ତିନି ମାସ ପରେ ୩ ଘଣ୍ଟା ପାଠ ପଢି ଆନନ୍ଦିତ ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha950655

ତିନି ମାସ ପରେ ୩ ଘଣ୍ଟା ପାଠ ପଢି ଆନନ୍ଦିତ ଛାତ୍ରଛାତ୍ରୀ

 ସରକାରଙ୍କ ଦ୍ବାରା ଜାରି କରିଥିବା ଗାଇଡଲାଇନକୁ କଡା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢ଼ା ଯିବାର ବ୍ୟବସ୍ଥା ସ୍କୁଲ କର୍ତ୍ତୃପକ୍ଷ କରିଛନ୍ତି। ସ୍କୁଲରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। 

ତିିନି ମାସ ପରେ ୩ ଘଣ୍ଟା ପାଠ ପଢି ଆନନ୍ଦିତ ଛାତ୍ରଛାତ୍ରୀ

ଢେଙ୍କାନାଳ: କୋରୋନା କଟକଣା ଭିତରେ ରାଜ୍ୟରେ ଆଜିଠୁ ସ୍କୁଲ ଖୋଲିଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପାଠପଢିବେ ଏନେଇ ଗଣଶିକ୍ଷା ବିଭାଗ ତରଫରୁ କୁହାଯାଇଥିଲା। ସରକାରଙ୍କ ଦ୍ବାରା ଜାରି କରିଥିବା ଗାଇଡଲାଇନକୁ କଡା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢ଼ା ଯିବାର ବ୍ୟବସ୍ଥା ସ୍କୁଲ କର୍ତ୍ତୃପକ୍ଷ କରିଛନ୍ତି। ସ୍କୁଲରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। 

ଆଜି ସ୍କୁଲ ଖୋଲିବା ପୂର୍ବରୁ ପରିସରକୁ ସାନିଟାଇଜ୍ କରାଯାଇଥିଲା ।ଆଜି ସକାଳ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା ହୋଇଛି। ଏହା ପୂର୍ବରୁ ଅଭିଭାବକମାନଙ୍କ ସହ ସ୍କୁଲ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ। ଯେଉଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପାଠପଢ଼ାଇବାକୁ ପଠାଇବେ ଏକ ସ୍ୱୀକୃତି ପତ୍ର ଦେବାକୁ ଗଣଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ଏହାରି ଭିତରେ କାମାକ୍ଷାନଗରରେ ମଧ୍ୟ ସମସ୍ତ ସ୍କୁଲ ଖୋଲିଛି। 

Also Read: ଆଜିଠୁ ରାଜ୍ୟରେ ପୁଣି କ୍ଲାସରୁମ୍ ପାଠପଢା

ସହର ମଧ୍ୟରେ ଥିବା ସାରଙ୍ଗଧର ହାଇସ୍କୁଲ, ସରକାରୀ ବାଳିକା ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଖୋଲାଯାଇଥିବା ବେଳେ ସରକାର ସମସ୍ତ ନିୟମ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ଗୋଟିଏ ବେଞ୍ଚରେ ଜଣେ ପିଲା ବସିବା ପାଇିଁ ବ୍ୟବସ୍ଥା କରାଯାଇଥିଲା। ପ୍ରବେଶ କରିବା ପୂର୍ବରୁ ହାତ ଧୋଇବା, ସାନିଟାଇଜ କରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ଭଳି ଗାଇଡଲାଇନ ପାଳନ କରାଯାଉଥିବାର ଦେଖାଯାଇଛି। 

fallback

ଦିର୍ଘ ଦେଢ ବର୍ଷ ହେବ ସ୍କଲ ବନ୍ଦ ରହିଥିବା ବେଳେ ଗତ ଫେବୃଆରୀରେ ଖୋଲି ଥିଲା। କିନ୍ତୁ କୋରୋନା ମାମଲା ବଢିବାରୁ ପୁଣି ସ୍କୁଲ ବନ୍ଦ କରାଗଲା। ପୁଣି ୩ ମାସ ପରେ ଦ୍ୱିତୀୟ ଥର ସ୍କୁଲ ଖୋଲି ଥିବାରୁ ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବରୁ ଅନଲାଇନରେ ପାଠ ପଢାଯାଉଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଡାଉଟ ସମାଧାନ ହୋଇପାରୁ ନଥିଲା। ଆଜି ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀମାନେ ସାଙ୍ଗମାନଙ୍କ ମଧ୍ୟ ପାଠ ପଢିବାର ସୁଯୋଗ ପାଇବା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ସିଧା ସଳକ ପାଠ ପଢିବା ସହ ଡାଉଟର ମଧ୍ୟ ସମାଧାନ ହୋଇପାଥିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି। 

Also Read: ଆସନ୍ତାକାଲି ଠାରୁ SOP ଆଧାରରେ ଖୋଲିବ School; ପ୍ରସ୍ତୁତି ଶେଷ

୩ ଘଣ୍ଟାର ପାଠ ପଢା ଭିତରେ ଟିଫିନ ଖାଇବା, ଖେଳ ଛୁଟିକୁ ଗଣଶିକ୍ଷା ବିଭାଗ ବାରଣ କରିଛି। ତେବେ ପ୍ରଥମ ଦିନରେ ମଧ୍ୟ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସୁଥିବା ଦେଖିବାକୁ ମିଳିଛି। ତେବେ ଏହି ସମୟରେ ଯଦି ସବୁକିଛି ଠିକଠାକ୍ ଚାଲେ ତେବେ ସେପ୍ଟେମ୍ବର ୧୫ ବେଳେକୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ଯୋଜନା କରୁଛି ବୋଲି ଅନୁମାନ କରାଯାଉଛି।