ନିୟମିତ ବନ୍ୟଜନ୍ତୁ ଶୀକର ହେଉଥିବା ବେଳେ କେବଳ ମିଡିଲ ମ୍ୟାନ ଗିରଫ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମାମଲାରେ ଶୀକାରୀ ଗିରଫ ହୋଇପାରୁନଥିବା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ପଦାରେ ପକାଇଛି।
Trending Photos
ସରୋଜ ବେହେରା,ଭୁବନେଶ୍ବର: ଫସର ଫାଟିଲା ବନ୍ୟ ଜନ୍ତୁ ବିକ୍ରି କରିବା ଯୋଜନା। ପୁଣି ଧରାହେଲା ବାଘ ଚମଡା ଓ ହାତୀ ଦାନ୍ତ। କେଉଁଝର ଆରଟିଓ ଅଫିସ ନିକଟରେ ଡିଲ ହେଉଥିବା ବେଳେ ୩ ମିଡିଲ ମ୍ୟାନଙ୍କୁ ଗିରଫ କରିଛି ଏସଟିଏଫ। ସେମାନଙ୍କ ନିକଟରୁ ୨ ହାତୀ ଦାନ୍ତ, ଗୋଟିଏ ବାଘ ଛାଲ ଜବତ କରାଯାଇଛି। ସେମାନେ ଶୀକାରୀଙ୍କ ଠାରୁ କମ ଦାମରେ ଏହି ବନ୍ୟଜନ୍ତୁଙ୍କ ସାମଗ୍ରୀ ଆଣି ଉଚ୍ଚା ଦରରେ ରାଜ୍ୟ ବାହାର ଗ୍ରାହକଙ୍କୁ ବିକିବାକୁ ଯୋଜନା ହେଉଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ।
ନିୟମିତ ବନ୍ୟଜନ୍ତୁ ଶୀକର ହେଉଥିବା ବେଳେ କେବଳ ମିଡିଲ ମ୍ୟାନ (Middle Man) ଗିରଫ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମାମଲାରେ ଶୀକାରୀ ଗିରଫ ହୋଇପାରୁନଥିବା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ପଦାରେ ପକାଇଛି। ବନ୍ୟ ଜନ୍ତୁ (Wild Animal) ସାମଗ୍ରୀ ବିକ୍ରି କରୁଥିବା ରାକେଟ ଧରିବାରେ ପୁଣି ଥରେ ସଫଳତା ପାଇଛି କ୍ରାଇମବ୍ରାଞ୍ଚ ଏସଟିଏଫ (Crime Branch STF)।
Also Read: E-marketରେ ବନ୍ୟଜନ୍ତୁ ଅଙ୍ଗ, ଆଖି ଥାଇ ବନ ବିଭାଗ ଅନ୍ଧ!
କେଉଁଝରରୁ ଗିରଫ ହୋଇଥିବା ମିଡିଲ ମ୍ୟାନଙ୍କ ନିକଟରୁ ଗୋଟାଏ ବାଘ ଛାଲ, ୨ ହାତୀ ଦାନ୍ତ ଜବତ କରାଯାଇଛି। ଜବତ ବନ୍ୟଜନ୍ତୁ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କେଉଁଝର ଆରଟିଏ ଅଫିସ (Keonjhar RTO Office) ନିକଟରେ ଏହି ଡିଲ ଚାଲିଥିବା ବେଳେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଏସଟିଏଫ ଚଢାଉ କରିଥିଲ।। ଗିରଫ ଅଭିଯୁକ୍ତ ହେଉଛନ୍ତି ମୟୂରଭଞ୍ଜ କରଞ୍ଜିଆର ସେଖ ହସମତ ଅଲି, ଚନ୍ଦ୍ରକାନ୍ତ ଧଳ, ମଳୟ କୁମାର ରାଉତ।
୩ ମିଡିଲ ମ୍ୟାନ ଗିରଫ: ପୁଣି ଧରାହେଲା ବାଘ ଚମଡ଼ା, ହାତୀ ଦାନ୍ତ #OdishaToday pic.twitter.com/K1Wlq6iV7B
— ZEE Odisha (@ZeeOdisha) February 8, 2021
ସବୁଠୁ ବଡ କଥା ହେଉଛି ହସମତ ଅଲି ପୂର୍ବରୁ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲା। ଜେଲରୁ ଫେରିବା ପରେ ସେ ପୁଣି ଜଙ୍ଗଲ ଜନ୍ତୁ ସାମଗ୍ରୀ ବିକ୍ରି କରିବା ଆରମ୍ଭ କରିଦେଇଥିଲା। ନିୟମିତ ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ସମୟରେ ଜଙ୍ଗଲୀ ପଶୁ ଜବତ ହେଉଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ମାମଲାରେ ଜଣେ ମଧ୍ୟ ଶିକାରୀ ଗିରଫ ହୋଇନାହାନ୍ତି। କେଉଁଝରରୁ ଯେଉଁ ମିଡିଲ ମ୍ୟାନ ଗିରଫ ହୋଇଛନ୍ତି ସେମାନେ କେଉଁଠାରୁ ଶୀକର କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
Also Read: ଥମୁନି ବେଆଇନ ପକ୍ଷୀ ଚାଲାଣ, ସବୁ ଜାଣି ଚୁପ ବସିଛି ବନ ବିଭାଗ !
କ୍ରାଇମବ୍ରାଞ୍ଚ ସୁତ୍ରରୁ ମିଳିଥିବା ତଥ୍ୟ ମୁତାବକ ବର୍ତ୍ତମାନ ସୁଦ୍ଧା ଗୋଟିଏ ବର୍ଷରେ ୮ କଲରାପତରିଆ ବାଘ ଚମଡା, ୪ ହାତୀଦାନ୍ତ, ୫ କିଲୋ ବଜ୍ରକାପ୍ତା ଛାଲ, ୨ ଜୀବନ୍ତ ବଜ୍ରକାପ୍ତା, ୨ ହରିଣ ଛାଲ ଜବତ ହୋଇଛି। ହେଲେ ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ବର୍ତମାନ ସୁଦ୍ଧା ଜଣେ ଶୀକାରୀ ଗିରଫ ହୋଇନାହାଁନ୍ତି। ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ (Special Striking Force) ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ୨୦୦୮ରେ ଘୋଷଣା କରିଥିଲେ ମଧ୍ୟ ବିଭାଗୀୟ ଆନ୍ତରିକତା ନଥିବାରୁ ତାହା ଖାଲି କଥାରେ ରହିଯାଇଛି।
Also Read: ଘନ ଜଙ୍ଗଲ ଛାଡି କୁଢ କୁଢ ଅଳିଆ ଗଦାରେ ହାତୀପଲ, ଜାଣନ୍ତୁ କାହିଁକି?
ରାଜ୍ୟରେ ଦିନକୁ ଦିନ ବନ୍ୟ ପ୍ରାଣୀ ସଂଖ୍ୟା ହ୍ରାସ ପାଉଥିବା ବେଳେ ଏବେ ଶୀକାର ଅନାବରତ ଚାଲିଛି। ବିଗତ କିଛି ବର୍ଷ ମଧ୍ୟରେ ଜବତ ହେଉଥିବା ଏତେ ସଂଖ୍ୟାର ବନ୍ୟଜନ୍ତୁ ସାମଗ୍ରୀ ଏହାର ସ୍ପଷ୍ଟ ଉଦାହରଣ। ଆଗକୁ ସମୟ ଥାଉ କାର୍ଯ୍ୟାନୁଷ୍ଠାନନ ନିଆ ନଗଲେ ଆଗକୁ ପରିସ୍ଥିତି ଆହୁରି ସଂଗୀନ ହେବ ବୋଲି ଆଶଙ୍କା ରହିଛି।