କଟକଣାରେ ଖୋଲିବ ସ୍କୁଲ-ହଷ୍ଟେଲ; ଟିକାକରଣରେ ଶିକ୍ଷକଙ୍କୁ ଗୁରୁତ୍ୱ ଦେବାକୁ ଦାବି
Advertisement
Article Detail0/zeeodisha/odisha948169

କଟକଣାରେ ଖୋଲିବ ସ୍କୁଲ-ହଷ୍ଟେଲ; ଟିକାକରଣରେ ଶିକ୍ଷକଙ୍କୁ ଗୁରୁତ୍ୱ ଦେବାକୁ ଦାବି

ସ୍କୁଲ ହଷ୍ଟେଲ ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କ ଅନୁମତି ନେବା ବାଧ୍ୟତାମୂଳକ। 

କଟକଣାରେ ଖୋଲିବ ସ୍କୁଲ-ହଷ୍ଟେଲ; ଟିକାକରଣରେ ଶିକ୍ଷକଙ୍କୁ ଗୁରୁତ୍ୱ ଦେବାକୁ ଦାବି

ଭୁବନେଶ୍ୱର: କୋଭିଡ କଟକଣାରେ ଆଉ ୩ ଦିନ ପରେ ରାଜ୍ୟରେ ଖୋଲିବାକୁ ଯାଉଛି ବିଦ୍ୟାଳୟ। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ। ଏନେଇ ଆବଶ୍ୟକ ସ୍ଥଳେ ହଷ୍ଟେଲ ଖୋଲିବାକୁ ମଧ୍ୟ ଏସଓପି ଜାରି ହୋଇଛି। ଏହା ପରେ ପ୍ରସ୍ତୁତି ଜୋରଦାର ହୋଇଛି। ଟିକା ନେଇନଥିବା ଶିକ୍ଷକ ବିଦ୍ୟାଳୟ ଆସିପାରିବେ କି ନାହିଁ ସେନେଇ ଦ୍ବନ୍ଦ ଦୂର କରିଛନ୍ତି ବିଭାଗୀୟ ମନ୍ତ୍ରୀ। 

ସ୍କୁଲ ଖୋଲିବା ପରେ ସ୍ୱାସ୍ଥ୍ୟ ବିଭାଗ ସର୍ଭିଲାନ୍ସ ଉପରେ ନଜର ରହିବ ବୋଲି ଗଣଶିକ୍ଷା ବିଭାଗ କହିଛି। ସେପଟେ ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ ମଧ୍ୟ ପ୍ରସ୍ତୁତ ହେଲେଣି। ଦୂର ହେଲା ଦ୍ବନ୍ଦ, ବିନା ଟିକାରେ ସ୍କୁଲ ଆସିପାରିବେ ଶିକ୍ଷକ। ଦିନ କେଇଟା ପରେ ରାଜ୍ୟରେ ଦ୍ବିତୀୟ ଲହର କଟକଣାରେ ସ୍କୁଲ ଖୋଲିବାକୁ ଯାଉଛି। କୋଭିଡ ଭୟ ଥିବାରୁ ଟିକାକରଣ ପ୍ରକ୍ରିୟାରେ ଶିକ୍ଷକଙ୍କୁ ଅଗ୍ରାଧିକାର ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି। ହେଲେ ଟିକା ନେଇ ନଥିଲେ ମଧ୍ୟ ସ୍କୁଲ ଆସି ପାରିବେ ଶିକ୍ଷକ। ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଥିବାରୁ ଅଧିକାଂଶ ଶିକ୍ଷକ ଟିକା ନେଇ ସାରିଛନ୍ତି ହେଲେ ଯେଉଁମାନେ ପ୍ରଥମ କିମ୍ବା ଦ୍ଵିତୀୟ ଡୋଜ ନେଇନାହାଁନ୍ତି ସେମାନଙ୍କୁ ପ୍ରାଥମିକତା ଦେବାକୁ କୁହାଯାଇଛି। ଏହା ସହ ସ୍କୁଲ ହଷ୍ଟେଲ ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କ ଅନୁମତି ନେବା ବାଧ୍ୟତାମୂଳକ। 

Also Read: ମହାବିଦ୍ୟାଳୟ-ବିଶ୍ବବିଦ୍ୟାଳୟ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି: ବୈଷୟିକ ଶିକ୍ଷା ମନ୍ତ୍ରୀ

ସେପଟେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ପରେ ଏବେ ସ୍ବାସ୍ଥ୍ୟ ବିଭାଗ ନଜରରେ ରହିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ କାମ ଆରମ୍ଭ ହେବ ତାହାର ତଦାରଖ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି। ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ନଥିବା ବେଳେ ଯେଉଁ ବୟସ ଅନୁଯାୟୀ ଟିକାକରଣ ଚାଲିଛି ସେଥିରେ ସମସ୍ତ ଶିକ୍ଷକ ଅନ୍ତର୍ଭୂକ୍ତ। ଟିକା ନେଇନଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱତଃପ୍ରବୃତ୍ତ ଭାବେ ଟିକା ନେବାକୁ କୁହାଯାଇଛି। ଅପରପକ୍ଷେ ଗାଇଡଲାଇନ ପାଇବା ପରେ ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। 

ଉଭୟ ସ୍କୁଲ ଓ ହଷ୍ଟେଲରେ କିଭଳି ସାମାଜିକ ଦୂରତା ଓ ଆଇସୋଲେସନ ଗୃହ ରହିବ ସେନେଇ ବ୍ୟବସ୍ଥା କରାଯିବା ସହ ସଫେଇ ସହ ବିଶୋଧନ କରାଯାଉଛି। ପ୍ରଥମ ଦିନ ଅଭିଭାବକଙ୍କ କନସେଣ୍ଟ ଫର୍ମ ଦେବା ସହ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢା ହେବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। 

Also Read: SOP ପାଳନ କରି ଖୋଲିବ ସ୍କୁଲ; ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢା

ଆଇସିଏମଆର ତଥ୍ୟ ଅନୁଯାୟୀ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏକ ପ୍ରକାର ଆଲୋଚନା ଚାଲିଛି। ଏନେଇ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କ ନିକଟକୁ ଆସିନଥିବା ବେଳେ ତର୍ଜମା ଚାଲିଛି। ନିର୍ଦ୍ଦେଷ ଆସିଲେ ରାଜ୍ୟ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଅପରପକ୍ଷେ ସ୍କୁଲ ପରେ ଉଚ୍ଚ ଶିକ୍ଷାନୁଷ୍ଠାନ କେବେ ଖୋଲିବ ତାହାକୁ ନେଇ ପ୍ରଶ୍ନ ଉଠିଛି।