ଅଜୟ ନାଥ, ସମ୍ବଲପୁର: ଆଜି ରାଜରାସ୍ତାରେ ଥିବା ଏକ ଢାବାକୁ ମାଟିରେ ମିଶାଇଛି ସମ୍ବଲପୁର ପୋଲିସ। ଢାବାଟି ଜବରଦଖଲରେ ନିର୍ମାଣ ହୋଇଥିଲା। କେବଳ ଏତିକି ନୁହେଁ ଢାବାରେ ବେଆଇନ କାରବାର ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି।
Trending Photos
ଅଜୟ ନାଥ, ସମ୍ବଲପୁର: ଆଜି ରାଜରାସ୍ତାରେ ଥିବା ଏକ ଢାବାକୁ ମାଟିରେ ମିଶାଇଛି ସମ୍ବଲପୁର ପୋଲିସ। ଢାବାଟି ଜବରଦଖଲରେ ନିର୍ମାଣ ହୋଇଥିଲା। କେବଳ ଏତିକି ନୁହେଁ ଢାବାରେ ବେଆଇନ କାରବାର ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି।
ସମ୍ବଲପୁର ପୋଲିସ (Sambalpur Police) ଭାଙ୍ଗିଦେଲା ଢ଼ାବା। ଏହା ପୋଲିସର କୌଣସି ଦାଦାଗିରି ନୁହେଁ ବରଂ ଆଇନ ଶୃଙ୍ଖଳା ରକ୍ଷା (Law And Order) କରିବା ପାଇଁ ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ବଲପୁର-କଟକ ରାଜରାସ୍ତାର (Sambalpur-Cuttack Road) ଯୁଜୁମୁରା ଥାନା (Jujumara Police Station) ଅନ୍ତର୍ଗତ ରାସ୍ତାକଡରେ ଥିବା ଏକ ଢ଼ାବାକୁ ସମ୍ବଲପୁର ପୋଲିସ ଭାଙ୍ଗିଦେଇଛି। ଜେସିବି ମେସିନ ସାହାଯ୍ୟରେ ଏହି ଢ଼ାବାକୁ ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ କରିଦେଇଛି ପୋଲିସ।
Also Read: ଓଡ଼ିଶା ବୁକୁରେ ଫଳିଲା କଳା ହଳଦୀ, କଳା ଗହମ
ଢ଼ାବା (Dhaba Demolish)ରେ ରାଜରାସ୍ତା ଦେଇ ଯାଉଥିବା ଗାଡି ଗୁଡିକରୁ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ ହେଉଥିଲା। ସମ୍ବଲପୁର ଠେଲୋକଲୋଇ ଥାନାରେ ରୁଜୁ ହୋଇଥିବା ମାମଲାର ତଦନ୍ତ ସମୟରେ ଏମିତି ସୂଚନା ମିଳିବା ପରେ ପୋଲିସ ଦୃଢ କାର୍ଯ୍ୟନୁଷ୍ଠାନ ନେଇଛି । ଅନ୍ୟପଟେ ଢ଼ାବା ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହାସହ ବେଆଇନ ଭାବେ ଜବରଦଖଲ କରି ଢାବା ତିଆରି ହୋଇଥିଲା । ଏନେଇ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର (Batula Gangadhar) ସୂଚନା ଦେଇଛନ୍ତି ।