LICର ଏହି ପ୍ଲାନରେ ୧୬ ବର୍ଷ ପ୍ରିମିୟମ ଜମା କଲେ ମିଳିବ ୧ କୋଟି !
Advertisement
Article Detail0/zeeodisha/odisha1145323

LICର ଏହି ପ୍ଲାନରେ ୧୬ ବର୍ଷ ପ୍ରିମିୟମ ଜମା କଲେ ମିଳିବ ୧ କୋଟି !

ଭାରତର ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ବିଭିନ୍ନ ଭଳି ବିନିଯୋଗ ବିକଳ୍ପ ପ୍ରଦାନ କରିଥାଏ ।

LICର ଏହି ପ୍ଲାନରେ ୧୬ ବର୍ଷ ପ୍ରିମିୟମ ଜମା କଲେ ମିଳିବ ୧ କୋଟି !

ନୂଆଦିଲ୍ଲୀ: ଆଜିକାଲି ଇନସ୍ୟୁରାନ୍ସ ହେଉ ଅବା ଅନ୍ୟ ଇନଭେଷ୍ଟମେଣ୍ଟ, ପ୍ରତିଲୋକ LIC ପଲିସି ନେଇଥାନ୍ତି । ତେବେ LICର ଏପରି ଏକ ସ୍କିମ୍ ଅଛି, ଯେଉଁଥିରେ ଆପଣଙ୍କୁ ମାତ୍ର ୧୬ ବର୍ଷ ପ୍ରିମିୟମ ଭରିବା ପରେ ୧ କୋଟି ଟଙ୍କା ରିଟର୍ଣ୍ଣ ମିଳିବ । ଏହି ସ୍କିମରେ LIC ସହ ଲିଙ୍କ୍ ହୋଇନଥିବା ଯୋଜନାରେ କୌଣସି ବ୍ୟକ୍ତି ଏହି ଯୋଜନାକୁ ୧୪, ୧୬, ୧୮ ଓ ୨୦ ବର୍ଷ ଯାଏ ପ୍ରିମିୟମ୍ ଭରି ଏକସଙ୍ଗେ କୋଟିଏ ଟଙ୍କାର ଲାଭ ପାଇପାରିବେ।

ଭାରତର ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ବିଭିନ୍ନ ଭଳି ବିନିଯୋଗ ବିକଳ୍ପ ପ୍ରଦାନ କରିଥାଏ  । ଯଦି ଆପଣ ଏହିପରି ବଡ଼ ଲାଭକାରୀ ରିଟର୍ଣ୍ଣର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ LICର ଏହି ବଡ଼ ପ୍ଲାନ୍ 'LIC ଜୀବନ ସିରୋନାମା' ପ୍ଲାନକୁ ଗ୍ରହଣ କରିପାରିବେ।

'LIC ଜୀବନ ସିରୋନାମା'

'LIC ଜୀବନ ସିରୋନାମା' ପ୍ଲାନ ହେଉଛି ଏକ ଅଣ-ଲିଙ୍କ୍, ଅଂଶଗ୍ରହଣକାରୀ, ବ୍ୟକ୍ତିଗତ, ଜୀବନ ନିଶ୍ଚିତତା ସଞ୍ଚୟ ପ୍ଲାନ ଅଟେ । ଏହା ଏକ ସୀମିତ ପ୍ରିମିୟମ ପେମେଣ୍ଟ ଟଙ୍କା ବ୍ୟାକ୍ ଲାଇଫ୍ ଇନସ୍ୟୁରାନ୍ସ ପ୍ଲାନ୍ ଅଟେ । ଏହି ପ୍ଲାନ୍ ଉଚ୍ଚ ଆୟ ବର୍ଗ ବ୍ୟକ୍ତିବିଶେଷଙ୍କ ପାଇଁ ଅଟେ । ଯଦି ଆପଣ LICର ଏହି ପ୍ଲାନ୍ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ଯୋଜନାକୁ ଏକ ମୌଳିକ ରାଶି ସହିତ ଅତି କମରେ ୧ କୋଟି ଟଙ୍କା ସମ୍ ଇନସ୍ୟୁରୋର୍ଡ ସହ ଏହି ପ୍ଲାନ୍ ନେବାକୁ ପଡ଼ିବ । ଏଥିରେ ସର୍ବାଧିକ ରାଶି ଉପରେ କୌଣସି ସୀମା ନାହିଁ । ଆପଣ ବାର୍ଷିକ ୬ ମାସିକ ଓ ତ୍ରୟୋମାସିକ ଓ ମାସିକ ଭିତ୍ତିରେ ପ୍ରିମିୟିମ ଜମା କରିପାରିବେ।

LICର ଏହି ପ୍ଲାନ୍ ନେବାକୁ ବୟସ ସୀମା:

'LIC ଜୀବନ ସିରୋନାମା' ପ୍ଲାନକୁ ନେବାକୁ ଜଣେ ବ୍ୟକ୍ତିଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ହେବା ଆବଶ୍ୟକ ଅଟେ । ଜଣେ  ୪୫ ବର୍ଷରୁ କମ୍ ବୟସର ଜଣେ ବ୍ୟକ୍ତି ୨୦ ବର୍ଷ ଅବଧି ଏହି ପଲିସି ନେଇପାରିବେ । ସେହିପରି ୪୫-୪୮ବର୍ଷ ବୟସର ଲୋକମାନେ ସର୍ବାଧିକ ୧୮ ବର୍ଷ ଅବଧି ବିଶିଷ୍ଟ ପଲିସି ନେଇପାରିବେ । ସେହିପରି ୪୮ରୁ ୫୧ ବର୍ଷ ବୟସର ବ୍ୟକ୍ତି ବିଶେ ୧୬ ବର୍ଷ ଅବଧି ପ୍ଲାନ୍ ନେଇପାରିବେ। ସେହିପରି ୫୫ ବର୍ଷ ବୟସର ଜଣେ ବ୍ୟକ୍ତି ୧୪ବର୍ଷ ପଲିସି ପ୍ଲାନ୍ ନେଇପାରିବେ । କୌଣସି ଜଣେ ବ୍ୟକ୍ତି ଏହି ଯୋଜନାକୁ ୧୪, ୧୬, ୧୮ ଓ ୨୦ବର୍ଷର ପଲିସି ଟର୍ମ ସହ ପ୍ଲାନ୍ ନେଇପାରିବେ । 'LIC ଜୀବନ ସିରୋନାମା' ପ୍ଲାନରେ ଋଣ ନେବାର ସୁବିଧା ରହିଛି । ଅତିକମରେ ଜଣେ ବ୍ୟକ୍ତି ୧ ବର୍ଷ ପ୍ରିମିୟମ ଜମା କରିବା ପରେ ଋଣ ନେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ପ୍ଲାନ ସହିତ ଜଡ଼ିତ ଅବଧି ଅନୁସାରେ ଋଣ ନେଇପାରିବେ।

୧ କୋଟି ସମଇନ୍ୟୁରାନ୍ସ ପାଇଁ କେତେ ଟଙ୍କା ଜମା କରିବାକୁ ହେବ ?

LICର ଗଣନା ଅନୁସାରେ ୨୯ ବର୍ଷ ବୟସର ଯେକୌଣସି ବ୍ୟକ୍ତି ଯଦି ଏହି ପ୍ଲାନ୍ ୨୦ବର୍ଷ ପାଇଁ ନିଅନ୍ତି, ତେବେ ତାଙ୍କୁ ୧୬ ବର୍ଷ ପାଇଁ ପ୍ରିମିୟମ ଜମା କରିବାକୁ ପଡ଼ିବ । ତାଙ୍କୁ ପ୍ରଥମ ବର୍ଷ ପାଇଁ ପ୍ରତି ମାସରେ ଟ୍ୟାକ୍ସ ସହିତ ୬୧,୪୩୮ ଟଙ୍କା ପ୍ରିମିୟମ ଜମା କରିବାକୁ ପଡ଼ିବ । ଏହା ସହିତ, ଦ୍ୱିତୀୟ ବର୍ଷଠାରୁ, ଉକ୍ତ ବ୍ୟକ୍ତିଙ୍କୁ ପ୍ରତି ମାସରେ ୬୦,୧୧୪.୮୨ ଟଙ୍କା ପ୍ରିମିୟମ ଜମା କରିବାକୁ ପଡ଼ିବ । ମ୍ୟାଚ୍ୟୁରିଟି ପୁରିବା ପରେ ଆପଣ ୧କୋଟି ୩୪ଲକ୍ଷ ୫୦ ହଜାର ଟଙ୍କା ଟଙ୍କା ଲାଭ ପାଇବେ । ପଲିସି ହୋଲ୍ଡର୍ସ ବଞ୍ଚିବା ଅବସ୍ଥାରେ ଲାଭ ମଧ୍ୟ ମିଳିଥାଏ । ଏହା ବ୍ୟତୀତ, ପଲିସି ଅବଧି ସମୟରେ ପଲିସିଧାରୀଙ୍କ ମୃତ୍ୟୁ ଉପରେ, ଏକ ନିର୍ଦ୍ଦିଷ୍ଟ ବଡ଼ ରାଶି ନୋମିନିଙ୍କୁ ମିଳିଯାଇଥାଏ।