Rupay Vs Visa: ଆମେରିକାକୁ ବର୍ବାଦ କରିଦେବେ ଭାରତ ଓ ଋଷ! ଅସ୍ତ୍ର ସାଜିଲା Rupay, MIR କାର୍ଡ
Advertisement

Rupay Vs Visa: ଆମେରିକାକୁ ବର୍ବାଦ କରିଦେବେ ଭାରତ ଓ ଋଷ! ଅସ୍ତ୍ର ସାଜିଲା Rupay, MIR କାର୍ଡ

ପ୍ରତିଶୋଧ ନେବାକୁ ଆମେରିକାକୁ ଯାଇ ଆମେରିକା ନିଜ ଗୋଡରେ ନିଜେ କୁରାଢୀ ମାରିଛି। ଋଷ ଓ ଯୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ଭିସା (Visa card) ଓ ମାଷ୍ଟର କାର୍ଡ (Master Card)  କମ୍ପାନୀ ମସ୍କୋରେ ନିଜ ବ୍ୟବସାୟ ବନ୍ଦ କରିଥିଲେ। ଫଳରେ ଋଷରେ ଥିବା ଉଭୟ କମ୍ପାନୀର କୋଟି କୋଟି ଡେବିଟ ଓ କ୍ରେଡିଟ୍ କାର୍ଡ ବେକାର ହୋଇଗଲା।

 Rupay Vs Visa: ଆମେରିକାକୁ ବର୍ବାଦ କରିଦେବେ ଭାରତ ଓ ଋଷ! ଅସ୍ତ୍ର ସାଜିଲା Rupay, MIR କାର୍ଡ

Rupay Vs Visa card, ନୂଆଦିଲ୍ଲୀ: ଭାରତ ଓ ଋଷ ମିଳିତ ଭାବେ ଆମେରିକୀୟ ଡଲାର ସର୍ବନାସ କରିବାକୁ ଯାଉଛନ୍ତି। କେବଳ ଡଲାର ନୁହଁ ଭିସା ଓ ମାଷ୍ଟର କାର୍ଡ ମଧ୍ୟ ନିଜର ସତ୍ତା ହରାଇବ। ଭିସା ଓ ମାଷ୍ଟର କାର୍ଡ କମ୍ପାନୀ ଏବେ ଆମେରିକା ସରକାରଙ୍କ ଶରଣ ପଶିଛନ୍ତି ଓ ଭାରତ ଓ ଋଷ ଠାରୁ ରକ୍ଷା କରିବାକୁ ଅପିଲ କରିଛନ୍ତି। ବିଶେଷ କରି ଭାରତକୁ ନେଇ ଆମେରିକୀୟ କମ୍ପାନୀମାନେ ଆତଙ୍କୀତ ଅଛନ୍ତି। ବର୍ତ୍ତମାନ ଭାରତର ରୁପେ କାର୍ଡ (Rupay Card) ର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। କେବଳ ଦେଶରେ ନୁହଁ ବିଦେଶରେ ମଧ୍ୟ ରୁପେ କାର୍ଡ ବ୍ୟବହାର ପାଇଁ ଅନୁମତି ମିଳିଛି। ଏହି କ୍ଷେତ୍ରରେ ଭାରତ ଓ ଋଷ ମିଳିତ ଭାବେ ଏଭଳି ପଦକ୍ଷେପ ନେଇଛନ୍ତି, ଯାହାକୁ ଆମେରିକା ସହଜରେ ଗ୍ରହଣ କରୁନାହିଁ।

ପ୍ରତିଶୋଧ ନେବାକୁ ଆମେରିକାକୁ ଯାଇ ଆମେରିକା ନିଜ ଗୋଡରେ ନିଜେ କୁରାଢୀ ମାରିଛି। ଋଷ ଓ ଯୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ଭିସା (Visa card) ଓ ମାଷ୍ଟର କାର୍ଡ (Master Card)  କମ୍ପାନୀ ମସ୍କୋରେ ନିଜ ବ୍ୟବସାୟ ବନ୍ଦ କରିଥିଲେ। ଫଳରେ ଋଷରେ ଥିବା ଉଭୟ କମ୍ପାନୀର କୋଟି କୋଟି ଡେବିଟ ଓ କ୍ରେଡିଟ୍ କାର୍ଡ ବେକାର ହୋଇଗଲା। ଲୋକମାନେ ଏଟିଏମରୁ ନା ଟଙ୍କା ବାହାର କରିପାରିଲେ ନା ହିଁ କୌଣସି ସ୍ଥାନରେ କାର୍ଡ ପେମେଣ୍ଟ କରିପାରିଲେ। ଆଉ ଗୋଟିଏ ରାତିରେ ଋଷର ପେମେଣ୍ଟ ସିଣ୍ଟମ ଧରାଶାୟୀ ହୋଇଗଲା। ତେବେ ଋଷକୁ ଏହାର ଜବାବ ଦେବାର ଥିଲା, ତେଣୁ ପୁଟିନ ସରକାର ଦେଶରେ ମିର (MIR) ପେମେଣ୍ଟ ସିଣ୍ଟମ ଲାଗୁକଲେ।

Also Read: ଅକ୍ଟୋବର ୧ରୁ ବଦଳିଯିବ ବ୍ୟାଙ୍କିଙ୍ଗ ସହ ଜଡିତ ବଡ଼ ନିୟମ, ଗ୍ରାହକଙ୍କୁ କରିବ ପ୍ରଭାବିତ

ଆମେରିକାକୁ ଶିକ୍ଷା ଦେବାକୁ ପୁଟିନ ସରକାର ମିର ପେମଣ୍ଟ ସିଷ୍ଟମ ଲାଗୁ କରିଦେଲେ। କିନ୍ତୁ ବର୍ତ୍ତମାନ ମଧ୍ୟ ସମସ୍ୟାର ପୂର୍ଣ୍ଣ ସମାଧାନ ହୋଇନଥିଲା। କାରଣ ମିର କାର୍ଡ କେବଳ ଋଷ ଭିତରେ ହିଁ କାମ କରୁଥିଲା। ଆଉ ବିଦେଶରେ ଏହି ସେବା ପାଇବା ପାଇଁ ଋଷ ଅନ୍ୟ ଦେଶ ଗୁଡିକ ପ୍ରସ୍ତାବ ଦେଲା। କିନ୍ତୁ କୌଣସି ଦେଶ ସେଥିରେ ଆଗ୍ରହ ଦେଖାଇଲେ ନାହିଁ। କିନ୍ତୁ ଭାରତ, ଋଷର ପ୍ରସ୍ତାବକୁ ଗ୍ରହଣ କରିଛି। ଏବେ ଉଭୟ ଦେଶ ପରସ୍ପର ସହ ମିଶି ଆମେରିକାର ଡଲାର ଓ ପେମେଣ୍ଟ କମ୍ପାନୀ ଗୁଡିକର ମେରୁଦଣ୍ଡ ଭାଙ୍ଗିବେ। ଖବର ମୁତାବକ ଋଷର ମିର କାର୍ଡକୁ ଭାରତ ଅନୁମତି ଦେବ ଓ ଋଷ, ଭାରତର ରୁପେ କାର୍ଡକୁ ନିଜ ଦେଶରେ ପ୍ରଚଳନ କରିବ।

ଯଦି ଏପରି ହୁଏ ଆମେରିକାର ଆର୍ଥନୀତିରେ ଏକ ବଡ ପ୍ରଭାବ ପଡିବ। କାରଣ, ପ୍ରତିବର୍ଷ ହାଜର ହଜାର ସଂଖ୍ୟକ ଋଷ ପର୍ଯ୍ୟଟକ ଭାରତ ବୁଲିବାକୁ ଆସନ୍ତି। ସେମାନେ ନିଜ ସହ ମିର କାର୍ଡ ନେଇ ଆସିବାକୁ ପଡିବ। କିନ୍ତୁ ମିର କାର୍ଡ ଋଷ ବାହାରେ ଚାଲୁନଥିବାରୁ ପର୍ଯ୍ୟଟକଙ୍କ ନଗଦ ଧରି ଆସିବାକୁ ପଡିବ। କିନ୍ତୁ ଭାରତ ଓ ଋଷ ମଧ୍ୟ ଚୁକ୍ତି ହେଲେ ସେମାନଙ୍କୁ ଆଉ ନଗଦ ଆଣିବାକୁ ପଡିବ ନାହିଁ। କାରଣ ଭାରତରେ ମଧ୍ୟ ମିର କାର୍ଡ ବ୍ୟବହାର ଉପଯୋଗୀ ହେବ। ଆଉ ଋଷରେ ପଢୁଥିବା ଛାତ୍ରଛାତ୍ରୀ ହୁଅନ୍ତୁ କିମ୍ବା ପର୍ଯ୍ୟଟକ ସମସ୍ତେ ସେଠାରେ ରୁପେ କାର୍ଡରେ ପେମେଣ୍ଟ କରିପାରିବେ ବେ ଏଟିଏମରୁ ଟଙ୍କା ଉଠାଇ ପାରିବେ।

Also Read: ଜୁଲାଇ ୧ରୁ ୪ ପ୍ରତିଶତ ବଢ଼ିଯାଇଛି କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା? ପଢ଼ନ୍ତୁ ପୂରା ଖବର

କୁହାଯାଉଛି ଯେ, ଋଷ ଓ ଆମେରିକା ମଧ୍ୟରେ ଚୁକ୍ତି ହେଲେ ଉଭୟ ଦେଶ ଆଉ ଆମେରିକା ଉପରେ ନିର୍ଭର ରହିବେ ନାହିଁ। ସେମାନେ ନା କେବଳ ଭିସା ଓ ମାଷ୍ଟର କାର୍ଡରୁ ମୁକ୍ତି ପାଇବ, ବରଂ ସ୍ଥାନୀୟ ମୂଦ୍ରାରେ କାରବାର କରିବେ। ଫଳରେ ଡଲାର ଉପାଦେୟତା ହ୍ରାସ ପାଇବ। ଏହା ଆମେରିକାର ପାଇଁ ଡବଲ ଝଟକା। ଆମେରିକୀୟ କମ୍ପାନୀର କାର୍ଡ ବ୍ୟବହାର ନ କଲେ ଡଲାର ଭ୍ୟାଲୁ ହ୍ରାସ ପାଇବ ଆଉ ସମାନ ସମୟରେ ଭାରତ ଓ ଋଷ ମୂଦ୍ରାର ଚାହିଦା ବୃଦ୍ଧି ପାଇବ। ଆଉ ରୁପେ କାର୍ଡର ମାର୍କେଟ ଧୀରେ ଧୀରେ ବଡ ହୋଇଯିବ। ଯାହା ଭାରତରୁ ଆହୁରି ଶକ୍ତିଶାଳୀ କରିବ। କାରଣ ଏହି ପେମେଣ୍ଟ ସିଷ୍ଟମ ପାଇଁ ଭାରତ ଉପରେ କୌଣସି ଦେଶ ପ୍ରତିବନ୍ଧକ ଲଗାଇବା ପୂର୍ବରୁ ଶହେଥର ଭାବିବ।