ସମ୍ବଲପୁରରେ କାର୍ଗିଲ ବିଜୟ ଦିବସ ପାଳିଲା ବିଜେପି ସୈନିକ ସେଲ୍
Advertisement

ସମ୍ବଲପୁରରେ କାର୍ଗିଲ ବିଜୟ ଦିବସ ପାଳିଲା ବିଜେପି ସୈନିକ ସେଲ୍

ଉପରୁ ଆକ୍ରମଣ ଯେତେ ସହଜ ତଳୁ ତାକୁ ପ୍ରତିରୋଧ କରିବା ଏବଂ ପ୍ରତି ଆକ୍ରମଣ କରିବା ସେତେ କଠିନ ବୋଲି କାର୍ଗିଲ ଯୁଦ୍ଧରେ ସାମିଲ ହୋଇଥିବା କର୍ନେଲ ପ୍ରଭାତ କୁମାର ପଣ୍ଡା କହିଥିଲେ।

ସମ୍ବଲପୁରରେ କାର୍ଗିଲ ବିଜୟ ଦିବସ ପାଳିଲା ବିଜେପି ସୈନିକ ସେଲ୍

ସମ୍ବଲପୁର: ଜିଲ୍ଲାରେ ବିଜେପି ସୈନିକ ସେଲ ତରଫରୁ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି। ଆଜି ସକାଳେ କଚେରୀ ଛକ ଠାରେ ଥିବା ଶହୀଦ ସ୍ତମ୍ଭରେ ବିଜେପି ସୈନିକ ସେଲ ଓ ସାଧାରଣ ଜନତା ଏକତ୍ରିତ ହୋଇ ୧୯୯୯ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କାର୍ଗିଲ ବିଜୟ ଦିବସ ପାଳନ କରିଥିଲେ।

କାର୍ଗିଲ ଯୁଦ୍ଧ (Kargil War) ସମୟରେ ସରକାରଙ୍କ ତରଫରୁ ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା। ବିରୋଧୀ ସୈନିକ ପାହାଡ଼ ଶିଖରରେ ରହିଥିବା ବେଳେ ଭାରତୀୟ ସୈନିକ କାର୍ଗିଲର ଦ୍ରାସ ସେକ୍ଟରର ତଳି ଅଞ୍ଚଳରେ ରହିଥିଲେ। ଉପରୁ ଆକ୍ରମଣ ଯେତେ ସହଜ ତଳୁ ତାକୁ ପ୍ରତିରୋଧ କରିବା ଏବଂ ପ୍ରତି ଆକ୍ରମଣ କରିବା ସେତେ କଠିନ ବୋଲି କାର୍ଗିଲ ଯୁଦ୍ଧରେ ସାମିଲ ହୋଇଥିବା କର୍ନେଲ ପ୍ରଭାତ କୁମାର ପଣ୍ଡା କହିଥିଲେ।

Also Read: କାର୍ଗିଲ ବିଜୟକୁ ୨୨ ବର୍ଷ, ଶହୀଦଙ୍କୁ ମନେ ପକାଇଲା ଦେଶ

ସେ ପୁଣି କହିଛନ୍ତି, ଭାରତୀୟ ସୈନିକ (Indian Army) ମାନେ ବୀରତ୍ୱର ପରାକାଷ୍ଠା ଦେଖାଇ ଶତ୍ରୁଙ୍କୁ ଦମନ କରିବା ସହ କାର୍ଗିଲକୁ ଅକ୍ତିଆର କରିଥିଲେ। ସେଥିପାଇଁ ସେହି ସମର୍ପିତ ବୀରଙ୍କ ଉଦ୍ୟେଶ୍ୟରେ ଦେଶ ଆଜି ପାଳନ ୨୨ତମ କାର୍ଗିଲ ବିଜୟ ଦିବସ (Kargil Vijay Diwas) କରୁଛି। ସେ ଦିନର ସ୍ମୃତିକୁ ମନେ ପକାଇ ବୀର କର୍ନେଲ ପ୍ରଭାତ କୁମାର ପଣ୍ଡା ଭାବବିହ୍ୱଳ ହୋଇଯାଇଛନ୍ତି।

fallback