କାର୍ଗିଲ ବିଜୟକୁ ୨୨ ବର୍ଷ, ଶହୀଦଙ୍କୁ ମନେ ପକାଇଲା ଦେଶ
Advertisement
Article Detail0/zeeodisha/odisha950354

କାର୍ଗିଲ ବିଜୟକୁ ୨୨ ବର୍ଷ, ଶହୀଦଙ୍କୁ ମନେ ପକାଇଲା ଦେଶ

କାର୍ଗିଲ ବିଜୟ ଦିବସ (Kargil Vijay Diwas) ଅବସରରେ ସେନା ମୁଖ୍ୟ, ଜେନେରାଲ ବିପିନ ରାୱତ ଏବଂ ସେନାର ଉତ୍ତର କମାଣ୍ଡର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୟୁ.କେ ଯୋଶୀ ଏବଂ ଲେହରେ ଥିବା ୧୪ତମ କୋରର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଜି.କେ ମେନନ ଉପସ୍ଥିତ ଥିଲେ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶ ଆଜି ୨୨ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି। ଏହି ଅବସରରେ ଦେଶର ରାଷ୍ଟ୍ରପତି ତଥା ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ରାମ ନାଥ କୋବିନ୍ଦ ନିଜେ ଦ୍ରାସର କାର୍ଗିଲ ୱାର୍ ମେମୋରିଆଲରେ ଶହୀଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା-ମନ୍ତ୍ରୀ ଟ୍ୱିଟ କରି କାର୍ଗିଲ ବିଜୟ ଦିବସରେ ଶହୀଦଙ୍କୁ ମନେ ପକାଇଛନ୍ତି।

କାର୍ଗିଲ ବିଜୟ ଦିବସ (Kargil Vijay Diwas) ଅବସରରେ ସେନା ମୁଖ୍ୟ, ଜେନେରାଲ ବିପିନ ରାୱତ ଏବଂ ସେନାର ଉତ୍ତର କମାଣ୍ଡର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୟୁ.କେ ଯୋଶୀ ଏବଂ ଲେହରେ ଥିବା ୧୪ତମ କୋରର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଜି.କେ ମେନନ ଉପସ୍ଥିତ ଥିଲେ। ଏହା ପରେ, ୧୯୭୧ ଯୁଦ୍ଧର ସୁବର୍ଣ୍ଣ ବିଜୟ ମଶାଲ ମଧ୍ୟ ଦ୍ରାସ ୱାର ମେମୋରିଆଲ (dras war memorial) ରେ ପହଞ୍ଚିବ। ଏହାକୁ ସେଠାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାମରିକ କମାଣ୍ଡୋମାନେ ଗ୍ରହଣ କରିବେ।

Also Read: Karnataka CM ପଦରେ Yediyurappa ରହିବେ ନା ହଟିବେ? କଣ କହିଲେ Nadda...

୧୯୯୯ରେ କାର୍ଗିଲ  (Kargil) ର ଉଚ୍ଚ ଶିଖରରେ ଭାରତ (Indian Army) ଏବଂ ପାକିସ୍ତାନ (Pakistan) ମଧ୍ୟରେ ଯୁଦ୍ଧ ହୋଇଥିଲା। ଯେଉଁଥିରେ ଭାରତ ବିଜୟ ହୋଇଥିଲା। ସେହି ଯୁଦ୍ଧର ବିଜୟକୁ ସ୍ମରଣ କରିବା ପାଇଁ କାର୍ଗିଲ ବିଜୟ ଦିବସ ପ୍ରତିବର୍ଷ କାର୍ଗିଲର ଦ୍ରାସର ୱାର ମେମୋରିଆଲରେ ପାଳନ କରାଯାଏ। ୧୯୯୯ରେ ପାକିସ୍ତାନୀ ସେନା ଭାରତର ଏହି ଶିଖରକୁ କବଜା କରିଥିଲା ​।

ପ୍ରାୟ ୧୪ରୁ ୧୮ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏହି ଶିଖରରୁ ଭାରତୀୟ ସେନା ବହୁତ ସାହସର ସହିତ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ବିତାଡିତ କରିଥିଲା। ଏହି ଯୁଦ୍ଧରେ ଭାରତର ୫୦୦ ବୀର ସୌନିକ ଶହୀଦ ହୋଇଥିଲେ। ଏହି ଯୁଦ୍ଧ ସାମରିକ ଇତିହାସରେ ଏକ କଠିନ ଏବଂ ବିପଦପୂର୍ଣ୍ଣ ଯୁଦ୍ଧ ଭାବରେ ପରିଗଣିତ। ୨୦୧୯ରେ ରାଷ୍ଟ୍ରପତି କୋବିନ୍ଦ (Ramnath Kovind) ଦ୍ରାସ ଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଖରାପ ପାଗ ପାଇଁ ସେତେବେଳେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା।