂତାଣୁ ନିୟନ୍ତ୍ରଣ କରାଯାଇପାରିବ ।