ସରକାରଙ୍କ ପାଖରେ ନାହିଁ ୧୬ କୋଟି? ସୋନୁଙ୍କ ଶରଣ ପଶିଲେ ରାଜବୀର
Advertisement

ସରକାରଙ୍କ ପାଖରେ ନାହିଁ ୧୬ କୋଟି? ସୋନୁଙ୍କ ଶରଣ ପଶିଲେ ରାଜବୀର

କୁଳମଣୀ ରଣା ଏବଂ ତମଲିକା ଦାସଙ୍କ ମାତ୍ର ୨୧ ମାସର ପୁଅ ରାଜବୀର, ସ୍ପାଇନାଲ ମସକ୍ୟୁଲାର ଆଟ୍ରୋଫି ଟାଇପ-୨ ନାମକ ଦୂରାରୋଗରେ ପୀଡିତ ଅଛନ୍ତି। ତଙ୍କୁ ଖାଇବା, ବସିବା, ନିଶ୍ୱାସ ନେବା ଓ ଶୋବାରେ କଷ୍ଟ ହେଉଛି।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆଉ ପାଖରେ ମାତ୍ର ଦୁଇ ମାସ। ୧୬ କୋଟି ଟଙ୍କାର ଇଞ୍ଜେସନ ନ ମିଳିଲେ ଯାଇପାରେ ଜୀବନ। ନିରୀହ ଶିଶୁକୁ ମିଳିଲା ନାହିଁ ସରକାରୀ ସହାୟତା। ଶେଷରେ ଅଭିନେତା ସନୁ ସୁଦଙ୍କ ଶରଣ ପୋସିଲେ ବାପା ମାଆ। ଏଭଳି ଏକ ହୃଦୟ ବିଦାରକ ପରିସ୍ଥିତିର ସାମ୍ନା କରୁଛନ୍ତି କନ୍ଧମାଳ, ଫୁଲବାଣୀ ବ୍ଲକ, ଗଂଜୁଗୁଡା ପଂଚାୟତ ଆମ୍ବପଡା ଗ୍ରାମର କୁଳମଣୀ ରଣା ଏବଂ ତମଲିକା ଦାସ। 

କୁଳମଣୀ ରଣା ଏବଂ ତମଲିକା ଦାସଙ୍କ ମାତ୍ର ୨୧ ମାସର ପୁଅ ରାଜବୀର, ସ୍ପାଇନାଲ ମସକ୍ୟୁଲାର ଆଟ୍ରୋଫି ଟାଇପ-୨ ନାମକ ଦୂରାରୋଗରେ ପୀଡିତ ଅଛନ୍ତି। ତଙ୍କୁ ଖାଇବା, ବସିବା, ନିଶ୍ୱାସ ନେବା ଓ ଶୋବାରେ କଷ୍ଟ ହେଉଛି। ପରିବାର ଲୋକଙ୍କ କହିବା ଅନୁସାରେ ରାଜବୀରଙ୍କ ନିକଟରେ ଆଉ କେବଳ ୨ ମାସ ସମୟ ଅଛି। ଯଦି ଏହି ସମୟ ମଧ୍ୟରେ ତାଙ୍କୁ ବଞ୍ଚାଇବାକୁ ହେଲେ ୧୬ କୋଟି ମୂଲ୍ୟର ଜୋଲଗେନ୍ସମା ଇଞ୍ଜେକସନ ଦେବାକୁ ପଡିବ। 

ରାଜବୀରଙ୍କ ବାପା କୁଳମଣୀ ବେଙ୍ଗାଲୁରୁରେ ସ୍ୱିଗି ଡେଲିଭରି ବୟ ଭାବେ କାମ କରିଥିଲେ। ମାସକୁ ତାଙ୍କର ରୋଜଗାର ମାତ୍ର ୧୫ ହଜାର ଟଙ୍କା ଥିଲା। ସ୍ୱଳ୍ପ ଆୟରୁ ସଞ୍ଚୟ ସମସ୍ତ ପୁଞ୍ଚି ଓ ଧାର କରଜ କରି କୁଳମଣୀ ପୁଅର ଚିକିତ୍ସା ପାଇଁ  ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ସରି ଗଲାଣି। ତଥାପି ରାଜବୀରଙ୍କୁ ବଞ୍ଚାଇବାକୁ ହେଲେ ୧୬ କୋଟି ଟଙ୍କା ଆବଶ୍ୟକ। ସୋସିଆଲ ମିଡିଆ ନିବେଦନ କରିବାରୁ ଲୋକେ ସହାୟତାର ହାତ ବଢାଇଛନ୍ତି। କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ।

କୁନି ପୁଅର କଷ୍ଟ ସହି ନ ପାରି କୁଳମଣୀ ରଣା ଏବଂ ତମଲିକା ଶେଷରେ ନବୀନ ନିବାସ ଆଗରେ ଧାରଣାରେ ବସିଲେ। ସାହାଯ୍ୟ ନାମରେ ତାଙ୍କୁ ସେଠାରୁ ଉଠାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସ୍‌ସିବିକୁ ପଠାଇ ଦିଆଗଲା। ଆଉ ଏସସିବିରେ ସ୍ପାଇନାଲ ମସକ୍ୟୁଲାର ଆଟ୍ରୋଫିର ଚିକିତ୍ସା ସମ୍ଭବ ନୁହେଁ ବୋଲି କର୍ତ୍ତୃପକ୍ଷ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। 

ସରକାରୀ ସହାୟତାର ଆଶା କରି ସବୁ ଆଡ଼ୁ ବିଫଳ ହେବା ପରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ପୁଅକୁ ଧରି କୁଳମଣୀ ରଣା ଏବଂ ତମଲିକା, ମୁମ୍ବାଇ ପହଞ୍ଚିଛନ୍ତି। ସେଠାରେ ସେମାନେ ଅଭିନେତା ସୋନୁ ସୁଦଙ୍କୁ ସାକ୍ଷାତ କରି ପୁଅର ଜୀବନ ଭିକ୍ଷା କରିଛନ୍ତି। ରିଲରୁ ରିଅଲ ହିରୋ ପାଲଟିଥିବା ସୋନୁ ମଧ୍ୟ ତାଙ୍କୁ ନିରାଶ କରିନାହାନ୍ତି। ରାଜବୀରଙ୍କ ଚିକିତ୍ସା ପାଇଁ ଦେଶବାସୀଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ଅପିଲ୍ କରିଛନ୍ତି। 

fallback

ସୂଚନାଯୋଗ୍ୟ, ଓଡିଶାର ଦୁଃଖ ସମୟରେ ଲୋକଙ୍କୁ ତୁରନ୍ତ ରିଲିଫ ଯୋଗାଇବା ପାଇଁ ୧୯୫୪ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଗଠନ କରାଯାଇଥିଲା। ଏହାର ପାଣ୍ଠି ଓଡିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବଜେଟ ଆବଣ୍ଟନ ଉପରେ ନିର୍ଭର କରେ ଏବଂ ସାଧାରଣ ଜନତା ତଥା ସାମାଜିକ ଦାୟିତ୍ୱ ସହ ଜଡିତ ଅନେକ ସଂସ୍ଥା ସ୍ବେଚ୍ଛାକୃତ ଦାନ ଉପରେ ନିର୍ଭର କରେ। ବନ୍ୟା, ମରୁଡ଼ି, ଅଗ୍ନିକାଣ୍ଡ ଇତ୍ୟାଦି ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଦୁଃଖୀ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଆବଶ୍ୟକ ଚିକିତ୍ସା ଯୋଗାଇଥାଏ। 

Also Read: ଠିକାଦାରଙ୍କ ପ୍ରେମରେ ପଡିଛି ପୂର୍ତ୍ତବିଭାଗ! ପାଞ୍ଚ ବର୍ଷ ହେଲା ସରୁନି ରାସ୍ତା କାମ, ଲୋକେ ହନ୍ତସନ୍ତ

ସରକାରଙ୍କ ୱେବସାଇଟରେ ପ୍ରଦତ ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କିଛି ପ୍ରମୁଖ ରୋଗର ଚିକିତ୍ସା ପାଇଁ ଅଭାବୀ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ। କର୍କଟ, ହୃଦ୍‌ରୋଗ ସର୍ଜରୀ ଏବଂ କିଡନୀ ପ୍ରତିରୋପଣ, ବ୍ରନ୍ ଟ୍ୟୁମର, ଯକୃତ ଏବଂ ମଲ୍ଟି ଅର୍ଗାନ ଫେଲ ଇତ୍ୟାଦିର ଚିକିତ୍ସା ହୋଇଥାଏ। କିନ୍ତୁ ଏଥିରେ ସ୍ପାଇନାଲ ମସକ୍ୟୁଲାର ଆଟ୍ରୋଫିର ଚିକିତ୍ସା ବିଷୟରେ ଉଲ୍ଲେଖ କରାଯାଇନାହିଁ। ସରକାରୀ ପାଣ୍ଠିରେ ଅର୍ଥର ଅଭାବ ନାହିଁ। ରାଜ୍ୟର ବିଶ୍ୱସ୍ତରୀୟ ହସ୍ପିଟାଲ ନିର୍ମାଣ କରିବା, ଧାର୍ମୀକ ସ୍ଥଳୀର ବିକାଶ ପାଇଁ କୋଟୋ କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ରାଜବୀରଙ୍କୁ ବଞ୍ଚାଇବା ପାଇଁ ୧୬ କୋଟି ଟଙ୍କା ନାହିଁ।

Also Read: 'ବିକାଶ' ପଛେ ସମ୍ବଲପୁର, ୯ ବ୍ଲକରେ ଅଟକିଛି କୋଟି କୋଟି ଟଙ୍କାର ପ୍ରକଳ୍ପ

ରାଜବୀରଙ୍କୁ କୌଣସି ସହୃଦୟ ବ୍ୟକ୍ତି ସହାୟତା ଦେବାକୁ ଚାହିଁଲେ ନିମ୍ନୋକ୍ତ ମାଧ୍ୟମରେ ଅର୍ଥଦାନ କରିପାରିବେ- 

ଫୋନ ପେ ଏବଂ ଗୁଗୁଲ ପେ - ୬୩୬୦୩୭୧୫୯୫ (କୁଳମଣୀ ରଣା)

ସିଧାସଳଖ ଅର୍ଥ ଜମା କରିବାକୁ ଚାହିଁଲେ 

ୟୂନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଫୁଲବାଣୀ ଶାଖା-୬୨୫୦୦୨୦୧୦୦୧୧୬୦୦ ନଂ ଆକାଉଂଟରେ ଦେଇ ପାରିବେ।

ଆକାଉଣ୍ଟ ନଂ- ୯୦୯୨୨୫୫୫୯୧୨୦୭୪ (ରାଜବୀର ରଣା)
IFSC କୋଡ୍ - IDFB0020101
UPI Transaction: assist.rajveer@icici