ଗତବର୍ଷ ପରି ଚଳିତ ବର୍ଷ ବି ବନ୍ଦ ହେବ କି ରୁକୁଣା ରଥଯାତ୍ରା ?
Advertisement

ଗତବର୍ଷ ପରି ଚଳିତ ବର୍ଷ ବି ବନ୍ଦ ହେବ କି ରୁକୁଣା ରଥଯାତ୍ରା ?

ଗତବର୍ଷ ମଧ୍ୟ କୋରୋନା ପାଇଁ ରଥଟଣା ହୋଇପାରି ନଥିବା ବେଳେ ଚଳିତ ବର୍ଷ ମଧ୍ୟ ରଥଟଣା ବନ୍ଦ ହେଲେ ପରମ୍ପରା ବନ୍ଦ ହେବା ସମ୍ଭାବନା ଦେଖା ଦେଇଥିବା ନିଯୋଗ ପକ୍ଷରୁ କୁହାଯାଇଛି । ଏଭଳି ପରିସ୍ଥିତିରେ ରଥଟଣା ହେବାକୁ ନେଇ ସରକାରଙ୍କୁ SOP ଦିଆଯିବ ବୋଲି କହିଛନ୍ତି ବିଏମସି କର୍ତ୍ତୃପକ୍ଷ ।  

ଗତବର୍ଷ ପରି ଚଳିତ ବର୍ଷ ବି ବନ୍ଦ ହେବ କି ରୁକୁଣା ରଥଯାତ୍ରା ?

ସରୋଜ ବେହେରା, ଭୁବନେଶ୍ବର: ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରର ରୁକୁଣା ରଥ ହେବା ନେଇ ପୁଣି ଦେଖା ଦେଇଛି ଅନିଶ୍ଚିତତା । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ରଥଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିରର ତିନି ନିଯୋଗ ଆଜି ବିଏମସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । କୋରୋନା କଟକଣା ମଧ୍ୟରେ ଭକ୍ତଙ୍କ ଅନୁପସ୍ଥିତିରେ କିଭଳି ରଥଟଣା ହୋଇପାରିବ ସେଥିପାଇଁ ଏକ ବ୍ଲୁ ପ୍ରିଣ୍ଟ କରି ବିଏମସି କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି ତିନି ନିଯୋଗ । ଗତବର୍ଷ ମଧ୍ୟ କୋରୋନା ପାଇଁ ରଥଟଣା ହୋଇପାରି ନଥିବା ବେଳେ ଚଳିତ ବର୍ଷ ମଧ୍ୟ ରଥଟଣା ବନ୍ଦ ହେଲେ ପରମ୍ପରା ବନ୍ଦ ହେବା ସମ୍ଭାବନା ଦେଖା ଦେଇଥିବା ନିଯୋଗ ପକ୍ଷରୁ କୁହାଯାଇଛି । ଏଭଳି ପରିସ୍ଥିତିରେ ରଥଟଣା ହେବାକୁ ନେଇ ସରକାରଙ୍କୁ SOP ଦିଆଯିବ ବୋଲି କହିଛନ୍ତି ବିଏମସି କର୍ତ୍ତୃପକ୍ଷ ।  

ପ୍ରସ୍ତୁତ ହେଉଛି ରଥ, କାମରେ ଲାଗିଛନ୍ତି ମହାରଣା ସେବାୟତ। ଆଉ ଦିନ କେଇଟାକୁ ରହିଛି ଅପେକ୍ଷା । ରଥରେ ବିରାଜମାନ କରିବେ ମହାପ୍ରଭୁ ଲିଙ୍ଗରାଜ (Lord Lingaraj) । କାହିଁକି ନା ଆସନ୍ତା ୨୦ରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ହେଲେ ଯାତ୍ରା ପୂର୍ବରୁ ଦେଖାଦେଇଛି ସମସ୍ୟା। କୋଭିଡ କଟକଣା (Covid Guideline) ପାଇଁ ଯାତ୍ରା ନେଇ ସସପେନ୍ସ ଲାଗିରହିଛି ।  ଯାହାକୁ ନେଇ ବିଡିଏ ଅଫିସ (BDA office) ରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ବିଏମସି କମିଶନର, ଅତିରିକ୍ତ ଜିଲ୍ଲାପାଳ, ଆଡିସିନାଲ କମିଶନର, କମିଶନରେଟ ପୋଲିସ( Commissionerate Police)ଓ ସବୁ ନିଯୋଗର ସେବାୟତ ମାନେ ଉପସ୍ଥିତ ଥିଲେ ।

Also Read: Mamata Banerjee: ଭୋଟ ମାଗିବା ପଡିଲା ମହଙ୍ଗା; EC ମାଗିଲେ ଜବାବ

ଚଳିତ ବର୍ଷ କୋଭିଡ କଟକଣା ଭିତରେ ଯାତ୍ରା କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଗତବର୍ଷ କୋରୋନା କଟକଣା (Corona Guideline)  ପାଇଁ ବନ୍ଦ ହୋଇଥିଲା ରୁକୁଣା ରଥଯାତ୍ରା । ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଶେଷରେ ଯାତ୍ରା ଉପରେ ରୋକ ଲଗାଇଥିଲା ବିଏମସି । କୋଭିଡ ସଂକ୍ରମଣ ପାଇଁ ଯାତ୍ରା ବନ୍ଦ କରାଯାଇଥିଲା । ତେବେ ଚଳିତ ବର୍ଷ ରୁକୁଣା ରଥଯାତ୍ରା (Rukuna RathaYatra) ହେବ ନେଇ ବେଶ ଆଶାବାଦୀ ଅଛନ୍ତି ସେବାୟତ । କମ ସେବାୟତ ଓ କୋରୋନା କଟକଣା ଭିତରେ ଯାତ୍ରା କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।  

Also Read: ରାଜ୍ୟରେ କେବେ ଲାଗିବ ଲକଡାଉନ? SRC ଦେଲେ ବଡ ବୟାନ

ରୁକୁଣା ରଥ (Rukuna Ratha) ହେବାକୁ ନେଇ ସରକାରଙ୍କୁ ଚିଠି ଲେଖାଯାଇଛି । ନିର୍ଦ୍ଦେଶ ଆସିବା ପରେ ଯାତ୍ରା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ବିଏମସି କମିଶନର ଲକ୍ଷ୍ମୀକାନ୍ତ ସେଠୀ । ତେବେ ଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କ କୋଭିଡ ପରୀକ୍ଷା କରାଯିବ ସହ ବିନା ଭକ୍ତରେ ରୁକୁଣା ରଥ ଯାତ୍ରା କରାଯିବ । ଚଳିତ ବର୍ଷ ରୁକୁଣା ରଥଯାତ୍ରା (Rukuna Ratha )ସମସ୍ତେ ବେଶ ଆଶାବାଦୀ ଥିବା ବେଳେ କଣ୍ଟା ସାଜିଛି କୋଭିଡ ସଂକ୍ରମଣ । ପୁରୀ ରଥଯାତ୍ରା ବେଳେ ମଧ୍ୟ ଏଭଳି ପରିସ୍ଥିତି ଦେଖା ଯାଇଥିଲା । ହେଲେ ବିନା ଭକ୍ତରେ ସେଠାରେ ରଥଟଣା ହୋଇଥିଲା । ଏଠାରେ ମଧ୍ୟ ବିନା ଭକ୍ତରେ ରୁକୁଣା ରଥା ଟଣାଯାଇପାରିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । ରାଜଧାନୀରେ ଦିନକୁ ଦିନ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ଯାତ୍ରା ହେବ କି ନାହିଁ ତାକୁ ନେଇ ସସସେନ୍ସ ଲାଗିରହିଛି ।