ଅଶାନ୍ତ ରହିବା କାରଣରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରାଯାଇଛି।
Trending Photos
ଭୁବନେଶ୍ୱର: ଦୁର୍ବଳ ହେଉଛି ଆଉ ସକ୍ରିୟ ହେଉଛି ଘୂର୍ଣ୍ଣୀବଳୟ। ବଙ୍ଗୋପ ସାଗର ଠାରେ ସୃଷ୍ଟ ଲଘୁଚାପ ଉତ୍ତର ପ୍ରଦେଶ ଏବଂ ବିହାର ମୁହାଁ ହୋଇ ଦୁର୍ବଳ ହୋଇଛି। ଅପରପଟେ ପଶ୍ଚିମବଙ୍ଗ ନିକଟରେ ଏକ ଘୂର୍ଣ୍ଣୀବଳୟ ରହିଛି। ଏହା ସହ ଉପରି ଭାଗରେ ଏକ ଟ୍ରଫ୍ ଲାଇନ ରହିଛି। ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବା ସହ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆସନ୍ତା ଗୁରୁବାର ସକାଳ ୮ଟା ମଧ୍ୟରେ ମୟୁରଭଞ୍ଜ, ବାରିପଦା, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning for Heavy Rain) ଜାରି କରିଛି ପାମିପାଗ କେନ୍ଦ୍ର। ଅଶାନ୍ତ ରହିବା କାରଣରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରାଯାଇଛି। ଚଳିତ ବର୍ଷ ଜୁନ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୫ ପ୍ରତିଶତରୁ ଅଧିକ ବର୍ଷା ହୋଇଥିବା ବେଳେ ମୋଟ ୧୦୭ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ୧୨ ଜିଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ଏବଂ ଅନ୍ୟ ଜିଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।