PF ଖାତାଧାରୀଙ୍କ ପାଇଁ ସବୁଠାରୁ ବଡ ଖବର! ଜୁନ ୧ରୁ ଲାଗୁ ହେବ ଏହି ନିୟମ, ଯଦି କରିବେ ମିସ୍ ତ ହେବ ବଡ଼ କ୍ଷତି
Advertisement

PF ଖାତାଧାରୀଙ୍କ ପାଇଁ ସବୁଠାରୁ ବଡ ଖବର! ଜୁନ ୧ରୁ ଲାଗୁ ହେବ ଏହି ନିୟମ, ଯଦି କରିବେ ମିସ୍ ତ ହେବ ବଡ଼ କ୍ଷତି

ନୂତନ EPFO ​​ନିୟମ ଅନୁଯାୟୀ, ପ୍ରତ୍ୟେକ ଖାତାଧାରୀଙ୍କର PF ଆକାଉଣ୍ଟ ଆଧାର କାର୍ଡ (Aadhaar Card) ସହିତ ଲିଙ୍କ୍ ହେବା ଆବଶ୍ୟକ । 

PF ଖାତାଧାରୀଙ୍କ ପାଇଁ ସବୁଠାରୁ ବଡ ଖବର! ଜୁନ ୧ରୁ ଲାଗୁ ହେବ ଏହି ନିୟମ, ଯଦି କରିବେ ମିସ୍ ତ ହେବ ବଡ଼ କ୍ଷତି

ନୂଆଦିଲ୍ଲୀ: EPFO New Rule: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (Employees’ Provident Fund Organisation-EPFO) ଏହାର ଖାତାଧାରୀଙ୍କ ପାଇଁ ନିୟମରେ କିଛି ପରିବର୍ତ୍ତନ କରିଛି । ଯଦି ଆପଣ ଚାକିରି କରୁଛନ୍ତି ତେବେ ଏହି ପରିବର୍ତ୍ତନକୁ ଭଲଭାବେ ବୁଝି ନିଅନ୍ତୁ । ଏହି ନୂତନ ନିୟମ କ’ଣ ଓ ଏହା ଆପଣଙ୍କର PF ଯୋଗଦାନକୁ କିପରି ପ୍ରଭାବିତ କରିବ, ତାହା ଜାଣନ୍ତୁ ।  ଆସନ୍ତାକାଲି ଠାରୁ ଅର୍ଥାତ ଜୁନ୍ ୧ରୁ ଏହି ନିୟମ ଲାଗୁ ହେବ । ଏହାର ଅର୍ଥ  ଆପଣଙ୍କ ପାଖରେ କେବଳ ଆଜି ପର୍ଯ୍ୟନ୍ତର ସୁଯୋଗ ରହିଛି ।

ଅଧିକ ପଢ଼ନ୍ତୁ:-ଦେଶରେ ଖସୁଛି କୋରୋନା ଗ୍ରାଫ୍: ଦିନକରେ ସାମ୍ନାକୁ ଆସିଲା ୧.୫୨ ଲକ୍ଷ ମାମଲା, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

PF ଆକାଉଣ୍ଟ୍  Aadhaar ସହିତ ଲିଙ୍କ୍ କରିବା ଆବଶ୍ୟକ

ନୂତନ EPFO ​​ନିୟମ ଅନୁଯାୟୀ, ପ୍ରତ୍ୟେକ ଖାତାଧାରୀଙ୍କର PF ଆକାଉଣ୍ଟ ଆଧାର କାର୍ଡ (Aadhaar Card) ସହିତ ଲିଙ୍କ୍ ହେବା ଆବଶ୍ୟକ । ଏହି କାର୍ଯ୍ୟର ଦାୟିତ୍ୱ ନିଯୁକ୍ତିଦାତା (Employer) ଙ୍କ ହେବ ଓ ସେ ନିଜ କର୍ମଚାରୀମାନଙ୍କୁ ସେମାନଙ୍କର PF ଆକାଉଣ୍ଟ Aadhaar ସହ ଭେରିଫାଇ କରାନ୍ତୁ । ଯଦି ଜୁନ୍ ୧ ସୁଦ୍ଧା କୌଣସି କର୍ମଚାରୀ ଏପରି କରିବାରେ ବିଫଳ ହୁଅନ୍ତି, ତେବେ ସେ ଅନେକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ଯେପରିକି PF ଆକାଉଣ୍ଟରେ ତାଙ୍କ ନିଯୁକ୍ତିଦାତାଙ୍କ ଯୋଗଦାନ ମଧ୍ୟ ବନ୍ଦ ହୋଇପାରେ । ଏ ବାବଦରେ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ:-ଦଶମ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଭାରତୀୟ ରେଲୱେରେ ୩୫୯୧ ପଦ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ବିନା ପରୀକ୍ଷାରେ ମିଳିବ ଚାକିରି, ଶୀଘ୍ର କରନ୍ତୁ ଅପ୍ଲାଇ

ନୂତନ ନିୟମ କ'ଣ?

ସୋସିଆଲ ସିକ୍ୟୁରିଟି କୋଡ୍ 2020 (Social Security Code) ଧାରା ୧୪୨ ଅନୁଯାୟୀ ନୂତନ ନିୟମ ଲାଗୁ କରିଛି । ଯେଉଁଥିରେ EPFO ​​ନିଯୁକ୍ତିଦାତାମାନଙ୍କୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଛି ଯେ, ଜୁନ ୧ ତାରିଖରୁ ଯଦି କୌଣସି PF ଆକାଉଣ୍ଟ୍ ଆଧାର ସହିତ ଲିଙ୍କ୍ ହୋଇନାହିଁ କିମ୍ବା UAN ଆଧାର ଯାଞ୍ଚ ହୋଇନାହିଁ, ତେବେ ଏହାର ECR-ଇଲେକ୍ଟ୍ରୋନିକ୍ ଚ୍ୟାଲେନ୍ କମ ରିଟର୍ଣ୍ଣ (Electronic Challan cum Return) ପୂରଣ ହେବ ନାହିଁ । ଏହାର ଅର୍ଥ ହେଉଛି PF ଖାତାଧାରୀମାନେ ନିଯୁକ୍ତିଦାତାର ଅଂଶ ପାଇବାକୁ ସକ୍ଷମ ହେବେ ନାହିଁ । ଆକାଉଣ୍ଟରେ ଥିବା କର୍ମଚାରୀମାନଙ୍କ ପାଇଁ କେବଳ ଆପଣଙ୍କର ଯୋଗଦାନ ଦୃଶ୍ୟମାନ ହେବ ।

PF ଆକାଉଣ୍ଟକୁ କିପରି କରିବେ ଆଧାର ସହିତ ଲିଙ୍କ୍

ତେଣୁ ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର PF ଆକାଉଣ୍ଟ୍ ଲିଙ୍କ୍ କରିନାହାଁନ୍ତି, ତେବେ EPFO ​​ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ ଓ ପ୍ରଥମେ ଆପଣଙ୍କର ଆକାଉଣ୍ଟକୁ ଆଧାର କାର୍ଡ ସହିତ ଲିଙ୍କ୍ କରନ୍ତୁ । UAN କୁ ମଧ୍ୟ ଆଧାର ଭେରିଫାଇଡ୍ କରିନିଅନ୍ତୁ, ଯାହା ଦ୍ୱାରା ଆପଣଙ୍କ ଆକାଉଣ୍ଟରେ PF ଯୋଗଦାନ ବିନା ବାଧାରେ ଆସିବା ଜାରି ରହିବ ।

ଅଧିକ ପଢ଼ନ୍ତୁ:-ବନ୍ଦ ହୋଇଯିବ କି ୨ ହଜାର ଟଙ୍କିଆ ନୋଟ? ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

୧.. ସର୍ବପ୍ରଥମେ ଆପଣଙ୍କୁ EPFO ​​ୱେବସାଇଟ୍ www.epfindia.gov.in କୁ ଲଗ୍ ଇନ୍ କରିବାକୁ ପଡିବ ।

୨. ଏହା ପରେ ଅOnline Services କୁ ଯାଆନ୍ତୁ ଓ  e-KYC ପୋର୍ଟାଲରେ କ୍ଲିକ୍ କରନ୍ତୁ ଏବଂ ତାପରେ UAN aadhar ଉପରେ ଲିଙ୍କ୍ କରିବାକୁ ପଡ଼ିବ ।

୩. ଆପଣଙ୍କୁ ନିଜ UAN ନମ୍ବର ଓ UAN ଆକାଉଣ୍ଟରୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ଅପଲୋଡ୍ କରିବାକୁ ପଡିବ ।

୪. ଆପଣଙ୍କ ମୋବାଇଲ୍ ନମ୍ବରରେ ଏକ OTP ନମ୍ବର ଆସିବ ।

୫. ଆପଣଙ୍କର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଆଧାର ବାକ୍ସରେ ପୂରଣ କରନ୍ତୁ ଓ ଦାଖଲ କରନ୍ତୁ ।

୬. ତା’ପରେ Proceed to OTP verification ଆସିବ ତ ଏଥିରେ କ୍ଲିକ୍ କରନ୍ତୁ ।

୭. ପୁଣି ଆଧାରର ସବିଶେଷ ତଥ୍ୟ ଭେରିଫାଇ କରିବା ପାଇଁ ଆଧାର ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର କିମ୍ବା ମେଲରେ OTP ଜେନେରେଟ୍ କରିବାକୁ ପଡିବ ।

୮. ଯାଞ୍ଚ ପରେ ଆପଣଙ୍କର ଆଧାର ଆପଣଙ୍କର PF ଆକାଉଣ୍ଟ୍ ସହିତ ଲିଙ୍କ୍ ହୋଇଯିବ ।