କେବଳ ଜନ୍ମଦିନରେ ମନେ ପଡ଼ନ୍ତି ସୁରେନ୍ଦ୍ର ସାଏ
Advertisement
Article Detail0/zeeodisha/odisha1078105

କେବଳ ଜନ୍ମଦିନରେ ମନେ ପଡ଼ନ୍ତି ସୁରେନ୍ଦ୍ର ସାଏ

ସୁରେନ୍ଦ୍ର ସାଏ ଇଂରେଜଙ୍କୁ ଗରିଲା ଯୁଦ୍ଧରେ ନାକେଦମ କରି ରଖିଥିଲେ। ସେମାନେ ବୀର ସୁରେନ୍ଦ୍ରଙ୍କୁ ଧରି ପାରିନଥିଲେ। ଶେଷରେ ବାଧ୍ୟ ହୋଇ ଷଡଯନ୍ତ୍ର କରି ତାଙ୍କୁ ତାଙ୍କୁ ଇଂରେଜମାନେ ଧରିଥିଲେ। ସେଭଳି ଜାତୀୟ ବୀରଙ୍କ ସମ୍ମାନରେ ଆଜି ପର୍ଯ୍ୟନ୍ତ ଗୋଟିଏ ଜାତୀୟ ସ୍ମାରକୀ ତିଆରି ହୋଇନାହିଁ।

 କେବଳ ଜନ୍ମଦିନରେ ମନେ ପଡ଼ନ୍ତି ସୁରେନ୍ଦ୍ର ସାଏ

ସମ୍ବଲପୁର: ଅବହେଳିତ ଅବସ୍ଥାରେ ବୀର ସୁରେନ୍ଦ୍ର ସାଏ! ଆଜି ଦେଶ ତଥା ରାଜ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରୁଛି। କିନ୍ତୁ ଯେଭଳି ଭାବରେ ଶହୀଦ ସୁରେନ୍ଦ୍ର ସାଏଙ୍କୁ ସମ୍ମାନ ମିଳିବା କଥା ତାହା ଏପର୍ଯ୍ୟନ୍ତ ମିଳିପାରି ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। 

ଆଜି ମହାନ ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ। ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମରେ ବୀରପୁତ୍ର ବୀର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ। ସେ ୨୮ ଫେବୃଆରୀ ୧୮୮୪ ମସିହାରେ ମଧ୍ୟପ୍ରଦେଶର ଅସିରଗଡ ଜେଲରେ ବନ୍ଦୀ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ବୀରତ୍ୱକୁ ଆଜି ବି ସାରା ଦେଶ ମନେ ପକାଉଛି। ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଜୟନ୍ତୀ ପାଳନ କରାଯାଉଛି। 

Also Read: Parakram Diwas 2022 : ଚୁମ୍ବକରେ ମହାନାୟକ ନେତାଜୀଙ୍କ ଜୀବନୀ, ଜାଣନ୍ତୁ କଟକ ଲିଙ୍କ୍

ସୁରେନ୍ଦ୍ର ସାଏ ଇଂରେଜଙ୍କୁ ଗରିଲା ଯୁଦ୍ଧରେ ନାକେଦମ କରି ରଖିଥିଲେ। ସେମାନେ ବୀର ସୁରେନ୍ଦ୍ରଙ୍କୁ ଧରି ପାରିନଥିଲେ। ଶେଷରେ ବାଧ୍ୟ ହୋଇ ଷଡଯନ୍ତ୍ର କରି ତାଙ୍କୁ ତାଙ୍କୁ ଇଂରେଜମାନେ ଧରିଥିଲେ। ସେଭଳି ଜାତୀୟ ବୀରଙ୍କ ସମ୍ମାନରେ ଆଜି ପର୍ଯ୍ୟନ୍ତ ଗୋଟିଏ ଜାତୀୟ ସ୍ମାରକୀ ତିଆରି ହୋଇନାହିଁ। ତାଙ୍କ ଜନ୍ମ ମାଟି ଖିଣ୍ଡାରେ ସେଭଳି ଆଖିଦୃଶିଆ ଉନ୍ନତି ମଧ୍ୟ ହୋଇନାହିଁ। ସୁରେନ୍ଦ୍ର ସାଏ ଯେଉଁ ଯେଉଁ ଅଞ୍ଚଳରେ ରହି ତାଙ୍କର ଯୁଦ୍ଧ ପରିଚାଳନା କରୁଥିଲେ ସେ ସ୍ଥାନର ଉନ୍ନତି ହୋଇନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

fallback

ତେବେ ଆଜି ଶହୀଦ ବୀର ସୁରେନ୍ଦ୍ର ସାଏଙ୍କର ୨୧୩ତମ ଜନ୍ମ ଜୟନ୍ତୀ ରହିଥିବାରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜେଲ ଛକ ନିକଟରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରାଯାଇଛି। ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ମଧ୍ୟ ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ସହ କୋଭିଡ କଟକଣା ଭିତରେ ସୁରେନ୍ଦ୍ରଙ୍କ ଜନ୍ମ ପୀଠ ଖିଣ୍ଡାରେ ତାଙ୍କ ଜୟନ୍ତୀ  ପାଳନ କରାଯାଉଛି। ପର୍ଯ୍ୟଟନ ବିଭାଗ ଏ ଦିଗରେ ଦୃଷ୍ଟି ରଖିଛି ଏବଂ ରାଜ୍ୟ ସରକାର ଶହୀଦଙ୍କ ପାଇଁ ଅନେକ ପ୍ରକଳ୍ପ ହାତକୁ ନେଇଥିବା କୁହାଯାଇଛି। 

fallback