Top 10 News: ବିନେଶ ଫୋଗାଟଙ୍କୁ ଭରତ ରତ୍ନ ଦେବାକୁ ଦାବି, ୩ ସେପ୍ଟେମ୍ବର ରାଜ୍ୟସଭା ଉପ-ନିର୍ବାଚନ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2373296

Top 10 News: ବିନେଶ ଫୋଗାଟଙ୍କୁ ଭରତ ରତ୍ନ ଦେବାକୁ ଦାବି, ୩ ସେପ୍ଟେମ୍ବର ରାଜ୍ୟସଭା ଉପ-ନିର୍ବାଚନ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିବା ବିନେଶ ଫୋଗାଟଙ୍କୁ ଭରତ ରତ୍ନ ଦେବାକୁ ଦାବି ହୋଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 7 Augsut 2024

Top 10 News Headlines 7 Augsut 2024: H1. Abhishek Banerjee on Vinesh Phogat: ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିବା ବିନେଶ ଫୋଗାଟଙ୍କୁ ଭରତ ରତ୍ନ ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ସରକାର ଓ ବିରୋଧୀଙ୍କୁ ସର୍ବସମ୍ମତି କ୍ରମେ ଏହାର ସମାଧାନର ରାସ୍ତା ବାହାର କରାଯିବା ଉଚିତ। ପ୍ୟାରିସ୍ ଅଲିମ୍ପିକ୍ସରେ ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁଁ ବିନେଶ ଫୋଗାଟଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା କିମ୍ବା ରାଜ୍ୟସଭା ଆସନ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ କରାଯିବା ଉଚିତ୍।

H2. Rajya Sabha By Election: ନିର୍ବାଚନ ଆୟୋଗ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ୧୨ଟି ରାଜ୍ୟସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ଉପ-ନିର୍ବାଚନ ଓଡ଼ିଶାର ଏକ ରାଜ୍ୟସଭା ଆସନରେ ଅନୁଷ୍ଠିତ ହେବ। ୩ ସେପ୍ଟେମ୍ବରରେ ଏହି ସମସ୍ତ ୧୨ ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। 

H3. Every Panchayat To Get Jan Arogya Mandir: ପ୍ରତି ପଞ୍ଚାୟତରେ ଖୋଲିବ ଜନ ଆରୋଗ୍ୟ ମନ୍ଦିର। ଏଠାରେ ସବୁ ପ୍ରକାର ମେଡିସିନ୍ ମହଜୁଦ ରହିବ। ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସେଠାରେ ଉପକୃତ ହେବେ। ଜଣେ ଯୋଗ ଶିକ୍ଷକ ଓ ଅନ୍ୟ ଜଣେ ସହକାରୀ ଯୋଗ ଶିକ୍ଷକ ରହିବେ। ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସହାୟତା ମିଳିପାରିବ। ଏହା ଫଳରେ ନିଜ ପଞ୍ଚାୟତ ଛାଡ଼ି ରୋଗୀଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। 

H4. Odisha Vigilance Raids Athagarh BDO Properties: ଭିଜିଲାନ୍ସ ଜାଲରେ କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ଆଜି ସକାଳେ ଏକକାନୀଳ ୮ଟି ସ୍ଥାନରେ ଚାଲିଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ଚାଲିଛି। ଏହି ଚଢ଼ାଉରେ ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଅଧିକାରୀ ମାନେ ସାମିଲ ହୋଇଛନ୍ତି। ପ୍ରଦୀପ ସାହୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଛି।

H5. Rashmi Ranjan Swain appointed in-charge DGP of J&K: ଜମ୍ମୁ-କଶ୍ମୀର ପୁଲିସ ଡିଜି ହେଲେ ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ବାଇଁ। ଏନେଇ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ସ୍ଥିତି ଗମ୍ଭୀର ଥିବା ବେଳେ ୧୯୯୧ ବ୍ୟାଚର ଆଇପିଏସ୍ ରଶ୍ମି ରଞ୍ଜନ ସ୍ବାଇଁଙ୍କୁ ଏହାର ଦାୟିତ୍ବ ଭାର ଦେଇଛନ୍ତି ସରକାର। ଓଡ଼ିଶା ରାଉଲକେଲା ନିବାସୀ ରଶ୍ମିରଞ୍ଜନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଡିଜିପି ଭାବେ କାର୍ଯ୍ୟକରିବେ। 

H5. Vinesh Phogat disqualified: ଭାରତୀୟ ରେସଲର ଭିନେଶ ଫୋଗାଟଙ୍କୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରୁ ଅଯୋଗ୍ୟ କରାଯାଇଛି। ଭିନେଶ ଫୋଗାଟଙ୍କ ଓଜନ ନିର୍ଦ୍ଧାରିତ ଓଜନଠାରୁ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଛି। ଏହି କାରଣରୁ ଭିନେଶ ଫୋଗାଟଙ୍କ ପଦକ ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଛି। ଏହି କାରଣରୁ, ବିନେଶ ଓ ତାଙ୍କ ପରିବାର ସମେତ ସମଗ୍ର ଦେଶର ହୃଦୟ ଭାଙ୍ଗିପଡ଼ିଛି।

H7. PM Modi On Vinesh Phogat: ଅଲିମ୍ପିକ୍ସରୁ ଭାରତୀୟ ମହିଳା ରେସଲର ବିନେଶ ଫୋଗାଟଙ୍କ ଅଯୋଗ୍ୟତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବିନେଶଙ୍କୁ ଉତ୍ସାହିତ କରିଛନ୍ତି ଏବଂ କହିଛନ୍ତି ଯେ ଆପଣ ଚାମ୍ପିୟନର  ଚାମ୍ପିୟନ। ଦେଶ ଆପଣଙ୍କ ପାଇଁ ଗର୍ବିତ। ଆପଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା ଉତ୍ସ। ଆଜି ଆପଣଙ୍କ ସହିତ ଯାହା ଘଟିଛି ତାହା ଯନ୍ତ୍ରଣାଦାୟକ ଅଟେ। ପ୍ରଧାନମନ୍ତ୍ରୀ କହିଛନ୍ତି, ବୋଧହୁଏ ମୁଁ ଯେଉଁ ଯନ୍ତ୍ରଣା ଅନୁଭବ କରୁଛି ତାହା ଶବ୍ଦ ପ୍ରକାଶ କରିପାରିବ ନାହିଁ।

H8. BSF Thwarts Attempted Border Crossing by Bangladeshi Nationals: ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଜି ସନ୍ଧ୍ୟାରେ ଉତ୍ତର ବେଙ୍ଗଲର ଅନ୍ତର୍ଜାତୀୟ ସୀମାରେ ଥିବା ବିଭିନ୍ନ ସ୍ଥାନରେ ବାଂଲାଦେଶୀ ନାଗରିକଙ୍କ ଏକ ବଡ଼ ସମୂହ ଏକଜୁଟ ହୋଇଥିଲେ। ସେମାନେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଏହାକୁ କରାଯିବାକୁ ଦିଆଯାଇ ନଥିଲା।

H9. Pakistan connection of attack on Donald Trump: ଗତ ମାସରେ ଏକ ନିର୍ବାଚନ ରାଲିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ଶାନ୍ତ ନ ହେବା ଭଳି ମନେହୁଏ ନାହିଁ। ଏହି ମାମଲାରେ ପାକିସ୍ତାନୀ ସଂଯୋଗକୁ ନେଇ ସନ୍ଦେହ ରହିଛି। ଟ୍ରମ୍ପଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିସି ଆସିଫ ମର୍ଚାଣ୍ଟ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ପାକିସ୍ତାନର ବାସିନ୍ଦା। ଆସିଫଙ୍କ ଗିରଫଦାରୀ ସହିତ ମାମଲା ପୁଣି ଥରେ ବୃଦ୍ଧି ପାଇଛି।

H10. IND vs SL 3rd odi: ତୃତୀୟ ଦିନିକିଆରେ ଶ୍ରୀଲଙ୍କା ଭାରତକୁ ୧୧୦ ରନରେ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜକୁ ଶ୍ରୀଲଙ୍କା ୨-୧ରେ ଜିତି ନେଇଛି। ୧୯୯୭ ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ଭାରତ ବିପକ୍ଷ ODI ସିରିଜ୍ ଜିତିଛି। କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷ ତୃତୀୟ ଦିନିକିଆରେ ୫୦ ଓଭରରେ ସାତ ୱିକେଟ୍ ହରାଇ ଶ୍ରୀଲଙ୍କା ୨୪୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୨୬.୧ ଓଭରରେ ମାତ୍ର ୧୩୮ ରନ୍ ସ୍କୋର କରି ଅଲ୍ ଆଉଟ୍ ହୋଇଯାଇଥିଲା।