PM Kisan Yojana: କୃଷକମାନଙ୍କ ପାଇଁ ଖୁସି ଖବର, ଏହି ଦିନ ଆକାଉଣ୍ଟକୁ ଆସିବ ଦ୍ୱାଦଶ କିସ୍ତି ଟଙ୍କା
Advertisement

PM Kisan Yojana: କୃଷକମାନଙ୍କ ପାଇଁ ଖୁସି ଖବର, ଏହି ଦିନ ଆକାଉଣ୍ଟକୁ ଆସିବ ଦ୍ୱାଦଶ କିସ୍ତି ଟଙ୍କା

PM Kisan Yojana: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ ମଇ ୨୦୨୨ ରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କାର ଏକାଦଶ କିସ୍ତି ଟ୍ରାନସ୍ଫର କରିଥିଲେ ।

ସାଙ୍କେତିକ ଫଟୋ

PM Kisan Yojana: କୃଷକମାନଙ୍କ ପାଇଁ ପରିଚାଳିତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର (PM Kisan Samman Nidhi Yojana) ନୂତନ କିସ୍ତି ପାଇଁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ପାଇଁ ଏକ ବଡ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଦ୍ୱାଦଶ କିସ୍ତି (PM Kisan 12th installment)ଖୁବ ଶୀଘ୍ର ଚାଷୀଙ୍କ ଆକାଉଣ୍ଟରେ ଦିଆଯିବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୨ ସେପ୍ଟେମ୍ବର ୨୦୨୨ ରେ ବ୍ୟାଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା କିସ୍ତି ଆସିପାରେ ।

କହିରଖୁଛୁ ଯେ ପ୍ରଧାନ ମନ୍ତ୍ର କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଦେଶର ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି । ପ୍ରତି ୪ ମାସରେ ଚାଷୀଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା ଟ୍ରାନ୍ସଫର ହୁଏ ।

ପ୍ରଧାନ ମନ୍ତ୍ର କିସାନ ସମ୍ମାନ ନିଧି ଯୋଜନା ପ୍ରଥମ କିସ୍ତି ଏପ୍ରିଲ ୧ ରୁ ଜୁଲାଇ ୩୧ ମଧ୍ୟରେ ଦିଆଯାଉଥିବାବେଳେ, ଦ୍ୱିତୀୟ କିସ୍ତି ଅଗଷ୍ଟ ୧ ରୁ ନଭେମ୍ବର ୩୦ ମଧ୍ୟରେ ଦିଆଯାଉଛି । ସେହିପରି ତୃତୀୟ କିସ୍ତି ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ମଧ୍ୟରେ ଟ୍ରାନ୍ସଫର ହୁଏ । ବର୍ତ୍ତମାନ ପର୍ଯ୍ୟନ୍ତ, ଟାଇମ୍ ଲାଇନ୍ ଅନୁଯାୟୀ, ଏକାଦଶ କିସ୍ତିର ଟଙ୍କା ଟ୍ରାନ୍ସଫର ହୋଇସାରିଛି । ନିୟମ ଅନୁଯାୟୀ ପରବର୍ତ୍ତୀ ଦ୍ୱାଦଶ କିସ୍ତି ୧ ସେପ୍ଟେମ୍ବରରେ ଆସିପାରେ ।

ଚାଷୀଙ୍କ ଆକାଉଣ୍ଟରେ ଆସିବ କି ୪ ହଜାର ଟଙ୍କା?
ଏହି ଯୋଜନା ଅଧୀନରେ, ଯେଉଁ କୃଷକମାନେ ସେମାନଙ୍କ ଆକାଉଣ୍ଟରେ ପିଏମ କିସାନର ଏକାଦଶ କିସ୍ତି ଗ୍ରହଣ କରିନାହାଁନ୍ତି, ତେବେ ସେମାନେ ପରବର୍ତ୍ତୀ କିସ୍ତି ସହିତ ପୂର୍ବ ରାଶି ମଧ୍ୟ ପାଇବେ ।  ଅର୍ଥାତ୍ କୃଷକମାନେ ବର୍ତ୍ତମାନ ୪୦୦୦ ଟଙ୍କା ପାଇବେ । କିନ୍ତୁ ଆମେ ଆପଣଙ୍କୁ କହି ରଖିବୁ ଯେ ଏହି ସୁବିଧା କେବଳ ସେହି କୃଷକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ପୂର୍ବରୁ ପଞ୍ଜୀକୃତ କରିଥିଲେ । ଯଦି ଆପଣ ମଧ୍ୟ ବର୍ତ୍ତମାନ ଆବେଦନ କରିଛନ୍ତି ଓ ଏହା ଗ୍ରହଣୀୟ ହୋଇଛି, ତେବେ ଆପଣ ଏକାସହ ୪୦୦୦ ଟଙ୍କା ପାଇବେ ।

ପ୍ରଧାନମନ୍ତ୍ରୀ କିସାନସମ୍ମାନ ନିଧି ଯୋଜନା ଅଧୀନରେ ବର୍ତ୍ତମାନ କୃଷକମାନେ ଦଶମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାର ଏକାଦଶ କିସ୍ତି କୃଷକଙ୍କ ଆକାଉଣ୍ଟରେ ଜମା ହୋଇ ସାରିଛି । ଆମେ ଆପଣଙ୍କୁ କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କେନ୍ଦ୍ର ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ ୨୦୦୦ ଟଙ୍କା ଲେଖାଏଁ କରି ତିନୋଟି କିସ୍ତି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶର କୃଷକଙ୍କ ଆୟ ବୃଦ୍ଧି କରିବା ଓ ସେମାନଙ୍କୁ ଆର୍ଥିକ ଭାବରେ ସିଧାସଳଖ ସାହାଯ୍ୟ କରିବା ।

ଏହା ବି ପଢ଼ନ୍ତୁ: Odisha Politics: କେଉଁ ଦଳକୁ ଯିବେ ସୋମ୍ୟ? ଆସିଲା ନୂଆ ଅପଡେଟ୍

ଏହା ବି ପଢ଼ନ୍ତୁ: Delhi Excise Case: ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାମରେ FIR ପଞ୍ଜିକରଣ କଲା CBI