Weather Update : ଉପକୂଳରେ ଗୁଳୁଗୁଳି, ପଶ୍ଚିମରେ ଅସହ୍ୟ ତାତି
Advertisement
Article Detail0/zeeodisha/odisha1213242

Weather Update : ଉପକୂଳରେ ଗୁଳୁଗୁଳି, ପଶ୍ଚିମରେ ଅସହ୍ୟ ତାତି

ଉପକୂଳରେ ଗୁଳୁଗୁଳି ହେଉଥିବା ବେଳେ ପଶ୍ଚିମରେ ମୁଣ୍ଡଫଟା ଖରା ହେଉଛି। ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଗୁରୁବାର ପଶ୍ଚିମ ଓଡିଶାର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପ୍ରତିକାତ୍ମକ ଫଟୋ

Weather Update : ରାଜ୍ୟବାସୀଙ୍କୁ କଲବଲ କରୁଛି ଗ୍ରୀଷ୍ମ ପ୍ରବାହ। ଦିନର ତାପମାତ୍ରା ୪୫ ଡିଗ୍ରୀ ପାର କରିଛି। ଆଗକୁ ଆଉ କାଳବୈଶାଖୀ ସମ୍ଭାବନା କମ ରହିଛି। ଉପକୂଳରେ ଗୁଳୁଗୁଳି ହେଉଥିବା ବେଳେ ପଶ୍ଚିମରେ ମୁଣ୍ଡଫଟା ଖରା ହେଉଛି। ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଗୁରୁବାର ପଶ୍ଚିମ ଓଡିଶାର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଉପକୂଳ ଓଡ଼ିଶାରେ ଦିନ ତମାମ ୬୦%ରୁ ଅଧିକ ଆଦ୍ରତା ରହିଛି। ବାୟୁମଣ୍ଡଳର ୨ କିମି ଉପରେ ଉତ୍ତର-ପଶ୍ଚିମଦିଗରୁ ରହୁଥିବା ଶୁଷ୍କ ବାୟୁର ପ୍ରାଧାନ୍ୟ ରହୁଛି। ଉଚ୍ଚ ଆଦ୍ରତା ସତ୍ତ୍ୱେ ଗତ ୭-୮ ଦିନ ଧରି ବାୟୁମଣ୍ଡଳର ସ୍ଥିରତା ବୃଦ୍ଧି ଯୋଗୁ କାଳବୈଶାଖୀ ବର୍ଷାର ପରିମାଣ କମିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। 

Also Read: ଗ୍ରୀଷ୍ମଋତୁରେ ମୁହଁରେ ଲଗାନ୍ତୁ ଦହି ଆଉ ଲେମ୍ବୁ; ମିଳିବ ଏହି ସବୁ ସମସ୍ୟାରୁ ମୁକ୍ତି!

ଉତ୍ତର-ପଶ୍ଚିମ/ପଶ୍ଚିମ ଦିଗରୁ ରହୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମଓଡିଶାର ୭ଟି ସହରରେ ପାରଦ ୪୪ଡ଼ିଗ୍ରୀ ଅତିକ୍ରମ କରିଛି। ଏହି ଉତ୍ତପ୍ତ ବାୟୁର ପ୍ରଭାବ ପଶ୍ଚିମ ଓଡ଼ିଶାରେ ଆଗାମୀ ୨-୩ ଦିନ ରହିବ। ଏହାସହ  ଆଗାମୀ ୨୪ଘଣ୍ଟା  ପାଇଁ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଦିଆଯାଇଛି। ଗୁରୁବାର ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।

ୟେଲୋ ୱାର୍ଣ୍ଣି ଜାରି ହୋଇଥିବା ଜିଲ୍ଲାଗୁଡିକରେ ଦିନ ୧୧ଟାରୁ ଦିନ ୩ଟା ମଧ୍ୟରେ ଯଥାସମ୍ଭବ ଯାତାୟାତରୁ ନିବୃତ ରହିବା ପାଇଁ ସୂଚନା ଜାରିକରାଯାଇଛି। ବୁଧବାର ୪୫.୨ ଡ଼ିଗ୍ରୀ ସହ ଟିଟଲାଗଡ, ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୯ ସହରରେ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ୧୯ ସହର ରେ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ରହିଛି। ଆହୁରି ୨ ଦିନ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Also Read: ପାଗଳପ୍ରେମୀ ସହ ନିଖୋଜ ପତ୍ନୀଙ୍କୁ ମିଶାଇଲା ଜୀ ମିଡିଆ; ଜାଣନ୍ତୁ, କେମିତି ହଜିଥିଲେ ଆଉ ମନ୍ଦିରରେ

ସେପଟେ ଶୁକ୍ରବାର ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ସମ୍ଭାବନା ଅଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ପଶ୍ଚିମରେ ହିଟ୍ ୱେଭ୍ ଓ ଦକ୍ଷିଣ ଓଡିଶାରେ ଘଡଘଡି ସହ ବର୍ଷା ହୋଇପାରେ। ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗୀର, ନୂଆପଡା ଓ ବୌଦ୍ଧରେ ଗ୍ରୀଷ୍ମପ୍ରବାହ ଓ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ଗଜପତି, ଗଞ୍ଜାମ ଓ କଳାହାଣ୍ଡିକୁ ଝଡବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।