ସମ୍ବଲପୁରରେ ହରିୟାଣା ଖୋରି ଗାଁ ସ୍ଥିତି, ଶତାଧିକ ପରିବାରର ମୁଣ୍ଡ ଉପରୁ ଛପର ଛଡାଇ ନେବେ ସରକାର
Advertisement

ସମ୍ବଲପୁରରେ ହରିୟାଣା ଖୋରି ଗାଁ ସ୍ଥିତି, ଶତାଧିକ ପରିବାରର ମୁଣ୍ଡ ଉପରୁ ଛପର ଛଡାଇ ନେବେ ସରକାର

ସମ୍ବଲପୁର ସହରର ଅନତି ଦୂରରେ ମହାନଗର ନିଗମର ୨୮ ନମ୍ବର ୱାର୍ଡ ପରଧିଆପାଲି ସୌରଭ ନଗର ଅବସ୍ଥିତ। ସେହି ଅଂଚଳରେ ଦୀର୍ଘ ୨୦ ବର୍ଷ ହେବ ଶତାଧିକ ଭୂମିହୀନ ପରିବାର ବସବାସ କରୁଛନ୍ତି। ସେମାନେ ବର୍ତ୍ତମାନ ପରିପ୍ରେକ୍ଷୀରେ ବିଦ୍ୟୁତ କର, ଜାଗା ଅକ୍ତିଆର କରି ଘର ତୋଳି ଥିବାରୁ ସରକାରଙ୍କୁ ଖଜଣା ମଧ୍ୟ ଦେଉଛନ୍ତି।

ସମ୍ବଲପୁରରେ ହରିୟାଣା ଖୋରି ଗାଁ ସ୍ଥିତି, ଶତାଧିକ ପରିବାରର ମୁଣ୍ଡ ଉପରୁ ଛପର ଛଡାଇ ନେବେ ସରକାର

ସମ୍ବଲପୁର: ଓଡିଶାରେ ହରିୟାଣା ଖୋରି ଗାଁ ସ୍ଥିତି। ଦୀର୍ଘ ୨୦ ବର୍ଷ ହେଲା ଘର କରିଥିଲେ ଏବେ ସରକାର ଘର ଛାଡିବାକୁ କହୁଛନ୍ତି। ଭୂମିହୀନ ଭାବରେ ଘର ତିଆରି କରି ୧୦୦ରୁ ଊର୍ଦ୍ଧ୍ବ ପରିବାର ରହୁଥିଲେ। ବର୍ତ୍ତମାନ ଅନ୍ୟ ଏକ ସଙ୍ଗଠନକୁ ଲିଜ ସୂତ୍ରରେ ଏହି ଜମି ଦେବାକୁ ଥିବାରୁ ଅଞ୍ଚଳବାସୀଙ୍କୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରୁଛନ୍ତି।

ସମ୍ବଲପୁର ସହରର ଅନତି ଦୂରରେ ମହାନଗର ନିଗମର ୨୮ ନମ୍ବର ୱାର୍ଡ ପରଧିଆପାଲି ସୌରଭ ନଗର ଅବସ୍ଥିତ। ସେହି ଅଂଚଳରେ ଦୀର୍ଘ ୨୦ ବର୍ଷ ହେବ ଶତାଧିକ ଭୂମିହୀନ ପରିବାର ବସବାସ କରୁଛନ୍ତି। ସେମାନେ ବର୍ତ୍ତମାନ ପରିପ୍ରେକ୍ଷୀରେ ବିଦ୍ୟୁତ କର, ଜାଗା ଅକ୍ତିଆର କରି ଘର ତୋଳି ଥିବାରୁ ସରକାରଙ୍କୁ ଖଜଣା ମଧ୍ୟ ଦେଉଛନ୍ତି। କିନ୍ତୁ କିଛି ଦିନ ହେବ ଏହି ଅଂଚଳ ଖାଲି କରିବାକୁ ସରକାରୀ ନୋଟିସ ମିଳି ସାରିଛି। ବାରମ୍ବାର RI, ତହସିଲଦାର ଆସି ଅଂଚଳର ମାପଜୁପ କରୁଛନ୍ତି। ସେଥିପାଇଁ ଏହି ଅଂଚଳ ବାସୀଙ୍କ ଆଖିରେ ନିଦ ନାହିଁ।

Also Read: ୨୦ ଲୋକରେ ଗୋଟିଏ ଟିକା! ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଜନତା

କୋରୋନା କାଳରେ ସରକାର ସମସ୍ତଙ୍କୁ ଘରେ ରହିବା ପାଇଁ ତାଗିଦ କରୁଥିବା ବେଳେ ସୌରଭ ନଗରବାସୀଙ୍କୁ ଘରୁ ବାହାର କରିବାକୁ ନୋଟିସ ଜାରି ହୋଇଛି। ଆଗରୁ ରାଜସ୍ୱ କମିଶନର, ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କ ଦ୍ୱାରସ୍ଥ ହୋଇ ଥଇଥାନର ବ୍ୟବସ୍ଥା ପାଇଁ ଅନୁରୋଧ କରିଛନ୍ତି କିନ୍ତୁ କୌଣସି ଫଳ ମିଳିନାହିଁ। ସେମାନଙ୍କୁ ଯଦି ଏହି ଅଞ୍ଚଳରୁ ବାହାର କରାଯାଉଛି ତା ହେଲେ ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରାଯାଉ ବୋଲି ସୌରଭ ନଗରବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

fallback

ଭୂମିହୀନଙ୍କୁ ଭୂମି ଦେବା ପାଇଁ ସରକାରଙ୍କର ଅନେକ ଯୋଜନାମାନ ରହିଛି। କିନ୍ତୁ ସୌରଭ ନଗରବାସୀ ଏବେ ସମସ୍ତ ଯୋଜନାରୁ ବଂଚିତ ହୋଇଛନ୍ତି। ଦୀର୍ଘ ୨୦ ବର୍ଷ ହେବ ଶତାଧିକ ଘର ତିଆରି କରି ରହୁଛନ୍ତି। ଯଦି ତାଙ୍କୁ ଏହି ଅଞ୍ଚଳରୁ ଉଚ୍ଛେଦ କରାଯାଉଛି ତା ହେଲେ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଉ। ନଚେତ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ। ଗୋଟିଏ ଜାଗାରେ ଜଣେ ଘର ତିଆରି କରିବା ସମୟରେ କାହିଁକି ବାରଣ କରାଯାଉନାହିଁ। ସେହି ସମୟରେ ଯଦି ସରକାର ସେହି ଅଂଚଳ ଗୁଡିକୁ ନିଷିଦ୍ଧ ଘୋଷଣା କରନ୍ତେ ତା ହେଲେ ଏଭଳି ଘଟଣା ମାନ ଦେଖିବାକୁ ମିଳନ୍ତା ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।