ରାମ ମନ୍ଦିର ନିର୍ମାଣରେ ଖୋଜାପଡିଲେ ଓଡିଆ
Advertisement
Article Detail0/zeeodisha/odisha815608

ରାମ ମନ୍ଦିର ନିର୍ମାଣରେ ଖୋଜାପଡିଲେ ଓଡିଆ

ରାମ ମନ୍ଦିର ନିର୍ମାଣରେ ଓଡିଶାର ୩ କୋଟି ହିନ୍ଦୁଙ୍କ ସହଯୋଗ ନେବ ଭିଏଚପି। 

ରାମ ମନ୍ଦିର ନିର୍ମାଣରେ ଖୋଜାପଡିଲେ ଓଡିଆ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଶ୍ରୀରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଅବସରରେ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଶକୁ ଯୋଡିବା ପାଇଁ ଆରମ୍ଭ ହେବ ସମ୍ପର୍କ ଅଭିଯାନ। ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରୁ ଫେବୃୟାରୀ ୨୭ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ। ଦେଶର ୫ ଲକ୍ଷରୁ ଅଧିକ ଗ୍ରାମ, ୧୩ କୋଟି ପରିବାର, ୯୫ କୋଟି ହିନ୍ଦୁଙ୍କ ସହ ସମ୍ପର୍କ କରାଯିବ। 

ଦେଶ ମଧ୍ୟରେ ୪୦ ଲକ୍ଷ କର୍ଯ୍ୟକର୍ତ୍ତା ଏହି ଅଭିଯାନରେ ଭାଗ ନେବେ। ବିଶ୍ୱ ଇତିହାସରେ ଏହା ସବୁଠୁ ବଡ ଅଭିଯାନ ହେବା ସହ ଶ୍ରୀରାମ ମନ୍ଦିର (Ram Mandir) ଠାରୁ ରାମ ରାଜ୍ୟର (Ram Rajya) ମାର୍ଗ ଏହି ଅଭିଯାନ ଦ୍ୱାରା ପ୍ରଶସ୍ତ ହେବ। ଓଡିଶାର ୫୩ ହଜାର ୮୪୫ ଗ୍ରାମ ମଧ୍ୟରୁ ୪୧ ହଜାର ଗାଁରୁ ୫୦ ଲକ୍ଷ ପରିବାରରେ ଥିବା ୩ କୋଟି ହିନ୍ଦୁଙ୍କ ସହଯୋଗ ନିଆଯିବ। ଏଥିପାଇଁ ରାଜ୍ୟରେ ସନ୍ଥଙ୍କୁ ନେଇ ଏକ ମାର୍ଗଦର୍ଶକ ମଣ୍ଡଳ ଗଠନ କରାଯାଇଛି। 

Also Read: ଭାରତ-ଚୀନ ବିବାଦ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବାତିଲ

ଏଥିରେ ସମସ୍ତ ସମ୍ପ୍ରଦାୟ, ମତ, ପନ୍ଥର ସନ୍ଥଙ୍କୁ ସମ୍ମିଳିତ କରାଯାଇଛି। ପ୍ରଫେସର ପ୍ରଫୁଲ୍ଲ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱାଗତ ସମିତିରେ ଓଡିଶାର ସମସ୍ତ ବର୍ଗର ପ୍ରମୁଖ ବ୍ୟକ୍ତିଙ୍କୁ ନିଆଯାଇଛି। ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ବିଶ୍ୱ ହିନ୍ଦୁ ପରିଷଦ-ଭିଏଚପି (Vishva Hindu Parishad-VHP) କେନ୍ଦ୍ରୀୟ ସଂଯୁକ୍ତ ମହାମନ୍ତ୍ରୀ ସୁରେନ୍ଦ୍ର ଜୈନ ଏହି ସୂଚନା ଦେଇଛନ୍ତି।