ଭିକ୍ଷାବୃତ୍ତିରେ ଦିନକୁ ୫୦୦ ଟଙ୍କା। ଜଣେ ସାଧାରଣ ବ୍ୟକ୍ତି ପ୍ରତ୍ୟେକ ଦିନ ପରିଶ୍ରମ କରି ଦିନ ମଜୁରିଆ ଭାବେ କେତେ ରୋଜଗାର କରୁଥିବେ?
Trending Photos
ଅଜୟ ନାଥ, ସମ୍ବଲପୁର: ଭିକ୍ଷାବୃତ୍ତିରେ ଦିନକୁ ୫୦୦ ଟଙ୍କା। ଜଣେ ସାଧାରଣ ବ୍ୟକ୍ତି ପ୍ରତ୍ୟେକ ଦିନ ପରିଶ୍ରମ କରି ଦିନ ମଜୁରିଆ ଭାବେ କେତେ ରୋଜଗାର କରୁଥିବେ? କିନ୍ତୁ ଜଣେ ଭିକ୍ଷାବୃତ୍ତି କରି ପ୍ରତ୍ୟେକ ଦିନ ୫ ଶହ ଟଙ୍କା ରୋଜଗାର କରୁଛନ୍ତି ଏବଂ ଖୁସିରେ ଜୀବନଯାପନ କାଟୁଛନ୍ତି।ଏଭଳି ଜଣେ ପୋଲିଓ ଗ୍ରସ୍ତ ଦିବ୍ୟାଙ୍ଗ ଯୁବକ ହେଲେ ଟିଟିଲାଗଡ଼ ବିହାରିପଡା ରୁ ଆସି ସମ୍ବଲପୁର ଫାଟକ ଷ୍ଟେସନ ପାଖରେ ଭିକ୍ଷାବୃତ୍ତି କରୁଥିବା ଲମ୍ବୋଦର ରଣା।
ଗୋଟିଏ ପଟେ ସରକାର ରାଜ୍ୟକୁ ଭିକ୍ଷୁକ ମୁକ୍ତ କରିବାରେ ଲାଗି ପଡିଥିବା ବେଳେ ଅନ୍ୟପଟେ ଜଣେ ଭିକ୍ଷାବୃତ୍ତି କରି ଖୁସିରେ ରହୁଥିବା ଦେଖିବାକୁ ମିଳିଛି। ସେହିଭଳି ଭିକ୍ଷାବୃତ୍ତିକୁ ଆପଣେଇ ଦିନକୁ ୫୦୦ ଟଙ୍କା ରୋଜଗାର କରୁଥିବା ପୋଲିଓ ଗ୍ରସ୍ତ ଯୁବକ ହେଲେ ଲମୋଦର ରଣା। ସବୁଦିନ ଫାଟକ ରେଳ ଷ୍ଟେସନ ପାଖରେ ଜଣେ ପୋଲିଓ ଗ୍ରସ୍ତ ଯୁବକଙ୍କୁ ଭିକ୍ଷାବୃତ୍ତି କରୁଥିବାର ଦେଖାଯାଏ। ପ୍ରତ୍ୟେକ ଦିନ ସକାଳ ୬ଟା ରୁ ଦିନ ୧୦ଟା ପର୍ଯ୍ୟନ୍ତ ଭିକ୍ଷାବୃତ୍ତି କରିଦେଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିଯାଏ ବୋଲି କହନ୍ତି ଲମ୍ବୋଦର।
ଲୋକେ ଦିବ୍ୟାଙ୍ଗ ବୋଲି ଦୟାପରବସ ହୋଇ ଟଙ୍କା ପଇସା ଦିଅନ୍ତି। କିଏ କିଏ ଖୁଶିରେ ଖାଇବାକୁ ଦେବା ସହ କପଡା ମଧ୍ୟ ଦିଅନ୍ତି। ନିଜେ କୌଣସି କାମ କରିପାରୁନଥିବା ବେଳେ ଏହି କାମ ଅତି ସହଜ ଓ ଲୋକଙ୍କର ସ୍ନେହ ସହାନୁଭୂତି ମିଳି ଯାଉଛି ବୋଲି କହନ୍ତି ଲମ୍ବୋଦର। ଏଥର ଚାରି ମାସ ଭିତରେ ୫୦ ହଜାର ଟଙ୍କା ଭିକ୍ଷାବୃତ୍ତିରୁ ଆୟ କରିଥିବା ସହ ଖୁସିରେ ସବୁ ଖାଇବା ପିଇବା ବ୍ୟବସ୍ଥା ହୋଇଯାଏ ବୋଲି କହିଥିଲେ। ଦିନକୁ ଭିକ୍ଷାବୃତ୍ତି କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବେଳେ ଏ ଭିତରେ ବାପା ମା ଙ୍କୁ 2 ଲକ୍ଷ ଟଙ୍କା ଘର ତିଆରି ପାଇଁ ଦେଇଥିବାର କହନ୍ତି ଲମ୍ବୋଦର।
ଏପଟେ ଲୋକକଙ୍କ ର ସହାନୁଭୂତି ମିଳୁ ଥିବା ବେଳେ କିଏ ଟଙ୍କା ଦେଉଛି ତ କିଏ ଖାଦ୍ୟ। ଯିଏ ସେହି ରାସ୍ତା ଦେଇ ଯାଉଛନ୍ତି କିଛି ପଇସା ଦେଇ ଯାଉଥିବାର ଦେଖାଯାଉଛି।ସମସ୍ତଙ୍କର ଧାରଣା ଯେ ଦିବ୍ୟାଙ୍ଗ କିମ୍ବା ବିକଳାଙ୍ଗଙ୍କୁ କିଛି ସାହାଯ୍ୟ କଲେ ପୁଣ୍ୟ ମିଳେ। ସେଥିପାଇଁ ପ୍ରାୟ ସମସ୍ତେ ଯିଏ ସେହି ବାଟ ଦେଇ ପ୍ରତ୍ୟେକ ଦିନ ଯିବା ଆସିବା କରିଥାନ୍ତି ସିଏ କିଛି କିଛି ଦେଇଯାଇଥାନ୍ତି।