ରାଜଧାନୀରେ ମାତିଛନ୍ତି ଲୋକାଲ ଗୁଣ୍ଡା
Advertisement

ରାଜଧାନୀରେ ମାତିଛନ୍ତି ଲୋକାଲ ଗୁଣ୍ଡା

ପୋଲିସକୁ ଲୋକାଲ ଗୁଣ୍ଡା ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ 

ରାଜଧାନୀରେ ମାତିଛନ୍ତି ଲୋକାଲ ଗୁଣ୍ଡା

ସରୋଜ ବେହେରା, ଭୁବନେଶ୍ୱର: ରାଜଧାନୀରେ ମାତିଲେ ଦୁର୍ବୁତ୍ତ । ମେଡ଼ିସିନ ଦୋକାନରେ ଖେଳାଇଲେ ଆତଙ୍କ । ଦୁର୍ବୁତ୍ତ ଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଦୋକାନ କର୍ମଚାରୀ । ଗତ ରବିବାର ଖଣ୍ଡଗିରି ଥାନା ଏମସ୍ ରୋଡରେ ଥିବା ଦୀପକ ମେଡ଼ିସିନ ଷ୍ଟୋର ରେ ୨ଜଣ ଦୁର୍ବୁତ୍ତ ଆତଙ୍କ ଖେଳାଇଥିଲେ । ପ୍ରଥମେ  ଦୁର୍ବୁତ୍ତ  ମାନେ ଦୋକାନ କର୍ମଚାରୀଙ୍କୁ ମେଡିସିନ ମାଗିବା ବାହାନାରେ ଆସି ଦାଦାବଟି ମାଗିଥିଲେ । ଦୋକାନରେ ଥିବା କର୍ମଚାରୀ ଟଙ୍କା ଦେଇବାକୁ ମନା କରି ଦେଇଥିଲେ । ଏଥିରେ ଉତକ୍ଷିପ୍ତ ଦୁର୍ବୁତ୍ତମାନେ ଦୋକାନ କାଚ ଭାଙ୍ଗିବା ସହ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ୨  କର୍ମଚାରୀ ଗୁରୁତର ହୋଇଛନ୍ତି ।

ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଯୁବକ ଜଣକ ସ୍ଥାନୀୟ  ସିଜୁଆ ଗାଁର ବାବୁନା ବୋଲି ଜଣାପଡିଛି । ଦାଦାବଟିକୁ କେନ୍ଦ୍ର କରି ଦୁର୍ବୁତ୍ତ ମାନେ ଏଭଳି ଆତଙ୍କ ଖେଳାଇଛନ୍ତି ବୋଲି ମେଡିସିନ ଦୋକାନୀ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ମଧ୍ୟରେ ମାର୍କେଟ ବିଲ୍ଡିଂର ସ୍ଥାନୀୟ ବଡଗଡ ଅଞ୍ଚଳର  ଯୁବକଙ୍କ ଦୋକାନୀଙ୍କୁ ମାଡ, ଲକ୍ଷ୍ମୀସାଗର ଅଂଚଳରେ ପାର୍କିଂକୁ ନେଇ ପଞ୍ଜାବୀ  ଯୁବକଙ୍କୁ ସ୍ଥାନୀୟ ଲକ୍ଷ୍ମୀସାଗର ଅଞ୍ଚଳର  ଯୁବକଙ୍କ ମାଡ ପରେ ଏବେ ପୁଣି ସେହି ସ୍ଥାନୀୟ ଲୋକଙ୍କ ଉତ୍ପାତ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।