ଆସନ୍ତାକାଲି ଠାରୁ ବଦଳିବ ପାଗ; ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସତର୍କତା ଜାରି
Advertisement
Article Detail0/zeeodisha/odisha978050

ଆସନ୍ତାକାଲି ଠାରୁ ବଦଳିବ ପାଗ; ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସତର୍କତା ଜାରି

ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଜାରି ହୋଇଛି ସତର୍କତା।

ଫଟୋ ସୌଜନ୍ୟ: ଟ୍ୱିଟର@mcbbsr

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବଦଳିବା ପାଗ। ବଢିବ ବର୍ଷା। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ବର୍ଷା ପରିମାଣ ବଢିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ମୌସୁମୀ ଟ୍ରଫ୍ ଲାଇନ ଗୋପାଳପୁର ଠାରୁ ବଙ୍ଗୋପ ସାଗର ପର୍ଯ୍ୟନ୍ତ ଲମ୍ବିଛି। ଯାହାର ପ୍ରଭାବରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସହ ୫-୬ ତାରିଖରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, ରାୟଗଡା, ନବରଙ୍ଗପୁର ପ୍ରଭୃତି ୧୪ ଜିଲ୍ଲାରେ ବର୍ଷା ଘଡଘଡି ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଜାରି ହୋଇଛି ସତର୍କତା। 

Also Read: ଛତିଶଗଡ ମୁହାଁ ଲଘୁଚାପ; ଏଣିକି ଶୁଖିଲା ପାଗ

ମୌସୁମୀ ସ୍ଥିତି ଅନୁଯାୟୀ ଜୁନ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୯ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଗତ ୧୨୦ ବର୍ଷରେ ଏହା ଷଷ୍ଠ ତମ ନିଆଣ୍ଟିଆ ବର୍ଷା ଭାବେ ରେକର୍ଡ ହୋଇଛି। ପୂର୍ବରୁ ୧୯୨୪, ୧୯୫୪, ୧୯୭୪,୧୯୮୭, ୧୯୯୮ ମସିହାରେ ଜୁନ ମାସରୁ ଅଗଷ୍ଟ ମଧ୍ୟରେ ନିଆଣ୍ଟିଆ ବର୍ଷା ହୋଇଥିବାର ରେକର୍ଡ କରାଯାଇଥିଲା।