Advertisement
Article Detail0/zeeodisha/odisha863392
Zee OdishaCity Newsକଟକରେ ବିରଳ କାର; ଦିନେ ଚଲାଉଥିଲେ ଇଂଲଣ୍ଡ ରାଜ ପରିବାର

କଟକରେ ବିରଳ କାର; ଦିନେ ଚଲାଉଥିଲେ ଇଂଲଣ୍ଡ ରାଜ ପରିବାର

କଟକ: ବର୍ଷେ କି ଦୁଇ ବର୍ଷ ପୁରୁଣା ନୁହେଁ ଦୀର୍ଘ ଶହେ ବର୍ଷର ପୁରୁଣା କାରକୁ ସାଇତି ରଖିଛନ୍ତି କଟକର ଆଲୋକ ମହାନ୍ତି। ଏହି ଶହେ ବର୍ଷର ପୁରୁଣା କାରଟି ହେଉଛି ‘ବେବି ଅଷ୍ଟିନ’। ଏହି କାର ଇଂଲଣ୍ଡରେ ନିର୍ମିତ ହୋଇଥିବା ବେଳେ ଭାରତରେ ଏହାର କେବଳ ୫ଟି ମଡେଲ ରହିଛି। ସେ ମଧ୍ୟରୁ ଗୋଟିଏ ‘ବେବି ଅଷ୍ଟିନ’ କାର କଟକରେ ଆଲୋକଙ୍କ ପାଖରେ ରହିଛି ।

ଆଲୋକଙ୍କ ପାଖରେ ଯେଉଁ ‘ବେବି ଅଷ୍ଟିନ’ (Baby Austin) କାର ଅଛି ତାହାକୁ ଦିନେ ଇଂଲଣ୍ଡ ରାଜ ପରିବାର (England Royal Family) ବ୍ୟବହାର କରୁଥିଲେ। ବର୍ତ୍ତାମାନ ଏହି କାରର ମାତ୍ର ୫ଟି ମଡେଲ ଭାରତରେ ଅଛି। ଆଲୋକଙ୍କ ପାଖରେ ଥିବା ‘ବେବି ଅଷ୍ଟିନ’ ଶହେ ବର୍ଷର ପୁରୁଣା। ଏହାକୁ କଟକ (Cuttack) କେଶରପୁର ଅଞ୍ଚଳରେ ସାଇତି ରାଖାଯାଇଛି। 

Also Read: ପଚିଶି ହଜାର ଲୁଟ କରି ତିନି ହୋମଗାର୍ଡ ଗିରଫ

Add Zee News as a Preferred Source

ପୁରୁଣା କାର କଲେକ୍ସନ (Car  Collection) କରିବାର ସଉକ ରଖିଥିବା ଆଲୋକ ‘ବେବି ଅଷ୍ଟିନ’କୁ ବାଙ୍ଗାଲୋର (Bangalore) ରେ କବାଡି ପାଖରେ ପଡିଥିବା ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ୧୯୨୦ ମସିହାର ମୋଡଲ ‘ବେବି ଅଷ୍ଟିନ’ କାରଟିକୁ କଟକ ଆଣି ଏହାର ରିନୋଭେସନ କରିଛନ୍ତି। ଦିନେ କବାଡି ଦୋକାନୀ ପାଖରେ ପଡିଥିବା କାରକୁ ଏବେ ଯିଏ ଦେଖିବ ନିଶ୍ଚିତ କିଛି ସମୟ ପାଇଁ ଏହାର ମଜ୍ଜା ଉଠାଇବା ପାଇଁ ଚାହିଁବ। 

fallback

‘ବେବି ଅଷ୍ଟିନ’ କାର (Rare Car) ଟି ସାଧାରଣ କାର ଠାରୁ ଭିନ୍ନ। ଏହାର ଚକ ହେଉ ବା ଏହାର ଇଂଜିନ ସବୁ କିଛି ଅଲଗା। ଏହାର ସ୍ପେୟାର ପାର୍ଟସ ମିଲିବା କଷ୍ଟକର ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ଏପିରିକି କୋଲକାତା (Kolkata) କୁ ଆଣି ଆଲୋକ ‘ବେବି ଅଷ୍ଟିନ’ କାରଟିକୁ ପୁଣି ନିଜ ହାଜରେ ସଜ୍ଜାଇଛନ୍ତି । ୧୯୨୯ ମସିହାର ଏହି କାରକୁ ଏବେ ୯୧ ବର୍ଷ ପରେ ବି ଏହାର କୌଣସି ପରିବର୍ତ୍ତନ କରିନଥିବା ଅଲୋକଙ୍କ ସହଯୋଗୀ କହିଛନ୍ତି। 

Also Read: ନକଲି ସିମେଣ୍ଟ, ଅସଲି ମୃତ୍ୟୁ !

ଏହା ପୂର୍ବରୁ ସୁନା ମାସ୍କ (Gold Mask) ପିନ୍ଧି ଆଲୋକ (Alok Mohanty) ବେଶ ଚର୍ଚ୍ଚା ସାଉଁଟି ଥିଲେ। ଆଉ ଏବେ ତାଙ୍କର ଏହି କାର ସଉକ ପାଇଁ ଅନେକ କିଛି ପୁରୁଣା କାର ନିଜ ଗ୍ୟାରେଜକୁ ଆଣିବା ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି।

fallback

About the Author