କଙ୍କାଳମୟ କବରସ୍ତାନ; ଶବ ଉପରେ ଶବ ସତ୍କାର!
Advertisement

କଙ୍କାଳମୟ କବରସ୍ତାନ; ଶବ ଉପରେ ଶବ ସତ୍କାର!

କୋରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢିବା ପରେ କବରସ୍ତାନରେ କବର ଦେବାକୁ ଜାଗା ନିଅଣ୍ଟ ପଡୁଛି।   

କଙ୍କାଳମୟ କବରସ୍ତାନ; ଶବ ଉପରେ ଶବ ସତ୍କାର!

ଭୁବନେଶ୍ବର: ଶବ ଉପରେ ଶବ ସତ୍କାର! ମଶାଣୀ ପରେ ଏବେ କବରସ୍ତାନ୍ କଭର୍। କବର ତଥା ସମାଧି ପାଇଁ ଜାଗାର ଅଭାବ ଥିବା କହିଛନ୍ତି ରାଜ୍ୟ ରାଜଧାନୀରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟ। ସହରର ସତ୍ୟନଗରରେ ଥିବା ଏକମାତ୍ର କବରସ୍ଥାନରେ ଏପରି ସ୍ଥିତି ଉପୁଜିଛି ପୁରୁଣା କଙ୍କାଳ ଅର୍ଥାତ ଶବ ଉପରେ ପୁଣି ଶବ କବର ଦିଆଯାଉଛି।  

କୋରୋନା ମହମାରୀର (Corona Pandemic) ଦ୍ବିତୀୟ ଲହର (Corona Second Wave) ପ୍ରକୋପରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ସ୍ଥିତି ଏପରି କବରସ୍ତାନରେ (Cemetery) କବର (Burial) ଦେବାକୁ ଏବେ ଜାଗା ନିଅଣ୍ଟ ପଡୁଛି। ମୁସଲମାନ ସମ୍ପ୍ରଦାୟ (Muslim Community) ପକ୍ଷରୁ ଏନେଇ ବାରମ୍ବାର ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ନିକଟରେ ଅଭିଯୋଗ କରାଯିବା ପରେ ମଧ୍ୟ ଫଳ ଶୂନ। 

Also Read: ବଢୁଛି କୋରୋନା ମୃତ୍ୟୁ; ବଢିଚାଲିଛି ଶ୍ମଶାନ ଉପରେ ବୋଝ

ରାଜଧାନୀର ସତ୍ୟନଗର ଠାରେ ଥିବା ଏକମାତ୍ର କବରସ୍ତାନରେ ଶବ ସତ୍କାର (Funeral Service) ପାଇଁ ଏବେ ଉତ୍କଟ ପରିସ୍ଥିତି ଦେଖାଦେଇଛି। ଦୀର୍ଘ ବର୍ଷ ଧରି ସହର ଏବଂ ସହର ବାହାରୁ ମୁସଲିମ୍ ସମ୍ପ୍ରଦାୟଙ୍କ ଶବ ପୋତିବାର ବୋଝ ମୁଣ୍ଡାଉଥିବା ଏହି ସ୍ଥାନ ଅଣାୟତ ହୋଇପଡିଛି। କାରଣ ଗୋଟିଏ ସ୍ଥାନରେ ଏକାଧିକ ଶବକୁ ଦିଆଯାଉଛି କବର। ଯଦିଓ ଏହା ମୁସଲିମ୍ ସମ୍ପ୍ରଦାୟର ନିୟମ ବିରୁଦ୍ଧ ତଥାପି ଜାଗା ଅଭାବରୁ ବାଧ୍ୟ ହୋଇ ଏପରି କରୁଥିବା ସେମାନେ କହିଛନ୍ତି। 

Also Read: ପୂରଣ କଲେନି ପ୍ରତିଶୃତି; ପୁଣି ଲୋକେ ଶୁଂଘିବେ କୋଭିଡ ଶବର ଧୂଆଁ!

ପୂର୍ବରୁ ଯେଉଁଠି ମାସକୁ ମାତ୍ର ୨୫-୩୦ ଶବକୁ କବର ଦିଆଯାଉଥିଲା ଏବେ କୋରୋନା ଦ୍ବିତୀୟ ଲହର ପ୍ରକୋପରେ ଦିନକୁ ୭-୮ କବର ଦିଆଯାଉଛି। ଯାହାର ପରିଣାମ କଙ୍କାଳମୟ ହେବାକୁ ଯାଉଛି ପୂରା ସତ୍ୟନଗର କବରସ୍ତାନ୍ (Skeletal Cemetery)। ମୋଟ ୧.୨୯ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏହି କବରସ୍ଥାନରେ ପ୍ରାୟ ୭ ଶହ ମୃତ ଦେହକୁ କବର ଦେବାର କ୍ଷମତା ରହିଛି। ପୂରା ରାଜଧାନୀ ସମେତ କୋରୋନା କାରଣରୁ ପ୍ରାଣ ହରାଉଥିବା ଅନ୍ୟ ଜିଲ୍ଲାର ମୁସଲିମ୍ ସମ୍ପ୍ରଦାୟର ଲୋକଙ୍କୁ ମୁତ୍ୟ ପରେ ମଧ୍ୟ ସେମାନଙ୍କୁ ମଧ୍ୟ ଏଠାରେ କବର ଦିଆଯାଉଛି। 

Also Read: ସ୍ମାର୍ଟସିଟିକୁ ମଶାଣି ଚିନ୍ତା; ଶବଦାହ ପାଇଁ ଅଭାବ ପଡୁଛି ଜାଗା

ଏହାର ସ୍ଥାୟୀ ସମାଧାନ ପାଇଁ ପୂର୍ବରୁ ସମ୍ପ୍ରଦାୟ ପକ୍ଷରୁ ବାରମ୍ବାର ବିଏମସି ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ତୁରନ୍ତ ରାଜଧାନୀ କିମ୍ବା ଏହାର ଉପକଣ୍ଠରେ ନୂତନ କବରସ୍ଥାନ ପାଇଁ ୫-୭ ଏକର ଜାଗା ଯୋଗାଇଦେବା ଲାଗି ସମ୍ପ୍ରଦାୟ ପକ୍ଷରୁ ବିଏମସି ନିକଟରେ ପୁନଃର୍ବାର ଦାବି କରାଯାଇଛି। ସେପଟେ ଏ ଘଟଣାକୁ ନେଇ ଗଣମାଧ୍ୟମ ଜରିଆରେ ଖବର ପାଇବା ପରେ କିପରି  ପଦକ୍ଷେପ ନିଆଯାଇଛି ଏବଂ ଆଗକୁ କେଉଁ ପଦକ୍ଷେପ ନିଆଯିବ ସେନେଇ ଖୁବଶ୍ରୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଏମସି କମଶନର (BMC Commissioner) ସଞ୍ଜୟ ସିଂହ (Sanjay Singh)। ଏବେ ଅପେକ୍ଷା ସମ୍ପୂର୍ଣ୍ଣ ବୋଝ ଭରିବା ଆଗରୁ ବିକଳ୍ପ ଜାଗା ମିଳୁଛି ନା ଏମିତି ଶବ ଉପରେ ଶବ ସତ୍କାର ହେଉଛି।