ବିକ୍ରେତାମାନେ ନିଜର ମୋବାଇଲ ନଂ ଓ ଇମେଲ ଆଇଡି ବି ଦେଉଛନ୍ତି। ଯାହାକୁ ନେଇ ଏବେ ପ୍ରଶ୍ନ ଘରେକୁ ଆସିଛି ବନ ବିଭାଗ।
Trending Photos
ସରୋଜ ବେହେରା, ଭୁବନେଶ୍ବର: ଇ ମାର୍କେଟ (E-market) ରେ ମିଳୁଛି ବାରହା ଦାନ୍ତ। ଅନଲାଇନରେ ଚାଲୁଛି କାରବାର। ତନ୍ତ୍ରମନ୍ତ୍ରରେ ବ୍ୟବହାର ହେଉଛି ବନ୍ୟଜନ୍ତୁଙ୍କ ଦାନ୍ତ ଓ ହାଡ। ଯାହାର ଅନେକ ବିଜ୍ଞାପନ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୁରି ବୁଲୁଛି। ବିକ୍ରେତାମାନେ ନିଜର ମୋବାଇଲ ନଂ ଓ ଇମେଲ ଆଇଡି ବି ଦେଉଛନ୍ତି। ଯାହାକୁ ନେଇ ଏବେ ପ୍ରଶ୍ନ ଘରେକୁ ଆସିଛି ବନ ବିଭାଗ।
ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବାଘଛାଲ (Tiger skin), ହାତୀଦାନ୍ତ (tusk) ତସ୍କରୀ ଜୋର ଧରିଛି। ବାଘ ଓ ହାତୀଙ୍କୁ ଛାଡି ଦେଲେ ବଜ୍ରକାପ୍ତା ଓ ରେଡ ସ୍ୟାଣ୍ଡ ବୋଆ ବା ଦୁଇ ମୁଣ୍ଡିଆ ସାପ ଭଳି ବନ୍ୟ ଜନ୍ତୁଙ୍କ ଚୋରାଚାଲଣ ମଧ୍ୟ ନିୟମିତ ହେଉଛି। ଏଭଳି ସମୟରେ ଏବେ ଖୋଲାଖୋଲି ଭାବେ ଅନଲାଇନରେ ବାରହା ହାନ୍ତ ତସ୍କରୀ (smuggling) ଆରମ୍ଭ ହୋଇଛି। ଲୋକେ ଧର୍ମ କାର୍ଯ୍ୟ, ଗୁଣିଗାରେଡି (Blck magic) ଓ ତନ୍ତ୍ରମନ୍ତ୍ରରେ ଏହାକୁ ବ୍ୟବହାର କରୁଥିବା ଦାବି କରାଯାଉଛି। ସେପଟେ ଏହାକୁ ରୋକିବାକୁ ଥିବା ସଂସ୍ଥା ଆଖି ଥାଇ ବି ଅନ୍ଧ ଭଳି ଶୋଇ ରହୁଥିବା ଦେଖିବାକୁ ମିଳୁଛି।
Also Read: ବସରେ ପକ୍ଷୀ ଓ ଠେକୁଆ ଚାଲାଣ ମାମଲାରେ ଆସିଲା ଏଭଳି ତଥ୍ୟ...
ବନ୍ୟ ଜନ୍ତୁଙ୍କ ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ (wild animal protection act) ରହିଛି। ହେଲେ ଏହି ଆଇନ କାର୍ଯ୍ୟକାରୀ ହେଉ ନ ଥିବାରୁ ଅବାଧରେ ବନ୍ୟଜନ୍ତୁଙ୍କ ଅଙ୍ଗ ବଜାରରେ ବିକ୍ରି ହେଉଛି। ବନ୍ୟଜନ୍ତୁ (wild animal) ଙ୍କ ଦାନ୍ତ ଓ ହାଡ ପିନ୍ଧିଲେ ଲୋକଙ୍କ ଅସୁବିଧା ଦୂର ହେବ ବୋଲି ଜ୍ୟୋତିଷମାନେ (astrologer) କହି ଲୋକଙ୍କଠାରୁ ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି। ବିକ୍ରେତା ନିଜକୁ ଜ୍ୟୋର୍ତିବିଦର ପରିଚୟ ଦେଇ ବିଜ୍ଞାପନରେ ମୋବାଇଲ ନମ୍ବର ଓ ଯୋଗା ଯୋଗ ଠିକଣା ଦେଉଛନ୍ତି।
କେବଳ ଗୋଟିଏ ଓ୍ବାବସାଇଟ ନୁହେଁ ଟ୍ରେଡ ଇଣ୍ଡିଆ (Trend India) ଓ ବେଙ୍ଗଲ ବ୍ଲାକ ମ୍ୟାଜିକ (Bengal Black Magic) ନାମକ ଏହି ଦୁଇଟି ଓ୍ବେବସାଇଟରେ ବି ଜନ୍ତୁଙ୍କ ଅଞ୍ଗ ପ୍ରତ୍ୟଙ୍ଗ ମିଳୁଛି। ଟ୍ରେଣ୍ଡ ଇଣ୍ଡିଆରେ ମୋହିନୀ ବାରହା ଦାନ୍ତର ମୂଲ୍ୟ ୫ ହଜାର ୫୦୦ ଥିବା ବେଳେ ବେଙ୍ଗଲ ବ୍ଲାକ ମ୍ୟାଜିକରେ ଗୋଟିଏ ଦାନ୍ତର ମୂଲ୍ୟ ରହିଛି ୬୦୦୦ ରହିଛି। ବଡ କଥା ହେଉଛି ଏହି ଅଙ୍ଗ ଗୁଡିକ ଅଷ୍ଟ୍ରଲିଆ, ଆମେରିକା ଭଳି ଦେଶକୁ ବହୁଳ ଭାବରେ ରପ୍ତାନି କରାଯାଉଥିବା ଓ୍ବେବସାଇଟରେ ଦାବି କରାଯାଉଛି।
Also Read: ଲକଡାଉନରେ ବାଘ ଛାଲ ଚାଲାଣ, ଏସଟିଏଫ ପଞ୍ଝାରେ ଦୁଇ ଅଭିଯୁକ୍ତ
ଏଥିରୁ ଅନୁମେୟ ହେଉଛି ଯେ, ବିନ୍ୟଜନ୍ତୁଙ୍କ ଅଙ୍ଗ ତସ୍କରୀ କେବଳ ରାଜ୍ୟରେ ନୁହଁ ଦେଶ-ବିଦେଶ ଯାଏୱ ଲମ୍ବିଛି। ଏହାକୁ ରୋକିବା ପାଇଁ ବନ ବିଭାଗ ବରିଷ୍ଠ ଅଧିକାରୀଙ୍କୁ ସ୍ନେକ ହେଲ୍ପଲାଇନ ଭଳି ସଂସ୍ଥା ଚିଠି ଲେଖିଲେ ବି କୌଣସି ସୁଫଳ ମିଳୁନାହିଁ। ତେବେ ଏବେ ପ୍ରଶ୍ନ ଉଠୁଛି ବିକ୍ରି ହେଉଥିବା ଦାନ୍ତ ଅସଲି ନା ନକଲି? ତାହା କାହାଠାରୁ କିଣି ବିକ୍ରି ହେଉଛି? ଯଦି ଏହି ଚେର ବିଦେଶକୁ ଲମ୍ବିଛି ବନ ବିଭାଗ ଜାଣିପାରୁନି କିପରି?