ସପ୍ତାହାନ୍ତ ସଟଡାଉନରେ ସାରା ସହରରେ ନିରବତା ଛାଇ ରହିଥିବା ବେଳେ କେତେକ ଯୁବକ ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ଦୁର୍ଦ୍ଦିନରେ ଅନେକଙ୍କୁ ଏମାନେ ବଞ୍ଚିବାର ରାହା ଦେଖାଇଛନ୍ତି।
Trending Photos
ପୁରୀ: ସମଗ୍ର ଦେଶକୁ କବଳିତ କରିଛି କୋରୋନାର ଦ୍ୱିତୀୟ ଲହର। ଏଥିରୁ ବାଦ ପଡିନାହିଁ ବିଶ୍ୱ ଐତିହ୍ୟ ଶ୍ରୀକ୍ଷେତ୍ର। ସପ୍ତାହାନ୍ତ ସଟଡାଉନରେ ସାରା ସହରରେ ନିରବତା ଛାଇ ରହିଥିବା ବେଳେ କେତେକ ଯୁବକ ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ଦୁର୍ଦ୍ଦିନରେ ଅନେକଙ୍କୁ ଏମାନେ ବଞ୍ଚିବାର ରାହା ଦେଖାଇଛନ୍ତି।
ପୁରୀ ନିବାସୀ ନବକିଶୋର ପଲେଇ (NabaKishore Pallei)। ସେ ଜଣେ ବ୍ଯାଟେରୀ ଅଟୋ ଚାଳକ। ସବୁଆଡେ ସଟଡାଉନ ଯୋଗୁଁ ଗ୍ରାହକ ନଥିଲେ ମଧ୍ୟ ଘରୁ ଅଟୋ ଧରି ବାହାରିଛନ୍ତି। ଯାତ୍ରୀ ବୋହିବା ପାଇଁ ନୁହଁ ବରଂ ବଡଦାଣ୍ଡରୁ ଅଳିଆ ଉଠାଉଛନ୍ତି। ଛୋଟିଆ କାଗଜ ଟୁକୁଡାଟିଏ ଦେଖିଲେ ଉଠାଇ ଆଣି ନିଜ ଗାଡିରେ ଥିବା ଡଷ୍ଟପିନରେ ପକାଉଛନ୍ତି। କେବଳ ସେତିକି ନୁହେଁ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ଓ ବଡଦାଣ୍ଡକୁ ବି ସଫା ସୁତୁରା ରଖିବାକୁ ବେଶ୍ ରୁଚି ରଖନ୍ତି।
Also Read: ପରିବାର ସହ ଲଣ୍ଡନକୁ ପଳାୟନ କଲେ ଆଦର ପୁନାୱାଲା, ଖୁବଶୀଘ୍ର ହେବ ବଡ ଘୋଷଣା
ନବକିଶୋର ନିଜ ବ୍ଯାଟେରୀ ଅଟୋରେ ଗୋଟିଏ ଡଷ୍ଟବିନ୍ (Dust Bin) ରଖିଛନ୍ତି। ସହର (Puri Town) ବୁଲିବା ସମୟରେ ଅଳିଆ ପାଇଲେ ସେ ଡଷ୍ଟବିନରେ ରଖନ୍ତି। ସବୁଠାରୁ ବଡକଥା ହେଲା ଅଳିଆ ଆବର୍ଜନା (waste)ଯୋଗୁଁ କୋରୋନା (Coronavirus) ସଂକ୍ରମଣ ଆଶଙ୍କା ଥିବାରୁ ସେ ଏଭଳି ଏକ ଉଦ୍ୟମ ସ୍ୱତଃପ୍ରବୃତ୍ତ ଭାବେ ଜାରି ରଖିଛନ୍ତି।
ସେପଟେ ସଟଡାଉନ ଯୋଗୁଁ ପୁରୀ (Puri) ସହରରେ ସମସ୍ତ ହୋଟେଲ ବଜାର ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ବାସହୀନ ଲୋକମାନେ ଖାଦ୍ଯାଭାବରେ ରହିଛନ୍ତି। ମହାମାରୀ ବ୍ଯାପିବା ଭୟରେ ଏମାନେ ଘରଘର ବୁଲି ମାଗି ପାରୁଛନ୍ତି ନା ଲୋକମାନେ ଏମାନଙ୍କ ପାଖରେ ପହଞ୍ଚି ପାରୁଛନ୍ତି। ଏଭଳି ଏକ ସ୍ଥିତିରେ ଏମାନଙ୍କ ପାଇଁ ଦେବଦୂତ ସାଜିଛି ଏକ ଅଗ୍ରଣୀ ଅନୁଷ୍ଠାନ ଜନଜାଗରଣ ମଞ୍ଚ। ସକାଳୁ ସକାଳୁ ଖାଦ୍ଯ ପୁଡିଆ ଧରି ସଂଗଠନର ସଦସ୍ଯମାନେ ସହରର ବିଭିନ୍ନ ଗଳିକନ୍ଦି ବୁଲୁଛନ୍ତି। ଖାଦ୍ଯ ପାଇଁ ଆଉଟପାଉଟ ହେଉଥିବା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।
Also Read: Assembly Election Results 2021: ଆଜି ୫ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ, ବିଜୟ ଶୋଭାଯାତ୍ରା ଉପରେ ଲାଗିଛି ରୋକ
କୋରୋନାକୁ ନେଇ ସାରା ଦେଶରେ ଭୟର ବାତାବରଣ ଖେଳିଥିବା ବେଳେ ଏହି ଯୋଦ୍ଧାମାନଙ୍କର ପ୍ରୟାସ ଯେ ଅନ୍ଯମାନଙ୍କୁ ବିଚଳିତ ନହେବାର ସାମର୍ଥ୍ୟ ଯୋଗାଇଛି ଏଥିରେ ସନ୍ଦେହ ନାହିଁ।