ଲୋକଙ୍କ ମନରେ ମୋବାଇଲ ବ୍ୟାଟେରୀକୁ ନେଇ ଅନେକ ପ୍ରଶ୍ନ ରହିଛି । ଯେମିତି କଣ ରାତି ସାରା ମୋବାଇଲ ଚାର୍ଜରେ ବସାଇବା ଉଚିତ୍ । କଣ ଏଭଳି କରିବା ଦ୍ବାରା ଫୋନ ଖରାପ ହୋଇଥାଏ । କଣ ଏହା ସୁରକ୍ଷା ଦୃଷ୍ଟିରୁ ଖରାପ କି ?
Trending Photos
Charging your phone overnight: ଲୋକଙ୍କ ମନରେ ମୋବାଇଲ ବ୍ୟାଟେରୀକୁ ନେଇ ଅନେକ ପ୍ରଶ୍ନ ରହିଛି । ଯେମିତି କଣ ରାତି ସାରା ମୋବାଇଲ ଚାର୍ଜରେ ବସାଇବା ଉଚିତ୍ । କଣ ଏଭଳି କରିବା ଦ୍ବାରା ଫୋନ ଖରାପ ହୋଇଥାଏ । କଣ ଏହା ସୁରକ୍ଷା ଦୃଷ୍ଟିରୁ ଖରାପ କି ? ଆହୁରି ମଧ୍ୟ ପ୍ରଶ୍ନ ଆସେ ଯେ ଆପଣଙ୍କୁ କେତେ ଫୋନକୁ ଚାର୍ଜ କରିବା ଜରୁରୀ । ଫୋନକୁ ପ୍ଲଗ୍ ଇନ୍ କରିବାର ସମୟ କେତେ ? କଣ ଫୋନ ବ୍ୟାଟେରୀକୁ ୧୦୦ ପ୍ରତିଶତ ଚାର୍ଜ ହେବା ପର୍ଯ୍ୟନ୍ତ ଚାର୍ଜ କରିବା ଜରୁରୀ କି ? ଏଥିପାଇଁ ଲୋକଙ୍କୁ ଫୋନ ବ୍ୟାଟେରୀକୁ ଚାର୍ଜ କରିବାକୁ ନେଇ ଭୟ ଏବଂ ପ୍ରଶ୍ନ ଥାଏ ଯେ ଅନେକ ସମୟରେ ଫୋନ ଫାଟିବାର ଆଶଙ୍କା ଥାଏ । କିନ୍ତୁ ମନେ ରଖିବେ ଯଦି ଫୋନର ଡ଼ିଭାଇସରେ କୌଣସି ମ୍ୟାନୁଫ୍ୟାକ୍ଚରିଂ ଡ଼ିଫେକ୍ଟ ନଥିବ କିମ୍ବା ଏକ୍ସଟରନାଲ ସମସ୍ୟା ନଥିବ ତାହେଲେ ଫୋନରେ ନିଆଁ ଲାଗିବ ନାହିଁ ।
ଏଠାରେ ଆମେ ଆପଣଙ୍କୁ ଆଣ୍ଡ୍ରୋଏଡ଼ ଫୋନ ଏବଂ ଆଇ ଫୋନ ବାବଦରେ କିଛି ସତ ଏବଂ ମିଥ୍ କଥା କହିବାକୁ ଯାଉଛୁ । ଆପଣ ଆପଣଙ୍କ ଫୋନକ ରାତି ସାରା ଚାର୍ଜ କରିବେ କି ନାହିଁ ।
କଣ ରାତି ସାରା ଫୋନ ଚାର୍ଜରେ ବସିବା ଦ୍ବାରା ବ୍ୟାଟେରୀ ଓଭରଲୋଡ଼ ହୁଏ କି ?
ବିଶେଷଜ୍ଞଙ୍କ ମତନୁଯାୟୀ ଆଜିକାଲି ସ୍ମାର୍ଟ ଫୋନ ଗୁଡ଼ିକ ଅଧିକ ସ୍ମାର୍ଟ । ଏଥିରେ ଓଭରଲୋଡ଼ ହେବାର ସମସ୍ୟା ନଥାଏ । ଫୋନ ଭିତରେ ଥିବା ଏକ୍ସଟ୍ରା ପ୍ରୋଟେକ୍ଟିଭ୍ ଚିପ୍ସ ଦ୍ବାରା ଟାବଲେଟ୍, ଲ୍ୟାପଟପ୍ ଓ ଫୋନ୍ ଓଭରଲୋଡ଼ ହୁଏ ନାହିଁ । ଯେମିତି ଇଣ୍ଟରନାଲ ଲିଥିୟମ-ଆୟନ ବ୍ୟାଟେରୀ ନିଜ ସକ୍ଷମର ୧୦୦ ପ୍ରତିଶତ ହେବା ପରେ ବ୍ୟାଟେରୀ ଚାର୍ଜ ହେବା ବନ୍ଦ ହୋଇଯାଏ । କିନ୍ତୁ ଯଦି ଆପଣ ରାତି ସାରା ଫୋନ ଚାର୍ଜିଂରେ ଲଗାଉଛନ୍ତି ତାହେଲେ ବ୍ୟାଟେରୀ କିଛି ଏନର୍ଜି କନଜ୍ୟୁମ କରେ । ଫୋନ ୯୯ ପ୍ରତିଶତ ଚାର୍ଜ ହେବା ପରେ ଏହା ବହୁରି ଚାର୍ଜ ହୁଏ । ଯାହା ଫୋନର ଲାଇଫସ୍ପାନ ଉପରେ ପ୍ରଭାବ ପକାଇଥାଏ ।
କଣ କରିବା ଉଚିତ୍
ଏହାକୁ ନେଇ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯେତେବେଳେ ଆପଣ ଶୋଇବାକୁ ଯାଉଛନ୍ତି ଫୋନକୁ ଚାର୍ଜରେ ଲଗାନ୍ତୁ ଏବଂ ଫୋନ ଚାର୍ଜ ହେବା ପରେ ଏହାକୁ ପ୍ଲଗରୁ ହଟାଇ ଦିଅନ୍ତୁ । ଯଦି ପାରୁଛନ୍ତି ସ୍ମାର୍ଟ ପ୍ଲଗର ବ୍ୟବହାର କରନ୍ତୁ ଏହା ଚାର୍ଜ ହେବା ପରେ ବନ୍ଦ ହୋଇଯାଏ ।