ବଡ଼ ବନ୍ୟା ଆଶଙ୍କା, ହୀରାକୁଦରେ ଖୋଲିଲା ୪୪ ଗେଟ
Advertisement

ବଡ଼ ବନ୍ୟା ଆଶଙ୍କା, ହୀରାକୁଦରେ ଖୋଲିଲା ୪୪ ଗେଟ

ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍ (Hirakud Dam) ୪୪ଟି ଗେଟ୍ ଖୋଲିଛି ।

ବଡ଼ ବନ୍ୟା ଆଶଙ୍କା, ହୀରାକୁଦରେ ଖୋଲିଲା ୪୪ ଗେଟ

ଭୁବନେଶ୍ୱର:  ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍ (Hirakud Dam) ୪୪ଟି ଗେଟ୍ ଖୋଲିଛି । ଫଳରେ ମହାନଦୀ (Mahanadi) ର ତଳିଆ ଅଞ୍ଚଳରେ ଏବେ ଏକ ବଡ଼ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ସେଥିପାଇଁ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏପଟେ ରାଜ୍ୟରେଏକାଧିକ ଗାଁ ପାଣି ଘେରରେ ।  ବିଭିନ୍ନ ସ୍ଥାନରେ ଦେଖା ଦେଇଛି ବନ୍ୟା (Flood Situation) ପରିସ୍ଥିତି । ବୈତରଣୀ (Baitarani), ବ୍ରାହ୍ମଣୀ (Brahmani) ଓ ଖରସ୍ରୋତା (Kharasrota) ନଦୀ ପରେ ଏବେ ଚିନ୍ତା ବଢ଼ାଇଛି ମହାନଦୀ (Mahanadi) । 

ଯାଜପୁର (Jajpur) ଜିଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ଜିଲାର ସମସ୍ତ ୧୦ଟି ବ୍ଲକ ବନ୍ୟା ପ୍ରଭାବିତ । ବୈତରଣୀ ନଦୀର ଜଳସ୍ତର କମୁଛି ହେଲେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ବୃଦ୍ଧି ବନ୍ୟା ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି । ଜିଲାରେ ୧୫ରୁ ଊର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇ ହୋଇଥିବା ବେଳେ, ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ବ୍ରାହ୍ମଣୀ ନଦୀ ଝାଲପଡା ନିକଟରେ ବିରାଟ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଲୋକେ ଘର ଦ୍ୱାର ଛାଡି ଉଚ୍ଚ ସ୍ଥାନକୁ ଚାଲିଆସି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ।ସେପଟେ ଆନନ୍ଦପୁର ଦେହୁରୀ ସାହିର ଅନେକ ଘର ମାଟିରେ ମିଶିଯାଇଛି । 

fallback

ଘରଦ୍ୱାର ନଥିବାରୁ ୨ଦିନ ହେଲା ଲୋକେ ଖାଇବାକୁ ପାଇ ନାହାଁନ୍ତି । ହାଟଡିହି ବ୍ଲକର ୩୦ରୁ ଅଧିକ ଗାଁ ଓ ଘସିପୁରା ବ୍ଲକର ୭ଟି ଗାଁ ଏବେ ପାଣି ଘେରରେ ରହିଛି । ଜଳେଶ୍ୱର ସୁବର୍ଣ୍ଣରେଖାରେ ବି ବନ୍ୟା । ବାଲିଆ ପାଳ ବ୍ଲକ କୁମ୍ଭାରୀ ପଞ୍ଚାୟତକୁ ସଂଯୋଗ କରିଥିବା ପ୍ରଧାନମନ୍ତ୍ରୀ ସଡ଼କର ମଣିଗଣ୍ଡଠାରେ ଘାଇ ସୃଷ୍ଟି ହୋଇଛି । ଫଳରେ ଏକାଧିକ ଗାଁ ଜଳମଗ୍ନ ହୋଇଛି । ଏଥିସହ ଚାଷଜମି ମଧ୍ୟ ବୁଡି ରହିଛି । 

ବୌଦ୍ଧ ଜିଲ୍ଲାରେ ମହାନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ତଳିଆ ଅଞ୍ଚଳରେ ବହୁ ଗାଁ ଜଳମଗ୍ନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି । ଜିଲ୍ଲାର ଅନେକ ଗାଁ ପାଣି ଘେରରେ ରହିଛି । ମହାନଦୀରେ ବନ୍ୟା ଫଳରେ  ଆଠଗଡ଼ ତିଗିରିଆ ବ୍ଲକ୍ ଚଷାରାଆଁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ନେଇ ସରକାର ସତର୍କ କରୁଛନ୍ତି । ଲୋକମାନେ ମଧ୍ୟ ନିଜେ ସତର୍କ ରହିବା ନିହାତି ଜରୁରୀ । ଯଦି ଆପଣ ତଳିଆ ଅଞ୍ଚଳରେ ଅଛନ୍ତି, ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ ଏବଂ ସତର୍କ ରୁହନ୍ତୁ ।

fallback

ସେପଟେ ଆଜି ସକାଳ ୯ଟା ସୁଦ୍ଧା ନରାଜ ନିକଟରେ ୪,୫୬,୧୩୬ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳୀରେ ୯,୧୮,୩୮୩ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ସୂଚନା ରହିଛି।