ଖରାଦିନେ ମତ୍ସ୍ୟପାଳନ, ଜାଣନ୍ତୁ ଖରାଦିନେ ମାଛଚାଷ ପ୍ରଣାଳୀ...
Advertisement
Article Detail0/zeeodisha/odisha1130122

ଖରାଦିନେ ମତ୍ସ୍ୟପାଳନ, ଜାଣନ୍ତୁ ଖରାଦିନେ ମାଛଚାଷ ପ୍ରଣାଳୀ...

ମାଛ ଚାଷ କରୁଥିବା ପୋଖରୀ ଜଳସ୍ତର ଅତି କମରେ ୬ ଫୁଟ ରହିବା ଦରକାର । ଯଦି ପୋଖରୀରୁ ଜଳସ୍ତର କମିଯାଉଛି ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟ ଆପଣାଇ ପୋଖରୀରେ ପାଣି ଭରିପାରିବେ । 

 ଖରାଦିନେ ମତ୍ସ୍ୟପାଳନ, ଜାଣନ୍ତୁ ଖରାଦିନେ ମାଛଚାଷ ପ୍ରଣାଳୀ...

ନୂଆଦିଲ୍ଲୀ:  ମତ୍ସ୍ୟପାଳନ କରି ଅନେକ ଲୋକ ଆଜିର ଦିନରେ ଲାଭବାନ ହୋଇପାରିଛନ୍ତି । ଏବେ ଧିରେ ଧିରେ ଖରାଦିନ ଆସିଲାଣି , ତାତି ବି ବଢିବାରେ ଲାଗିଛି । ଉତ୍ତାପ ବଢିବା ଯୋଗୁଁ ନଦୀ ପୋଖରୀର ଜଳସ୍ତର ମଧ୍ୟ ଧିରେ ଧିରେ କମିବା ଆରମ୍ଭ କରିବ ।  ଏଭଳି ସ୍ଥିତିରେ ମାଛମାନଙ୍କ ମୃତ୍ୟୁ ଆଶଙ୍କା ଯଥେଷ୍ଟ ଅଧିକ । ମାଛ ମରିବା କାରଣରୁ ଚାଷୀଙ୍କୁ ମଧ୍ୟ  ଅନେକ କ୍ଷତି ସହିବାକୁ ପଡି଼ଥାଏ । ଏଥିପାଇଁ ଖରାଦିନେ ମାଛ ପୋଖରୀର ଉପଯୁକ୍ତ ପରିଚାଳନା ଜରୁରୀ ଅଟେ । ଯାହା ଦ୍ଵାରା ମାଛ ମୃତ୍ୟୁ ହାର କମିବା ସହ ଚାଷୀ ଆର୍ଥିକ କ୍ଷତିରୁ ମୁକ୍ତି ପାଇପାରିବେ।

ମାଛ ଚାଷ (Fish Farming) କରୁଥିବା ପୋଖରୀ ଜଳସ୍ତର ଅତି କମରେ ୬ ଫୁଟ ରହିବା ଦରକାର । ଯଦି ପୋଖରୀରୁ ଜଳସ୍ତର କମିଯାଉଛି ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟ ଆପଣାଇ ପୋଖରୀରେ ପାଣି ଭରିପାରିବେ । ଯେଉଁ ଚାଷୀଙ୍କ ପାଖରେ ଏହି ସୁବିଧା ସୁଯୋଗ ନଥିବା ସେମାନେ ପୋଖରୀରୁ ବଡ଼ ମାଛ ଗୁଡ଼ିକୁ ଧରି ବିକ୍ରି କରିଦେବା ଦରକାର । ପର୍ଯ୍ୟାୟକ୍ରମେ ବଡ଼ ମାଛ ଧରି ବିକ୍ରି କରିଦେଲେ ଚାଷୀମାନେ ହଠାତ୍ ମାଛ ମରିବା କିମ୍ବା ଜଳାଭାବ ଜନିତ କ୍ଷତିରୁ ମୁକ୍ତି ପାଇଯିବେ । ଖରାଦିନେ ସାଧାରଣତଃ ତାପମାତ୍ରା ବୃଦ୍ଧି ଯୋଗୁଁ ଜଳାଶୟରେ ଅମ୍ଳଜାନ ଅଭାବର କାରଣ ଦେଖାଯାଇଥାଏ । ପରିବେଶର ଉତ୍ତାପ ବୃଦ୍ଧି ଦ୍ଵାରା ପୋଖରୀର ଉତ୍ତାପ ବଢ଼ିଥାଏ  ଓ ଏହା ଦ୍ରବୀଭୂତ ଅମ୍ଳଜାନ ଉପରେ ପ୍ରଭାବ ପକାଇଥାଏ ।

Also Read: କେଶ ସମସ୍ୟାର ରାମବାଣ! ରୂପି ଟେନସନ୍ ଦୂର କରିବ ଏହି ଘରୋଇ ଉପଚାର

ଏହା ଦୂର କରିବା ପାଇଁ ଚାଷୀମାନେ ପ୍ରଥମତଃ ପୋଖରୀରେ ଜଳ ସଂଚାଳନ କରିବା ଦରକାର ଓ ଜଳର ଉଚ୍ଚତା ବଢ଼ାଇ ଦେବା ଦରକାର । ଏଥିସହ ପାଖରେ ବାୟୁ ସଂଚାଳନ ଯନ୍ତ୍ର କିମ୍ବା ପାଣି ପମ୍ପ ଦ୍ଵାରା ପୋଖରୀ ମଧ୍ୟରେ ଜଳ ସଂଚାଳନ କରିବା ଦରକାର । ଫଳରେ ଜଳରେ ଥିବା ଦ୍ରବୀଭୂତ ଅମ୍ଳଜାନ (Oxygen) ର ପରିମାଣ ବଢ଼ିଯିବ ଏବଂ ମାଛମାନଙ୍କର ମୃତ୍ୟୁ ହେବ ନାହିଁ । ଏହାବ୍ୟତୀତ, ଅମ୍ଳଜାନ ପାଉଡ଼ର, ଟାବଲେଟ୍ ବା କ୍ୟାଲସିୟମ୍ ପେରୋକ୍ସାଇଡ ନିକଟସ୍ଥ ଆକ୍ଵାସପ୍ ଠାରୁ ଆଣି ପାଖରେ ରଖନ୍ତୁ । ପୋଖରୀରେ ଅମ୍ଳଜାନ ଅଭାବର ଲକ୍ଷଣ ଯଦି ଦେଖାଦିଏ ତେବେ ତୁରନ୍ତ ଏହାର ପ୍ରତିକାର କରିବା ଉଚିତ।

କିଭଳି ଜାଣିବେ ଅମ୍ଳଜାନ ଅଭାବର ଲକ୍ଷଣ...

ଯଦି ଅମ୍ଳଜାନ ଅଭାବ ଥାଏ ତେବେ ମାଛ (Fish) ମାନେ ପୋଖରୀରେ ଜଳସ୍ତର ଉପରିଭାଗକୁ ଆସିଯାଆନ୍ତି ଏବଂ ଅମ୍ଳଜାନ ନେବାକୁ ପାଟି ପାକୁପାକୁ କରନ୍ତି । ପ୍ରାୟତଃ ମଧ୍ୟରାତ୍ରରୁ ଭୋର ସମୟ ପର୍ଯ୍ୟନ୍ତ ଏହି ଲକ୍ଷଣ ମାଛମାନଙ୍କର ଦେଖାଯାଏ। ଯଦି ଏହି ଲକ୍ଷଣ ଚାଷୀ ପୋଖରୀରେ ଦେଖିବାକୁ ପାଏ ତାହେଲେ ସେମାନେ ଏହାର ତୁରନ୍ତ ପ୍ରତିକାର କରିବା ଜରୁରୀ।  ନଚେତ ଅମ୍ଳଜାନ ଅଭାବରେ ମାଛମାନଙ୍କର ମୃତ୍ୟୁ ଘଟିପାରେ।

Also Read: ମଟନ ରାନ୍ଧିବାକୁ ମନା କରିଦେଲେ ସ୍ତ୍ରୀ, ପୋଲିସକୁ ଫୋନ କରି ସ୍ୱାମୀ ଗିରଫ

ଏହି ସମୟରେ ଜଳର କେତେକ ରାସାୟନିକ କାରକ(  ପି.ଏଚ୍. ଅମ୍ଳତ୍ଵ ଓ କ୍ଷାରତ୍ଵ, ଆମୋନିଆ, ନାଇଟ୍ରାଇଟ୍ )ଜଳର ପ୍ଲବକ ପରୀକ୍ଷା କରିବା ଜରୁରୀ ।  ପୋଖରୀ (Pond) ପାଣି ଅତ୍ୟଧିକ ନୀଳ ହୋଇଯାଇଥିଲେ  ସେଥିରେ ଉଦ୍ଭିଦ ଗତ ପ୍ଲବକ ଅଧିକା ହୋଇଯାଇଥାଏ । ଜଳରେ ଏଭଳି ପରିବର୍ତ୍ତନ ପୋଖରୀର ଜଳସ୍ତର କମିବା ଦ୍ଵାରା ହୋଇଥାଏ । ପୋଖରୀର ଜଳସ୍ତର କମିବା ଦ୍ଵାରା ପଙ୍କରେ ଥିବା ଅଦରକାରୀ ଗଞ୍ଜେସ୍ ତଥା ଆମୋନିଆ ନାଇଟ୍ରାଇଟ୍ ବଢ଼ିଯାଇଥାଏ ଓ ମାଛମାନଙ୍କ ପାଇଁ ବିଷାକ୍ତ ପରିବେଶ ସୃଷ୍ଟି କରିଥାଏ । ସୂର୍ଯ୍ୟକିରଣ ଓ ତାପମାତ୍ରାର ପ୍ରଭାବରେ ଆଲୋକ ପୋଖରୀରେ ଥିବା ଜଳର ନିମ୍ନସ୍ତରକୁ ଯିବା ଫଳରେ ଏହି ପ୍ରକାରର ଅବସ୍ଥା ଦେଖାଯାଇଥାଏ । ଯଦି ଏହି ପ୍ରକାରର ବିଷାକ୍ତ ପରିବେଶ ଦେଖାଦିଏ, ତାହେଲେ ଚାଷୀମାନେ ପୋଖରୀରେ ନିଉଲାଇଟ୍ ଏକର ପିଛା ୨୦-୩୦ କେଜି ପ୍ରୟୋଗ କରିବା ଦରକାର, ଏହା ବ୍ୟତୀତ ଜଳର 'ପି.ଏଚ୍ ଅଣାଯାଇ ଏକର ପିଛା ୮୦ କିଲୋ ଚୂନ ପ୍ରୟୋଗ କରିବା ଜରୁରୀ।