Children's Day 2023: ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ସ୍ୱାଧୀନ ଭାରତର ଅନ୍ୟତମ ଦିଗଦ୍ରଷ୍ଟା ପଣ୍ଡିତ ଜବାହରଲାଲ୍ ନେହରୁଙ୍କ(Pandit Jawaharlal Nehru) ଜନ୍ମଦିନ। ଶିଶୁମାନଙ୍କୁ ଦେଶର ଭବିଷ୍ୟତ ବୋଲି ଅଭିହିତ କରିବା ସହ ତାଙ୍କ ସହ ସମୟ ବିତାଇବାକୁ ଭଲ ପାଉଥିବା ଶ୍ରୀ ନେହରୁଙ୍କ ଜନ୍ମଦିନକୁ ଭାରତ ଶିଶୁ ଦିବସ ଭାବେ ପାଳନ କରିଆସୁଛି। ତେବେ କାହିଁକି? କେବେଠୁ ଏ ଶିଶୁ ଦିବସ?
Trending Photos
Children's Day 2023: ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ସ୍ୱାଧୀନ ଭାରତର ଅନ୍ୟତମ ଦିଗଦ୍ରଷ୍ଟା ପଣ୍ଡିତ ଜବାହରଲାଲ୍ ନେହରୁଙ୍କ(Pandit Jawaharlal Nehru) ଜନ୍ମଦିନ। ୧୯୩୦ ଦଶକରେ ଭାରତୀୟ ଜାତୀୟତା ଆନ୍ଦୋଳନର ନେତୃତ୍ୱ ନେଇଥିବା ଶ୍ରୀ ନେହରୁ ଭାରତ ପାଇଁ ଗଣତାନ୍ତ୍ରିକ ଭିତ୍ତିଭୂମି ନିର୍ମାଣ କରିବା, ବିଜ୍ଞାନ ଓ କାରିଗରୀକୁ ଗୁରୁତ୍ୱ ଦେବାରେ ସିଦ୍ଧହସ୍ତ ଥିଲେ। ଶୀତଳ ଯୁଦ୍ଧ ସମୟରେ ଭାରତର ବୈଦେଶିକ ନୀତିକୁ ସ୍ପଷ୍ଟ କରି ଦେଶର ନୂତନ ପରିଚୟ ସୃଷ୍ଟିରେ ତାଙ୍କର ଗୁରୁତ୍ୱ ରହି ଆସିଛି। ୧୫ ଅଗଷ୍ଟ ୧୯୪୭ରୁ ମୃତ୍ୟୁ ଯାଏ ଅର୍ଥାତ ୨୯ ମେ ୧୯୬୪ ଯାଏ ସେ ପ୍ରଧାନମନ୍ତ୍ରୀ ଭାବେ ଭାରତର ଟେକ ରଖିଥିଲେ। ଶିଶୁମାନଙ୍କୁ ଦେଶର ଭବିଷ୍ୟତ ବୋଲି ଅଭିହିତ କରିବା ସହ ତାଙ୍କ ସହ ସମୟ ବିତାଇବାକୁ ଭଲ ପାଉଥିବା ଶ୍ରୀ ନେହରୁଙ୍କ ଜନ୍ମଦିନକୁ ଭାରତ ଶିଶୁ ଦିବସ ଭାବେ ପାଳନ କରିଆସୁଛି। ତେବେ କାହିଁକି? କେବେଠୁ ଏ ଶିଶୁ ଦିବସ?
ନେହରୁଙ୍କ ଜନ୍ମଦିନ ୧୯୪୭ ମସିହାରୁ ଭାରତରେ ବେଶ୍ ଧୂମ୍ଧାମରେ ପାଳନ କରାଯାଇ ଆସୁଛି। ଏହିଦିନ ବିଭିନ୍ନ ପ୍ରାନ୍ତର ନେତା ତଥା ଅନୁଷ୍ଠାନ ତାଙ୍କ ଦୀର୍ଘ ଜୀବନ କାମନା କରି ଶୁଭେଚ୍ଛା ଜଣାଇଥାଆନ୍ତି। ବିଭିନ୍ନ ସ୍କୁଲରେ ପିଲାଙ୍କ ଭିତରେ ଖେଳକୁଦ ପ୍ରତିଯୋଗୀତା ଆୟୋଜନ ମଧ୍ୟ କରାଯାଉଥିଲା। କିନ୍ତୁ ଏହାକୁ ସେତେବେଳେ ଶିଶୁ ଦିବସ ଭାବେ ପାଳନ କରାଯାଇ ନଥିଲା।
୧୯୪୮ ମସିହା, ନଭେମ୍ବର ମାସ ୫ ତାରିଖରେ ପ୍ରଥମ ଶିଶୁ ଦିବସ ପାଳନ କରାଯାଇଥିଲା। ବିଶ୍ୱବ୍ୟାପୀ ଏ ଦିବସକୁ ଶିଶୁ ମାନଙ୍କ ବିକାଶ ତଥା ସେମାନଙ୍କ ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ ପାଇଁ ଜାତିସଂଘଙ୍କ ନିବେଦନ ଭାବେ ଗଣନା କରାଯାଉଥିଲା। ଏହାକୁ ‘ପୁଷ୍ପ ଦିବସ’ ଭାବେ ନିମିତ କରାଯାଇଥିଲା।ସାଧାରଣ ଲୋକଙ୍କୁ ଏହି ଉଦ୍ଦେଶ୍ୟରେ ପୁଷ୍ପ ଟୋକନ୍ ସଂଗ୍ରହ କରି ତା ପ୍ରତିବଦଳରେ ଜାତିସଂଘ ଶିଶୁ ନିବେଦନ ( ୟୁଏନ୍ଏସି) ପାଇଁ ପାଣ୍ଠି ଦେବାକୁ କୁହାଯାଇଥିଲା। ଏହି ଦିବସର କିଛି ନିର୍ଦ୍ଦିଷ୍ଟ ତାରିଖ ନଥିଲା। ଏଣୁ ୧୯୪୯ ମସିହାରେ ଏହି ଦିବସ ୨୦ ଜୁଲାଇରେ ପାଳନ କରାଯାଇଥିଲା।
ଠିକ୍ ସମାନ ଧାରାରେ ବଞ୍ଚିତ ଶିଶୁଙ୍କ ଅଧିକାର, ସେମାନଙ୍କ ପାଇଁ ମାନବିକ ବ୍ୟବସ୍ଥା କରିବାକୁ ରାଣୀ ଏଲିଜାବେଥ୍ଙ୍କ ଜନ୍ମଦିନକୁ ଇଂଲଣ୍ଡରେ ‘ପତାକା ଦିବସ’ ବା ଫ୍ଲାଗ୍ ଡେ’ ଅର୍ଥାତ ଏକ ବିଶେଷ ଦିବସ ଭାବେ ପାଳନ କରାଯାଉଥିଲା। ଏହିଦିନ ‘ସେଭ୍ ଦ’ ଚିଲ୍ଡ୍ରେନ ପାଣ୍ଠି’ ସଂଗ୍ରହ ଆରମ୍ଭ କରାଯାଇଥିଲା। ଏହି ଦିବସକୁ ନେଇ ଅନୁପ୍ରାଣୀତ ହୋଇଥିଲେ ଜାତିସଂଘରେ ଜଣେ ଫେଲୋ ବା ସମାଜ ମଙ୍ଗଳ ଗବେଷକ ଭାବେ କାର୍ଯ୍ୟ କରୁଥିବା ଭିଏମ୍ କୁଲକର୍ଣ୍ଣି। ୧୯୫୧ ମସିହାରେ ଏ ବାବଦରେ ବିଶେଷ ଗବେଷଣା କରି ନେହରୁଙ୍କୁ ଏକ ପ୍ରସ୍ତାବ ଦେଲେ। ଭାରତରେ ଏମିତି ଏକ ପାଣ୍ଠି ସୃଷ୍ଟି ତଥା ଅବହେଳିତ ଓ ବଞ୍ଚିତ ଶିଶୁଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ୍ କରିବା ପାଇଁ ପ୍ରୟାସ କରିବାକୁ ଏହି ପ୍ରସ୍ତାବରେ କୁହାଯାଇଥିଲା। ଖାଲି ସେତିକି ନୁହେଁ ରାଣୀ ଏଲିଜାବେଥ୍ଙ୍କ ଜନ୍ମଦିନ ଭଳି ନେହରୁଙ୍କ ଜନ୍ମଦିନକୁ ଭାରତରେ ‘ଶିଶୁ ଦିବସ‘ ଭାବେ ପାଳନ କରିବାକୁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଥିଲା।
ନେହରୁଙ୍କ ଅନୁମତି ଯେତେବଳେ ମଗାଗଲା ସେ ପ୍ରଥମେ ଏ ବିଷୟରେ ହଁ କରିବାକୁ ଅମଙ୍ଗ ହୋଇଥିଲେ। କିନ୍ତୁ ପରେ ରାଜି ହୋଇ ପ୍ରସ୍ତାବରେ ମହୋର ଲଗାଇଥିଲେ। ଅର୍ଥାତ୍ ୧୯୫୨ ମସିହାରେ ନେହରୁଙ୍କ ଜନ୍ମଦିନକୁ ପ୍ରଥମେ ଶିଶୁ ଦିବସ ଭାବେ ପାଳନ କରିବା ଆରମ୍ଭ ହେଲା। ଏହାଦିନ ଦେଶର ବିଭିନ୍ନ ପ୍ରାନ୍ତରେ ଶିଶୁଙ୍କୁ ଏକାଠି କରାଯାଇ ଏ ଦିବସର ତାତ୍ପର୍ଯ୍ୟ ବିଷୟରେ କୁହାଗଲା। ନୂଆଦିଲ୍ଲୀରେ ଥିବା ଜାତୀୟ ଷ୍ଟିଡିୟମରେ ଏଥିନେଇ ପ୍ରାୟ ୫୦ ହଜାର ଶିଶୁ ଏକାଠି ହେଲେ। କିନ୍ତୁ ସରକାରୀ ଭାବେ ଏହି ଦିନକୁ ଶିଶୁ ଦିବସର ମାନ୍ୟତା ଏତେଯାଏ ମିଳି ନଥିଲା।
୧୯୫୭ ମସିହାରେ ଭାରତ ସରକାର ଏଥିନେଇ ପ୍ରଥମ ଘୋଷଣା କରିଲେ। ଡାକ ବିଭାଗ ସ୍ୱଥନ୍ତ୍ର ଡାକ ଟିକଟ ପ୍ରଚଳନ କରିଲେ। ସେହିଦିନଠାରୁ ଆଜି ଯାଏ ଶିଶୁ ଦିବସ ପାଳନ କରାଯାଇ ଆସୁଛି। ଆଉ ଆମକୁ ଚାଚା ନେହରୁଙ୍କ ବାବଦରେ ମନେ ପକାଇ ଦେଉଛି।
Also Read: Puri Jagannath Mandir: ଏଣିକି ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ଯିବେ ଦିବ୍ୟାଙ୍ଗ ଭକ୍ତ