OCCL ସିନିଅର ମ୍ୟାନେଜର ଘରେ ଭିଜିଲାନ୍ସ ରେଡ୍
ରଞ୍ଜନ କୁମାର ଡାଙ୍ଗଙ୍କ ସମ୍ବଲପୁରସ୍ଥିତ ଚୈତନ୍ଯନଗର ନିଜ ବାସଭବନ, କୁଞ୍ଜେଲପଡାସ୍ଥିତ ଶ୍ୱଶୁର ଘର ଓ ତାଙ୍କ କାର୍ଯ୍ୟଲୟରେ ଭିଜିଲାନ୍ସ ରେଡ (Vigilance Raid) କରାଯାଇଛି।
Trending Photos

ସମ୍ବଲପୁର: OCCLର ସିନିୟର ମ୍ଯାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ ଏକ କାଲିନ ୩ଟି ସ୍ଥାନରେ ରେଡ୍ କରିଥିବା ସୂଚନା ମିଳିଛି।
ରଞ୍ଜନ କୁମାର ଡାଙ୍ଗଙ୍କ ସମ୍ବଲପୁରସ୍ଥିତ ଚୈତନ୍ଯନଗର ନିଜ ବାସଭବନ, କୁଞ୍ଜେଲପଡାସ୍ଥିତ ଶ୍ୱଶୁର ଘର ଓ ତାଙ୍କ କାର୍ଯ୍ୟଲୟରେ ଭିଜିଲାନ୍ସ ରେଡ (Vigilance Raid) କରାଯାଇଛି। ଚଢଉ ବେଳେ ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।
Also Read: ଲିଭିଗଲା ଜ୍ୟୋତିପ୍ରକାଶଙ୍କ ଜୀବନ ଜ୍ୟୋତି, ୪ ଲକ୍ଷରେ ଲୁଚିବ ଦୋଷ-ତ୍ରୁଟି!
ସମ୍ବଲପୁର (Sambalpur) ଭିଜିଲାନ୍ସ ଡିଏସପି ସୁଜାତ ପଣ୍ତାଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା। ସମ୍ବଲପୁରର ତିନିଟି ଅଂଚଳରେ ଚଢ଼ାଉ ଚାଲିଥିବା ବେଳେ ବର୍ତ୍ତମାନ ସମ୍ପତିର ଆକଳନ ଚାଲିଛି। ସମସ୍ତ ସମ୍ପତିର ଆକଳନ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ସୂଚନା ମିଳିଛି।
More Stories