ଜିଲ୍ଲାରେ ହେବ Campaign Mode Vaccination; ସରକାରଙ୍କ ପକ୍ଷରୁ Daily Target ଜାରି
Advertisement

ଜିଲ୍ଲାରେ ହେବ Campaign Mode Vaccination; ସରକାରଙ୍କ ପକ୍ଷରୁ Daily Target ଜାରି

ଟିକାକରଣ ପ୍ରକ୍ରିୟାକୁ ବ୍ୟାପକ କରିବାପାଇଁ ପ୍ରଶାସନ ତପ୍ତର ରହିଥିବା ଜଣାଇଛନ୍ତି ବୌଦ୍ଧ ଜିଲ୍ଲାପାଳ।

ଜିଲ୍ଲାରେ ହେବ Campaign Mode Vaccination; ସରକାରଙ୍କ ପକ୍ଷରୁ Daily Target ଜାରି

ବୌଦ୍ଧ: ଜିଲ୍ଲାରେ ଦୈନିକ କୋଭିଡ୧୯ ସଂକ୍ରମିତ ମାମଲା ଯଦିଓ ସାମନ୍ୟ ହ୍ରାସ ପାଇଛି ହେଲେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬ ହେଲାଣି। କୋରୋନା ମହାମାରୀକୁ ମାତ ଦେବା ପାଇଁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା କରିବା, ସତର୍କ ଏବଂ ସଚେତନତା ରହିବା ଯେତିକି ଆବଶ୍ୟକ ସେହି ଅନୁପାତରେ ଟିକାକରଣ ମଧ୍ୟ ସେତିକି ଜରୁରୀ ହୋଇପଡିଛି। 

ଏହାକୁ ନଜରରେ ଆଗରେ ରଖି ଉଭୟ ରାଜ୍ୟ-କେନ୍ଦ୍ର ସରକାର ଆସନ୍ତାକାଲି ଠାରୁ ଦେଶର ବିଭିନ୍ନ ସ୍ଥାନରେ କୋରୋନା ଟିକାକରଣ ପ୍ରକ୍ରିୟାକୁ ବ୍ୟାପକ ମାତ୍ରାରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ ରଖିଛନ୍ତି। ଏନେଇ ରବିବାର  ଜିଲ୍ଲାରେ ଦୈନିକ କେତେ ଟିକାକରଣ କରାଯିବା ତାହାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି କ୍ରମରେ ବୌଦ୍ଧ ଜିଲ୍ଲାରେ ୩ ଲକ୍ଷ ୧୨ ହଜାର ୮୪୩ ଜଣକୁ ଟିକା ଦିଆଯିବା ନେଇ ଲକ୍ଷ ରଖାଯାଇଛି। 

Also Read: ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି ଟିକାକରଣ; ଟିକା ନାଁ ଶୁଣି ଗାଁରୁ ପଳାୟନ କରୁଛନ୍ତି ଲୋକେ!

ଟିକା ନେବାକୁ ଥିବା ଲୋକଙ୍କ ମଧ୍ୟରୁ ୧ ଲକ୍ଷ ୨୧ ହଜାର ୯୬୦ ଜଣ ୪୫ ବର୍ଷରୁ ଅଧିକ ବୟସର ଲୋକ ରହିଥିବା ବେଳେ ୧ ଲକ୍ଷ ୯୦ ହଜାର ୮୮୩ ଜଣ ୧୮-୪୪ ବର୍ଷ ବର୍ଗର। ଜିଲ୍ଲାରେ ଦୈନିକ ୨୮୦୦ ଲୋକଙ୍କ ଟିକାକରଣ କରିବାକୁ ଜିଲ୍ଲା ପ୍ରଶାସନକୁ (Boudh District Administration) ଟାର୍ଗେଟ ଦେଇଛନ୍ତି ସରକାର। ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଳ ପ୍ରଭୃତି ବ୍ଲକରେ ୩୨ ସ୍ଥାୟୀ ଅସ୍ଥାୟୀ ଟିକାକରଣ କେନ୍ଦ୍ର (Vaccination Centre) କରାଯାଇ କୋରୋନା ଟିକାକରଣ (Covid19 Vaccination) କରାଯାଉଛି। 

ଜିଲ୍ଲାରେ ରବିବାର ଲାଗୁ ହେଉଥିବା ସପ୍ତାହନ୍ତ ସଟଡାଉନ (Sunday Weekend Shutdown) ସମୟରେ ୧୨୭ ଜଣଙ୍କୁ କୋରୋନା ଟିକା ଦିଆଯିବାପରେ ଜିଲ୍ଲାରେ ମୋଟ ଟିକାକରଣ ସଂଖ୍ୟା ୭୭ ହଜାର ୪୮୪ ହୋଇଛି। ସେମାନଙ୍କ ମଧ୍ୟରୁ ୬୫ ହଜାର ୨୫୫ ଜଣକୁ ପ୍ରଥମ ଡୋଜ କୋରୋନା ଟିକା (First Dose Covid Vaccine) ଦିଆଯାଇଥିବାବେଳେ ୧୨ ହଜାର ୨୨୯ ଜଣଙ୍କୁ ଦ୍ୱିତୀୟ ଡୋଜ (Second Dose Covid Vaccine) ଦିଆଯାଇଛି। ଜିଲ୍ଲାରେ ୧୮-୪୪ ବର୍ଷ ବର୍ଗର ଟିକାକରଣ ଆରମ୍ଭ ହେବା ପରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ କୋରୋନା ଟିକା ନେବା ପାଇଁ ଆଗ୍ରହ ଦେଖାଦେଇଛି। 

Also Read: କୋରୋନା ଟିକାକୁ ଗ୍ରାମବାସୀଙ୍କ ନା

ରବିବାର ଗୋଟିଏ ଦିନରେ ବୁକ ହୋଇଥିବା ସ୍ଲଟ ମାତ୍ର କିଛି ସମୟ ବ୍ୟବଧାନରେ ସରିଯାଇଥିବା ଜଣାପଡିଛି। ଯାହା ଜିଲ୍ଲା ପାଇଁ ଏକ ଖୁସିଖବର ବୋଲି କୁହାଯାଇପାରେ। ଜିଲ୍ଲାର ସଦର ମହକୁମା (Boudh District Headquarter) ସ୍ଥିତ କୋଭିଡ ଟିକାକରଣ କେନ୍ଦ୍ରରେ ସର୍ବାଧିକ ୧୧ ହଜାର ୩୭ ଜଣକୁ ଟିକା ଦିଆଯାଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ପୁରୁଣାକଟକ ଟିକାକରଣ କେନ୍ଦ୍ର। ଏଠାରେ ୯ ହଜାର ୬୬୯ ଜଣଙ୍କୁ ଟିକା ଦିଆଯାଇଛି। ତୃତୀୟ ସ୍ଥାନରେ ରହିଥିବା ବାଉଁଶୁଣି କେନ୍ଦ୍ରରେ ୯ ହଜାର ୩୭୮ ଜଣକୁ କୋରୋନା ଟିକା ଦିଆଯାଇଛି। 

Also Read: ଆସନ୍ତାକାଲି ଠାରୁ ରାଜ୍ୟରେ ହେବ କ୍ୟାମ୍ପେନ୍ ମୋଡରେ ଟିକାକରଣ

ସେହିପରି ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଉଭୟ ସ୍ଥାୟୀ ଅସ୍ଥାୟୀ ଟିକାକରଣ କେନ୍ଦ୍ର ମଧ୍ୟରୁ ବଘିଆପଡା କେନ୍ଦ୍ରରେ ୫୩୯୩, ମୁଣ୍ଡାପଡାରେ ୧୧୩୯, ମସିଣାପଡାରେ ୯୯୫, ଶଗଡାରେ ୧୨୮୫, ଧଳପୁରରେ ୨୮୭୨, ତଳଗାଁରେ ୩୩୮, ଚାରିଛକରେ ୧,୭୯୨, ଆଡେଣୀଗଡରେ ୪୪୪, ପଲଶାଗୋରାରେ ୬୫୭୮, ପିପିସି ବୌଦ୍ଧରେ ୧୨୧୩, ମନମୁଣ୍ଡାରେ ୭୭୩୦, କଣ୍ଟାମାଳରେ ୪୫୧୫, ଆଡେଣିଗଡରେ ୩୫୨, ଜହ୍ନାପଙ୍କରେ ୨୨୬୦, ହରଭଙ୍ଗାରେ ୨୬୨୩, ଘଣ୍ଟାପଡାରେ ୫୦୪୭, ସର୍କିଟ ହାଉସ ଠାରେ ୨୧୫, ମୁର୍ଷୁଣ୍ଢି ବ୍ଲକ କାର୍ଯ୍ୟାଳୟରେ ୬, କଣ୍ଟାମାଳ ପଞ୍ଚାୟତ କାର୍ଯ୍ୟାଳୟରେ ୭୭, ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ୧୧, ଆଇ.ଆର.ବି ବାଟାଲିଅନ ବଲାସିଙ୍ଗାରେ ୩୧, ପଞ୍ଚମ ଆଇଆରବି ବାଟାଲିଅନ ଠାରେ ୮, ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ୧୫, ଆଡେଣୀଗଡ ପୋଲିସ ଥାନାରେ ୮, ପୁରୁଣାକଟକ ଥାନରେ ୨୦, ବୌଦ୍ଧ କଲ୍ୟାଣୀ ମଣ୍ଡପରେ ୧୪, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ୨୪, ଖୁଣ୍ଟିଗୋରାରେ ୨୩୬୨ ଏବଂ ବୌଦ୍ଧ କାରାଗାରରେ ୩୩ ଜଣଙ୍କୁ କରୋନା ଟିକା ଦିଆଯାଇଛି। ଜିଲ୍ଲାରେ ଦୈନିକ ୧ ହଜାରରୁ ଅଧିକ ଲୋକ କୋରୋନା ପରୀକ୍ଷା କରାଯାଉଥିବାବେଳେ ଟିକାକରଣ ପ୍ରକ୍ରିୟାକୁ ବ୍ୟାପକ କରିବାପାଇଁ ପ୍ରଶାସନ ତପ୍ତର ରହିଥିବା ଜଣାଇଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର।