Covid19 Outbreak: ମୁକାବିଲା ଲାଗି ଆକ୍ସନମୁଡରେ ପ୍ରଶାସନ
Advertisement
Article Detail0/zeeodisha/odisha887582

Covid19 Outbreak: ମୁକାବିଲା ଲାଗି ଆକ୍ସନମୁଡରେ ପ୍ରଶାସନ

ସେବାୟତଙ୍କ ପାଇଁ ଆସନ୍ତାକାଲି ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ସହ ଆଇସିୟୁ ବ୍ୟବସ୍ଥା ନୀଳାଚଳ ଭକ୍ତ ନିବାସରେ ଖୋଲିବା ନେଇ ପ୍ରସ୍ତୁତି ସରିଛି। 

Covid19 Outbreak: ମୁକାବିଲା ଲାଗି ଆକ୍ସନମୁଡରେ ପ୍ରଶାସନ

ପୁରୀ: ଦିନକୁ ଦିନ ପୁରୀରେ ବଢିବାରେ ଲାଗିଛି କୋଭିଡ୧୯ ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାର ୫ଟି ମେଡିକାଲରେ ୫ ଶହରୁ ଅଧିକ ବେଡ ସହ ୧୫ ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି। ଆବଶ୍ୟକୀୟ ବେଡ, ଆଇସିୟୁ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ସହ ଅକ୍ସିଜେନ ମଧ୍ୟ ମହଜୁଦ ରହିଛି। ପୁରୀକୁ ଆସିଥିବା ୩୫ ଜଣ କୁମ୍ଭମେଳା ଫେରନ୍ତାଙ୍କୁ ଗୃହ ସଙ୍ଗରୋଧରେ ରଖାଯାଇଛି। 

ଅନ୍ୟପଟେ ୨୨ ଜଣ ସେବାୟତଙ୍କ ମଧ୍ୟରୁ ୨୧ ଜଣଙ୍କ ଆରଟିପିସିଆର ଟେଷ୍ଟ (RTPCR Test) କରାଯାଇଛି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ରିପୋର୍ଟ ନେଗେଟିଭ ରହିଥିବା ବେଳେ ୭ ଜଣଙ୍କ ରିପୋର୍ଟ ଆସିନାହିଁ। ଅବଶିଷ୍ଟ ସେବାୟତଙ୍କ କୋରୋନା ପରୀକ୍ଷା କରାଯାଉଛି। ସେପଟେ କୋଭିଡ୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ। 

Also Read: ଏସଓପି ଆଧାରରେ ଜଗା ଦର୍ଶନ; କୋରୋନା ସଂକ୍ରମଣକୁ ନେଇ ସତର୍କ ପ୍ରଶାସନ

 

ସେପଟେ ସେବାୟତଙ୍କ ପାଇଁ ଆସନ୍ତାକାଲି ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର (Covid Care Centre) ସହ ଆଇସିୟୁ ବ୍ୟବସ୍ଥା ନୀଳାଚଳ ଭକ୍ତ ନିବାସରେ ଖୋଲିବା ନେଇ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ (Srimandir Development Commissioner)।

ପୁରୀରେ କୋରୋନା ମୁକାବିଲା ପାଇଁ ଖୋଲିଛି ୫ଟି କୋଭିଡ କେୟାର ହସ୍ପିଟାଲ। ଗତ ସୋମବାର ୨୪୩ ଜଣ ପଜିଟିଭ ବାହାରିଥିବା ବେଳେ ମଙ୍ଗଳବାର ବାହାରିଛନ୍ତି ୧୯୩। ସହରରେ କୋଭିଡ ପରିଚାଳନା କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ୫ଟି ମେଡିକାଲରେ ୫ ଶହରୁ ଅଧିକ ବେଡ ଉପଲବ୍ଧ ହେବ ସହ ୧୫ ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି। ପୁଣିଥରେ କୋରୋନା ଦ୍ୱିତୀୟ ଲହରକୁ (Corona Second Wave) ନେଇ ପଦକ୍ଷେପ ନିଆଯାଇଥିବା ଆବଶ୍ୟକୀୟ ଡାକ୍ତର (Doctor), ପାରାମେଡିକାଲ ଷ୍ଟାଫ୍ (Paramedical Staff) ନିୟୋଜିତ କରାଯାଉଛି ବୋଲି ଜଣାଇଛନ୍ତି ଜିଲ୍ଲାପାଳ।

Also Read: ବଦଳିଲା ଶ୍ରୀମନ୍ଦିର SOP, ବାହାର ଭକ୍ତଙ୍କ ପାଇଁ କଠୋର କଟକଣା

 

ପୁରୀକୁ ଆସିଥିବା ୩୫ ଜଣ କୁମ୍ଭ ମେଳା (Kumbh Mela 2021) ଫେରନ୍ତାଙ୍କୁ ହୋମ ଆଇସୋଲେସନ ଅର୍ଥାତ ଗୃହ ସଙ୍ଗରୋଧରେ (Home Isolation) ରଖାଯାଇଛି। ସେମାନଙ୍କ ମଧ୍ୟରେ ୧୭ ସେବାୟତଙ୍କ ପରିବାରର ଅଛନ୍ତି ୨୨ଜଣ ସଦସ୍ୟ। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଛି। ୧୪ ଜଣଙ୍କର ରିପୋର୍ଟ ନେଗେଟିଭ ଥିବାବେଳେ ୭ଜଣଙ୍କର ରିପୋର୍ଟ ଆସିନାହିଁ। 
ଅବଶିଷ୍ଟ ଜଣେ ସେବାୟତଙ୍କ ମଙ୍ଗଳବାର ଏହି ପରୀକ୍ଷା କରାଯାଇଛି। 

ସେପଟେ ପୁଣି ଜଣେ ସେବାୟତଙ୍କ ସହ ଜଣେ ଜେଟିପି (Jagannath Temple Police-JTP) କୋରୋନା ସଂକ୍ରମିତ ହୋଇଛନ୍ତି। ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ଜେଟିପି (Srimandir JTP) ସହ ପ୍ରଶାସନିକ କର୍ମଚାରୀଙ୍କୁ ମିଶାଇ ୨୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ସେବାୟତଙ୍କ ସହ ସେମାନଙ୍କ ପରିବାର ୭ ଜଣ ସଦସ୍ୟ କୋଭିଡ୧୯ ସଂକ୍ରମିତ ହୋଇଥିବା ଜଣାପଡିଛି। 

Also Read: ଆଗାମୀ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ ପ୍ରସ୍ତୁତ; ରାଜସ୍ୱ ବଢାଇବାକୁ ଲକ୍ଷ୍ୟ

କୋଭିଡ ସ୍ଥିତି ଧିରେ ଧିରେ ଉଦବେଗଜନକ ହୋଇ ଉଠୁଥିବା ବେଳେ ଏହା ଉପରେ କିଭଳି ନିୟନ୍ତ୍ରଣ କରାଯିବ ଏବଂ କୋରୋନା ସଂକଟ କାଳରେ ମନ୍ଦିର ଦର୍ଶନକୁ କିଭଳି ବ୍ୟବସ୍ଥିତ କରାଯିବ ତାହା ଶ୍ରୀମନ୍ଦିର ପ୍ରଶାସନ ପାଇଁ ସବୁଠୁ ବଡ ଚାଲେଞ୍ଜ ଭାବେ ଉଭାହୋଇଛି।