BMRC CEO: କିଏ ଏହି ଶିବ ପ୍ରସାଦ ସାମନ୍ତରାୟ? ଯାହାକୁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ସିଇଓ କଲେ ଓଡ଼ିଶା ସରକାର
Advertisement

BMRC CEO: କିଏ ଏହି ଶିବ ପ୍ରସାଦ ସାମନ୍ତରାୟ? ଯାହାକୁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ସିଇଓ କଲେ ଓଡ଼ିଶା ସରକାର

Bhubaneswar Metro Rail Corporation: ଶିବ ପ୍ରସାଦ ସାମନ୍ତରାୟଙ୍କୁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ (BMRC) ର ସିଇଓ ଭାବରେ ନିଯୁକ୍ତ କରାଯାଇଛି, ଯିଏ ପୂର୍ବରୁ ପୂର୍ବ ତଟ ରେଳବାଇରେ ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

 

ସୌ: ସୋସିଆଲ ମିଡିଆ

Bhubaneswar Metro Rail Corporation: ଓଡ଼ିଶା ସରକାର ଏକ ବର୍ଷ ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ (Bhubaneswar Metro Rail Corporation) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବରେ ଶିବ ପ୍ରସାଦ ସାମନ୍ତରାୟଙ୍କୁ (Siba Prasad Samantaray)ନିଯୁକ୍ତ କରିଛନ୍ତି । ଏହାପୂର୍ବରୁ ସାମନ୍ତରାୟ ପୂର୍ବ ତଟ ରେଳବାଇ (ECoR) ରେ ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (Bridge Works) ଭାବରେ କାର୍ଯ୍ୟ କରୁଥିଲେ । ସେହିଭଳି ଗୃହ ଓ ନଗର ଉନ୍ନୟନ (H&UD) ର ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ସାରଙ୍ଗୀଙ୍କୁ ଅଧିକ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଜେନେରାଲ ମ୍ୟାନେଜର (Administration), ବିଏମଆରସି ଭାବେ ନିଯୁକ୍ତି ଦିଆଯାଇଛି ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ରାଜ୍ୟ ରାଜଧାନୀରେ ନନ୍ଦନକାନନ ଓ କଟକ ଜିଲ୍ଲାର ତ୍ରିସୁଳିଆ ମଧ୍ୟରେ ଚାଲିଥିବା ମହତ୍ତ୍ୱପୂର୍ଣ୍ଣ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମାଟିର ଯଞ୍ଚ ଚଳିତ ବର୍ଷ ୮ ଜୁଲାଇରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଚାଲିଛି ।

ଦିଲ୍ଲୀ ମେଟ୍ରୋ ରେଳ ନିଗମ (Delhi Metro Rail Corporation) ହେଉଛି ପରାମର୍ଶଦାତା ଓ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ବର୍ତ୍ତମାନ ଏକ ସର୍ଭେ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ବିମାନବନ୍ଦର, ରେଳ ଷ୍ଟେସନ, ବାଣିବିହାର, ଜୟଦେବ ବିହାର, ପଟିଆ, ଭୁବନେଶ୍ୱରର ନନ୍ଦନକାନନ ଓ କଟକସ୍ଥିତ ତ୍ରିସୁଳିଆ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକୁ ଅନ୍ତର୍ଭୁକ୍ତ କରିବ। ଆପଣଙ୍କୁ କହିରଖୁଛୁ ଯେ, ୧ ଏପ୍ରିଲ ୨୦୨୩ ରେ ଉତ୍କଳ ଦିବସ ଅବସରରେ ମେଟ୍ରୋ ଟ୍ରେନ୍ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ସେବାକୁ ସମ୍ପ୍ରସାରଣ କରାଯିବ, ଯାହା ତୀର୍ଥଯାତ୍ରୀ ସହରକୁ କଟକ-ଭୁବନେଶ୍ୱର ଟ୍ୱିନ୍ ସିଟି ସହିତ ସଂଯୋଗ କରିବ । ପ୍ରାୟ ୨୬ କିଲୋମିଟର ମେଟ୍ରୋ ଲାଇନ ପାଇଁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି ମେଟ୍ରୋ ଟ୍ରାକ୍ ପାଖାପାଖି ୪୫୦ଟି ପିଲାର ଉପରେ ଛିଡ଼ା ହେବ । ବିମାନ ବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ପ୍ରକଳ୍ପ ପାଇଁ ମାଷ୍ଟର କ୍ୟାଣ୍ଟିନ୍, ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ନନ୍ଦନକାନନ ଭଳି ସ୍ଥାନରେ ୭ ରୁ ୮ଟି ଷ୍ଟେସନ ରହିବାର ଯୋଜନା କରୋଯାଇଛି । ଏହି ମେଟ୍ରୋ କାମ ଶେଷ ନେଲେ ଭୁବନେଶ୍ବରରୁ କଟକ ମାତ୍ର ୧୫ ମିନିଟ ଓ ପୁରୀକୁ ୩୦ ମିନିଟରେ ପହଞ୍ଚି ହେବ ବୋଲି କୁହାଯାଉଛି । ଭୁବନେଶ୍ବର ମେଟ୍ରୋ ଲାଗି ଡିପିଆର୍ ପ୍ରସ୍ତୁତ ହେବା ପରେ ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି ।

ଏହା ବି ପଢ଼ନ୍ତୁ: Expensive Flowers in the World: ଦୁନିଆର ଏହା ହେଉଛି ୬ଟି ସବୁଠୁ ମହଙ୍ଗା ଫୁଲ, ଯାହାକୁ ଧନୀମାନେ ମଧ୍ୟ କିଣିବା ସହଜ ନୁହଁ!

ଏହା ବି ପଢ଼ନ୍ତୁ: Amit Shah Odisha Visit: ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟସୂଚୀ