ଓଡିଶାକୁ ମିଶାଇ ଦେଶର ୧୩ଟି ରାଜ୍ୟରେ ଓମିକ୍ରୋନ ପହଞ୍ଚି ଯାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୨୦୨ ଜଣ ଓମିକ୍ରୋନରେ ସଂକ୍ରମିତ ହୋଇଥିବା ବେଳେ ୭୭ ଜଣ ଆରୋଗ୍ୟ ହୋଇଛନ୍ତି।
Trending Photos
ଭୁବନେଶ୍ୱର: ବଢିଲା ଓଡିଶାର ଚିନ୍ତା। ସୋମବାର ରାଜ୍ୟରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କ ବିଦେଶଫେରନ୍ତାଙ୍କଠାରେ ‘ଓମିକ୍ରୋନ’ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ILS ସୂଚନା ଦେଇଛି। ଉଭୟ ଜିନମ ସିକ୍ବେନ୍ସିଂ ପରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି।
ପ୍ରଥମ କରି ରାଜ୍ୟରେ ୨ ଜଣ ଓମିକ୍ରୋନ ଭ୍ୟାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତମାନେ ନିକଟରେ ନାଇଜେରିଆ ଏବଂ କତାରରୁ ଫେରିଥିଲେ। ଜଣେ ଆକ୍ରନ୍ତଙ୍କ ଘର କଟକ ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟଜଣେ ଜଗତସିଂହପୁରର ବାସିନ୍ଦା ବୋଲି ଜଣା ପଡିଛି। ତେବେ ଏହି ଦୁଇ ଆକ୍ରନ୍ତଙ୍କ କଣ୍ଟାକ ଟ୍ରେସିଂ କରାଯାଉଛି। ସେପଟେ ଓମିକ୍ରୋନ ଚିହ୍ନଟକୁ ନେଇ ଭୟଭିତ ନ ହେବା ପାଇଁ ସରକାର ଲୋକଙ୍କୁ ଅପିଲ କରିଛନ୍ତି।
Also Read: ରାଜ୍ୟରେ ଆଉ ତିନି ଦିନ ହାଡ଼ଭଙ୍ଗା ଶୀତ, ୨୧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
ଓଡିଶାକୁ ମିଶାଇ ଦେଶର ୧୩ଟି ରାଜ୍ୟରେ ଓମିକ୍ରୋନ ପହଞ୍ଚି ଯାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୨୦୨ ଜଣ ଓମିକ୍ରୋନରେ ସଂକ୍ରମିତ ହୋଇଥିବା ବେଳେ ୭୭ ଜଣ ଆରୋଗ୍ୟ ହୋଇଛନ୍ତି। ମହାରାଷ୍ଟ୍ର ଓ ଦିଲ୍ଲୀରେ ସର୍ବାଧିତ ୫୪ ଜଣ ଲେଖାଏଁ ପଜିଟିଭ୍ ବାହାରିଛନ୍ତି। ସେହିପରି ତେଲେଙ୍ଗାନାରେ ୨୦, କର୍ଣ୍ଣାଟକରେ ୧୯, ରାଜସ୍ଥାନରେ ୧୮, କେରଳରେ ୧୫ ଓ ଗୁଜୁରାଟରେ ୧୪ ଜଣ ଓମିକ୍ରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପଟେ ରାଜ୍ୟରେ ଦିନକରେ ଆଉ ୧୪୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୫ ଜଣ ଅଛନ୍ତି। ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୩ ହଜାର ୧୬୬କୁ ବୃଦ୍ଧି ପାଇଛି। ଏଯାଏ ୧୦ ଲକ୍ଷ ୪୨ ହଜାର ୮୭୫ ଜଣ ସୁସ୍ଥ ହୋଇଥିବା ବେଳେ ୧୭୯୨ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି।