ପଶୁଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସାକେନ୍ଦ୍ର, ଖର୍ଚ୍ଚ ହେବ ତିନି କୋଟି ଟଙ୍କା
Advertisement

ପଶୁଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସାକେନ୍ଦ୍ର, ଖର୍ଚ୍ଚ ହେବ ତିନି କୋଟି ଟଙ୍କା

ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶାର ତିନୋଟି ସ୍ଥାନରେ ଏଭଳି ଅତ୍ୟାଧୁନିକ ପଶୁ ଚିକିତ୍ସାଳୟ ନିର୍ମାଣ ହେବ। ଗୋଟିଏ ଭୁବନେଶ୍ୱର ଓ ଅନ୍ୟଟି କଟକରେ ନିର୍ମାଣ ହେବାକୁ ଥିବା ବେଳେ ତୃତୀୟଟି ସମ୍ବଲପୁରରେ ହେବ। ଏଠାରେ ପଶୁ ପକ୍ଷୀଙ୍କ ପାଇଁ ଅଲ୍ଟ୍ରା ମୋଡର୍ଣ ଚିକିତ୍ସା ସୁବିଧା ଉପଲବ୍ଧ ହେବ।

ଫାଇଲ ଫଟୋ

ସମ୍ବଲପୁର: ପଶୁଙ୍କ ପାଇଁ ନିର୍ମାଣ ହେବ ତିନି କୋଟି ଟଙ୍କାରେ ଅତ୍ୟାଧୁନିକ ସଦର ପ୍ରାଣୀଧନ ଚିକିତ୍ସାଳୟ। ସମ୍ବଲପୁର ସହରର ସେନ ପାର୍କ ନିକଟରେ ଥିବା ପୁରୁଣା ସଦର ପ୍ରାଣୀ ଚିକିତ୍ସାଳୟ ଠାରେ ନିର୍ମିତ ହେବ ଅତ୍ୟାଧୁନିକ ସଦର ପ୍ରାଣୀ ଚିକିତ୍ସାଳୟ। ସମସ୍ତ ଅର୍ଥ ମଞ୍ଜୁର ହୋଇ ସାରିଥିବା ବେଳେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଦୁଇ ବର୍ଷ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବଲପୁର (Sambalpur) ସହରର ମଧ୍ୟସ୍ଥଳ ପୁରୁଣା ସଦର ପ୍ରାଣୀ ଚିକିତ୍ସାଳୟ (Veterinary Hospital) ଠାରେ ହେବ ଅତ୍ୟାଧୁନିକ ସଦର ପ୍ରାଣୀ ଚିକିତ୍ସାଳୟ (Livestock Hospital) । ରାଜ୍ୟ ସରକାର ଏଥିପାଇଁ ୩ କୋଟି ଟଙ୍କା ଅର୍ଥ ମଞ୍ଜୁର କରି ସାରିଥିବା ବେଳେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସହର ଏବଂ ଆଖ ପାଖ ଅଞ୍ଚଳରେ ରହୁଥିବା ପଶୁପାଳକ ତଥା ଅଞ୍ଚଳର ଲୋକଙ୍କ ଗୃହପାଳିତ ପଶୁ-ପକ୍ଷୀ, ସରୀସୃପ ଏହାର ସୁବିଧା ନେଇପାରିବେ। 

Also Read: ସମ୍ବଲପୁରରେ ମାଳ ମାଳ ନକଲି ଶିକ୍ଷକ; ୪୫ ଚିହ୍ନଟ, ହରଡଘଣାରେ DEO

ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶାର ତିନୋଟି ସ୍ଥାନରେ ଏଭଳି ଅତ୍ୟାଧୁନିକ ପଶୁ ଚିକିତ୍ସାଳୟ ନିର୍ମାଣ ହେବ। ଗୋଟିଏ ଭୁବନେଶ୍ୱର ଓ ଅନ୍ୟଟି କଟକରେ ନିର୍ମାଣ ହେବାକୁ ଥିବା ବେଳେ ତୃତୀୟଟି ସମ୍ବଲପୁରରେ ହେବ। ଏଠାରେ ପଶୁ ପକ୍ଷୀଙ୍କ ପାଇଁ ଅଲ୍ଟ୍ରା ମୋଡର୍ଣ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ତା ସହ ଅତ୍ୟାଧୁନିକ ଅପରେସନ ଥିଏଟର, ଏକ୍ସରେ ମେସିନ, ଅଲ୍ଟ୍ରାସାଉଣ୍ଡ ମେସିନ, ପଶୁ ପକ୍ଷୀଙ୍କୁ ନେଇ ଆସିଥିବା ବ୍ୟକ୍ତିଙ୍କ ପାଇଁ ରେଷ୍ଟ ଶେଡ଼, ରକ୍ତ, ମଳମୂତ୍ର ପରୀକ୍ଷା ପାଇଁ ଅତ୍ୟାଧୁନିକ ଲେବ୍ରୋଟୋରି ସହ ଏକ ଅଲ୍ଟ୍ରାମୋଡର୍ଣ ଭେଟନାରୀ ହସ୍ପିଟାଲ ହେବ ବୋଲି  ସମ୍ବଲପୁର ସଦର ପ୍ରାଣୀ ଚିକିତ୍ସାଳୟର ଉପ ନିର୍ଦେଶକ ହାଡ଼ିବନ୍ଧୁ ଭୋଇ କହିଛନ୍ତି।

fallback

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସମ୍ବଲପୁରବାସୀ ସ୍ୱାଗତ କରିଛନ୍ତି। ଏହି ଅତ୍ୟାଧୁନିକ ହସ୍ପିଟାଲରେ ସ୍ଥାନୀୟ ଅଞ୍ଚଳର ପଶୁପକ୍ଷୀଙ୍କ ସହ ଜିଲ୍ଲାର ପଶୁପାଳକମାନେ ମଧ୍ୟ ଚିକିତ୍ସା କ୍ଷେତ୍ରରେ ଉପକୃତ ହୋଇ ପାରିବେ। ପଶ୍ଚିମ ଓଡିଶାର ପ୍ରଥମ ଅଲ୍ଟ୍ରା ମୋଡେର୍ଣ ପ୍ରାଣୀଧନ ଚିକିତ୍ସାଳୟ ତିଆରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ସମସ୍ତ ପ୍ଲାନ ଅର୍ଥ ମଞ୍ଜୁର ହୋଇ ସାରିଥିବାରୁ ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ପ୍ରୋଜେକ୍ଟ ସମାପ୍ତ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ଜଣା ପଡ଼ିଛି।