)
ବିକ୍ରମ ସାହୁ, ନୂଆଦିଲ୍ଲୀ: ଏବେ ଏସିବି ମେଡିକାଲ କଲେଜରେ ଖୁବ ଶୀଘ୍ର ଓ ସହଜରେ ପହଁଞ୍ଚିପାରିବେ ରୋଗୀ । ବାଉନ ବଜାର ତେପନ ଗଳିର ସହର କଟକରେ ଆଉ ରୋଗୀଙ୍କୁ ସାମ୍ନା କରିବାକୁ ପଡିବନି ଅସମ୍ଭବ ଭିଡ । ଏସସିବିକୁ ଏମ୍ସ ପ୍ଲସରେ ପରିଣତ ପାଇଁ ରାଜ୍ୟ ସରକାରଙ୍କ ପରିକଳ୍ପନାର ପ୍ରଥମ ପର୍ଯ୍ୟାୟରେ ମେଡିକାଲକୁ ସଂଯୋଗ କରୁଥିବା ରାସ୍ତାକୁ କରାଯାଇଛି ସମ୍ପ୍ରସାରଣ ।
ଯୋବ୍ରା ଠାରୁ ଏସସିବି ଯାଏ ରାସ୍ତାକୁ ୩ ଲେନର କରିଛି ଜିଲ୍ଲା ପ୍ରଶାସନ । ଆମ୍ୱୁଲାନ୍ସ ଡ୍ରାଇଭରଙ୍କ କହିବା କଥା ପୂର୍ବରୁ ଶିଖରପୁର ଛକରୁ ହେଉ ଅବା ଯୋବ୍ରା ବ୍ୟାରେଜ ଦେଇ ଏସସିବି ଆସିବାକୁ ହେଲେ ୩୦ ମିନିଟ ନଚେତ, ଭିଡ ଥିଲେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା। ମାତ୍ର ଏବେ କିନ୍ତୁ ୫ରୁ ୧୦ ମିନଟ ମଧ୍ୟରେ ମେଡିକାଲରେ ପହଞ୍ଚି ହେଉଛି। ଖାଲି ସେତିକି ନୁହେଁ ଯୋବ୍ରା ସହିତ ତାଳଦଣ୍ଡା କେନାଲକୁ ମଧ୍ୟ ଦିଆଯାଇଛି ନୂଆ ରୂପ ।
ଯୋବ୍ରା ଆନିକଟ ଠାରୁ ମେଡିକାଲ ଯାଏ ସବୁଠି ୱାଲ୍ ପେଣ୍ଟ୍ ସହ ସବୁଜ ପରିବେଶ ପାଇଁ ବୃକ୍ଷ ରୋପଣ ଏବଂ ପାର୍କ ବି ପ୍ରସ୍ତୁତ କରାଯାଇଛି । ଏପିରିକି କଟକ ନାଁରେ ମଧ୍ୟ ଲଗାଯାଇଛି ଏକ ସାଇନବୋର୍ଡ । ଯାହା ଏବେ କଟକିଆଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।