ଓଡ଼ିଶା ମାଟିରେ ଫୁଟିଲା ବିରଳ ହଜାରେ ପାଖୁଡାର ପଦ୍ମ
Advertisement
Article Detail0/zeeodisha/odisha930756

ଓଡ଼ିଶା ମାଟିରେ ଫୁଟିଲା ବିରଳ ହଜାରେ ପାଖୁଡାର ପଦ୍ମ

ସମ୍ବଲପୁରର ଡିଅର ପାର୍କରେ ଫୁଟିଛି ସହସ୍ର ଦଳ କମଳ (1000 petal lotus) । ଲୋକଙ୍କ ମନ ଲୋଭାଇବ ସହସ୍ର ଦଳ କମଳ। ଦର୍ଶକ ଡିଅର ପାର୍କରେ ଏମିତି ହଜାରେ ପାଖୁଡ଼ାର ପଦ୍ମ ଦେଖି ଖୁସି ଅନୁଭବ କରିବା ସହ ପ୍ରକୃତିପ୍ରେମୀ ମଣିଷ ଆନନ୍ଦ ଲଭିବ।

ଓଡ଼ିଶା ମାଟିରେ ଫୁଟିଲା ବିରଳ ହଜାରେ ପାଖୁଡାର ପଦ୍ମ

ସମ୍ବଲପୁର: ପଦ୍ମ ଫୁଲ। ସହସ୍ର ଦଳ ପଦ୍ମ। ହଜାରେ ପାଖୁଡାର ପଦ୍ମଫୁଲ। ସାଧାରଣତଃ ଭାରତର ଜଳବାୟୁରେ ଏଭଳି ପଦ୍ମଫୁଲ ଫୁଟି ନ ଥାଏ। ମୂଳତଃ ଏହି ପଦ୍ମଫୁଲ ଥାଇଲାଣ୍ଡ, ସଂଯୁକ୍ତ ରାଷ୍ଟ୍ର ଆମେରିକା, ଚୀନର ଜଳବାୟୁରେ  ବହୁଳ ଭାବରେ ଦେଖିବାକୁ ମିଳିଥାଏ। କିନ୍ତୁ ଏଭଳି ଫୁଲର ମଞ୍ଜି କୁ ଆଣି ଭାରତର ବିଭିନ୍ନ ଅଞ୍ଚଳରେ ଏହାକୁ ରୋପଣ କରାଯାଇ ଦେଶରେ ଶୋଭା ବର୍ଦ୍ଧନ କରାଯାଉଛି। ଏବେ  ସମ୍ବଲପୁର ଜିଲ୍ଲାର ଡିଅର ପାର୍କରେ ପ୍ରଥମ ଥର ପାଇଁ ଫୁଟିଛି ହଜାରେ ପାଖୁଡାର ପଦ୍ମ। 

ସମ୍ବଲପୁରର ଡିଅର ପାର୍କରେ ଫୁଟିଛି ସହସ୍ର ଦଳ କମଳ (1000 petal lotus) । ଲୋକଙ୍କ ମନ ଲୋଭାଇବ ସହସ୍ର ଦଳ କମଳ। ଦର୍ଶକ ଡିଅର ପାର୍କରେ ଏମିତି ହଜାରେ ପାଖୁଡ଼ାର ପଦ୍ମ ଦେଖି ଖୁସି ଅନୁଭବ କରିବା ସହ ପ୍ରକୃତିପ୍ରେମୀ ମଣିଷ ଆନନ୍ଦ ଲଭିବ। ଏବେ ସମ୍ବଲପୁର ଡିଅର ପାର୍କର କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ସମ୍ବଲପୁର (Sambalpur) ର ପ୍ରକୃତି ପ୍ରେମୀ ସୁବ୍ରତ ନାଥଙ୍କ ତତ୍ବାବଧାନରେ ଏହି ପଦ୍ମ ପାର୍କରେ ଫୁଟିଛି। ମୁଖ୍ୟତଃ ମାର୍ଚ୍ଚ ମାସ ଆରମ୍ଭରେ ଏହି ପଦ୍ମର ଚାରା ଲଗା ଯାଇଥାଏ। ଖରା ଦିନେ ଏହି ପଦ୍ମ ଫୁଟିଥାଏ। ଆଗକୁ ଏହି ପ୍ରଜାତିର ଆହୁରି ଫୁଲ ଫୁଟିବ ବୋଲି ଆଶା କରାଯାଉଛି ବୋଲି ଡେପୁଟି ରେଞ୍ଜର, ଶର୍ମିଲି ନାୟକ କହିଛନ୍ତି।

Also Read: ଦଳିତଙ୍କ ପାଇଁ ବଡ଼ ଘୋଷଣା; ପ୍ରତି ପରିବାରକୁ ସରକାର ଦେବେ ୧୦ ଲକ୍ଷ ଟଙ୍କା

 

ଗୋଟିଏ ବର୍ଷ ପୂର୍ବରୁ ପ୍ରଥମେ ଜଣେ ପ୍ରକୃତିପ୍ରେମୀ ସୁବ୍ରତ ନାଥଙ୍କ ଘରେ ଏକ ହଜାର ପାଖୁଡାର ପଦ୍ମଫୁଲ (lotus) ଫୁଟିଥିଲା। ସେ ତାହାର ମଞ୍ଜି ବିଦେଶରୁ ମଗାଇ ନିଜ ଘରେ ଲଗାଇଥିଲେ। ତା ପରେ ସେ ଚିନ୍ତା କଲେ ଯେ, ଘରେ ହେବା ଫଳରେ ସମସ୍ତେ ଏହାର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରୁନାହାନ୍ତି। ସେଥିପାଇଁ ସେ DFO ଙ୍କ ସହ କଥାବାର୍ତ୍ତା କରି ସମ୍ବଲପୁର ଡିଅର ପାର୍କରେ ମଞ୍ଜି ଲଗାଇଲେ। ଯଦ୍ଵାର ସାଧାରଣ ଲୋକେ ଏହି ସହସ୍ର ଦଳ ପଦ୍ମର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ମୁଖ୍ୟତଃ ଥାଇଲାଣ୍ଡ, ଆମେରିକା ଓ ଚୀନର ଜଳବାୟୁରେ ଏହି ପଦ୍ମ ଫୁଟିଥାଏ। ସମ୍ବଲପୁରର ପ୍ରକୃତିପ୍ରେମୀ ସୁବ୍ରତ ନାଥ ଏହି ପ୍ରଜାତିର ପଦ୍ମର ମଞ୍ଜି ଆଣି ସମ୍ବଲପୁରର ନିଜ ଘରେ ଏହି ପଦ୍ମ ଫୁଟାଇ ଥିଲେ।

fallback

ଲକଡାଉନର ପରବର୍ତ୍ତୀ ସମୟରେ ଯେତେବେଳେ ପାର୍କ ଖୋଲିବ ଏମିତି ଆହୁରି ହଜାରେ ପାଖୁଡା ପଦ୍ମ ଦର୍ଶକଙ୍କର ମନ ଲୋଭାଇବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।