ଗତ ସପ୍ତାହରେ ନିବେଶକଙ୍କ ମୁଣ୍ଡରେ ପଡ଼ିଲା ଚଡକ! ୪ ଲକ୍ଷ କୋଟି ଟଙ୍କା ହରାଇଲେ ଏହି ୧୦ କମ୍ପାନୀ
Advertisement

ଗତ ସପ୍ତାହରେ ନିବେଶକଙ୍କ ମୁଣ୍ଡରେ ପଡ଼ିଲା ଚଡକ! ୪ ଲକ୍ଷ କୋଟି ଟଙ୍କା ହରାଇଲେ ଏହି ୧୦ କମ୍ପାନୀ

ଅନ୍ୟ ଦେଶ ପରି ଭାରତୀୟ ସେୟାର ମାର୍କେଟ ମଧ୍ୟ ବିଶ୍ୱ ବଜାର ଉପରେ ନିର୍ଭର କରେ। ଗତ କିଛି ସପ୍ତାହ ହେଲା ସେୟାର ଭାରତୀୟ ସେୟାର ମାର୍କେଟ ଅସନ୍ତୁଳିତ ଅବସ୍ଥାରେ ଅଛି। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତୀୟ ନିବେଶକଙ୍କ ମୁଣ୍ଡରେ ଚଡକ ପଡିଛି। ଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସପ୍ତାହରେ ସେୟାର ବଜାର ରେକର୍ଡ କ୍ଷତି ସହିଛି। ବିଏସଇ ସୂଚକାଙ୍କ ୫ରୁ ଅଧିକ ପ୍ରତିଶତ ଖସିଥିବା ବେଳେ NSEରେ ବି ବେପାର ମାନ୍ଦା ରହିଥିଲା। ଫଳରେ ଦେଶ ୧୦ଟି ପ୍ରମୁଖ କମ୍ପାନୀ ୩.୯୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଏଥିରେ ଟାଟା ଓ ରିଲାଏନ୍ସ କମ୍ପାନୀର ନିବେଶକଙ୍କ ଟଙ୍କା ପାଣିରେ ପଡିଛି।

ଅନ୍ୟ ଦେଶ ପରି ଭାରତୀୟ ସେୟାର ମାର୍କେଟ ମଧ୍ୟ ବିଶ୍ୱ ବଜାର ଉପରେ ନିର୍ଭର କରେ। ଗତ କିଛି ସପ୍ତାହ ହେଲା ସେୟାର ଭାରତୀୟ ସେୟାର ମାର୍କେଟ ଅସନ୍ତୁଳିତ ଅବସ୍ଥାରେ ଅଛି। କିନ୍ତୁ ଗତ ସପ୍ତାହରେ ଏହା ଦୁଇ ବର୍ଷର ରେକର୍ଡ ଭାଙ୍ଗି ତଳକୁ ଖସିଛି। ଫଳରେ ଦେଶର ୧୦ଟି ଘରୋଇ କମ୍ପାନୀକୁ ୩,୯୧,୬୨୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ତେବେ ଆସନ୍ତୁ କେଉଁ କମ୍ପାନୀର କେତେ ଟଙ୍କା କ୍ଷତି ହୋଇଛି।

କ୍ରମିକ ନଂ  କମ୍ପାନୀ ନାମ     ମାର୍କେଟ ଭ୍ୟାଲୁ (କୋଟି ଟଙ୍କା) କ୍ଷତି (କୋଟି ଟଙ୍କା)
Tata Consultancy Services ୧୧୩୦୩୨୭ ୧୦୧୦୨୬
Reliance Industries Ltd ୧୭୫୧୬୮୬ ୮୪୩୫୨
Infosys  ୫୮୩୮୪୬ ୩୭୬୫୬
Life Insurance Corporation ୪୧୪୦୯୪ ୩୪୭୮୭
HDFC Bank ୭୧୬୩୭୩ ୩୩୫୦୭
HDFC  ୩୭୨୪୪୨ ୨୨୯୭୭
ICICI Bank ୪୭୮୫୪୦ ୨୨୨୦୩
Hindustan Unilever  ୪୯୬୩୫୧ ୨୦୫୩୫
State Bank of India ୩୯୩୫୭୫ ୧୮୫୬୩
୧୦ Bharti Airtel ୩୫୩୬୦୪ ୧୬୦୦୯

Also Read: ରେଳବାଇର ବଡ଼ ଘୋଷଣା; ସୋମବାର ରାତି ଆଠଟା ପର୍ଯ୍ୟନ୍ତ...