୨୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ; ୭ ମୃତ, ଅନେକ ଆହତ
Advertisement

୨୦ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ; ୭ ମୃତ, ଅନେକ ଆହତ

ମୁମ୍ବାଇ ନିଟକଟସ୍ଥ ତାଡଦେଓ ଅଞ୍ଚଳର ଏକ ୨୦ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତାରଡିଓର ଭାଟିଆ ହସ୍ପିଟାଲ ପାଖ କମଳା ବିଲ୍ଡିଂରେ ଏହି ଦୁର୍ଘଟଣା ଘଟିଛି। 

ଡିଜାଇନ୍ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରର ତାଡଦେଓ ଅଞ୍ଚଳରେ ଶନିବାର ସକାଳେ ଅଘଟଣ ଘଟିଛି। ଏକ ବହୁମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ନିଆଁକୁ ଆୟତ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଚଳାଇଛି।

ମୁମ୍ବାଇ ନିଟକଟସ୍ଥ ତାଡଦେଓ ଅଞ୍ଚଳର ଏକ ୨୦ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତାରଡିଓର ଭାଟିଆ ହସ୍ପିଟାଲ ପାଖ କମଳା ବିଲ୍ଡିଂରେ ଏହି ଦୁର୍ଘଟଣା ଘଟିଛି। ଶ୍ୱାସରୁଦ୍ଧ ଓ ଉପରୁ ପଡିବା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୧୫ ଜଣ ଏଥିରେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କୁ ଭାଟିଆ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Also Read: Coronavirus Updates : ଦୈନିକ ସଂକ୍ରମଣକୁ ନେଇ ଆସିଲା ଆଶ୍ୱସ୍ତିକର ଖବର

ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସଟସର୍କିଟ୍ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପ୍ରଥମେ ଗୋଟିଏ ଫ୍ଲାଟରେ ନିଆଁ ଲାଗିଥିଲା, ପରେ ଏହା ଅନ୍ୟ ଘରକୁ ବ୍ୟାପି ଯାଇଥିଲା। ଦୁର୍ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦୁଃଖ ପ୍ରକାଶ କରିଛନ୍ତି।