ଜାରି ରହିବ Thunderstorm ପ୍ରଭାବ; ୨୪ ଜିଲ୍ଲାକୁ Yellow Warning ଜାରି
Advertisement

ଜାରି ରହିବ Thunderstorm ପ୍ରଭାବ; ୨୪ ଜିଲ୍ଲାକୁ Yellow Warning ଜାରି

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ।

  ଜାରି ରହିବ Thunderstorm ପ୍ରଭାବ; ୨୪ ଜିଲ୍ଲାକୁ Yellow Warning ଜାରି

ଭୁବନେଶ୍ବର: ଆହୁରି ୪ ଦିନ ରହିବ କାଳବୈଶାଖୀ ପ୍ରଭାବ।  ଏହାକୁ ଦୃଷ୍ଟିରେ ରଖି୍ ଆଗାମୀ ୨୪ ଘଣ୍ଟାରେ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ରାଜ୍ୟରେ ବର୍ତ୍ତମାନ ଏକ ଟ୍ରଫ୍ ଲାଇନ ସହ ଦୁଇଟି ଘୂର୍ଣ୍ଣୀବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୪ ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରକୋପ ଜାରି ରହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆସନ୍ତାକାଲି ସକାଳ ସାଢେ ୮ଟା ୩୦ ମଧ୍ୟରେ ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ରାୟଗଡା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ୧୩ ଜିଲ୍ଲାରେ ଘଡଘଡି ବର୍ଷା ବଜ୍ରପାତ ସହ ସର୍ବାଧିକ ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି କେନ୍ଦ୍ର। 

Also Read: Thunderstorm ନେଇ ୧୯ ଜିଲ୍ଲାରେ Yellow Warning ଜାରି

 

ଏହାପରେ ଆସନ୍ତାକାଲି ଠାରୁ ଆହୁରି ବଢିବା ସହ ୨୪ ଜିଲ୍ଲାରେ କାଳବୈଶାଖୀ (Thunderstorm) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେପଟେ କାଳବୈଶାଖୀ ମୁକାବିଲା ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।