ଆକାଶଛୁଆଁ ଦର, ରୋଷେଇ ଶାଳାରୁ ଟମାଟୋ ଗାଏବ
Advertisement

ଆକାଶଛୁଆଁ ଦର, ରୋଷେଇ ଶାଳାରୁ ଟମାଟୋ ଗାଏବ

ଆକାଶଛୁଆଁ ଦରକୁ ନେଇ ସାଧାରଣରେ ଅସନ୍ତୋଷ...

ଆକାଶଛୁଆଁ ଦର, ରୋଷେଇ ଶାଳାରୁ  ଟମାଟୋ ଗାଏବ

ସମ୍ବଲପୁର: ସମ୍ବଲପୁରରେ ଟମାଟୋ କିଲୋ । ଗରିବ ତଥା ମଧ୍ୟବିତ୍ତ ପରିବାର ଉପରେ ଏହାର ଗୁରୁତ୍ତର ପ୍ରଭାବ ପଡିଛି। ଜଣେ ସାଧାରଣ ଲୋକ ଟମାଟୋ ଚକଟି ପଖାଳ କଂସାଏ ଖାଉଥିବା ବେଳେ ଏତେ ଦର ଦେଇ ଟମାଟୋ କିଣିବା ତା ପକ୍ଷେ ସମ୍ଭବ ହୋଇ ପାରୁନାହିଁ।

ସମ୍ବଲପୁରରେ ଆଜି ଟମାଟୋ କିଲୋ ୮୦ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବଜାରରେ କିଲେ ଟମାଟୋର ଦର ୬୦ ରୁ ୧୦୦ ଟଙ୍କାରେ ବିକ୍ରି କରାଯାଉଛି। ଜଣେ ଗୃହିଣୀ ଏତେ ଟଙ୍କା ଖର୍ଚ୍ଚ କରି ନେଇପାରୁ ନଥିବା ବେଳେ ତାଙ୍କର ମାସିକ ବଜେଟରେ ଏହାର ପ୍ରଭାବ ପଡିଥିବା କହିଛନ୍ତି । ସାଧାରଣତଃ ଟମୋଟ ଏମିତି ଏକ ପରିବା ଯାହାକି ସବୁ ତରକାରୀ ପାଇଁ ପ୍ରାୟତଃ ଆବଶ୍ୟକ ପଡ଼େ । ତା' ବିନା ସ୍ୱାଦ ହୀନ ହୋଇଯାଏ ତରକାରୀ। 

କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ସ୍ଥାନରେ ଗୋଟିଏ କିଲୋ ଦରକାର ସେ ଜାଗାରେ ଅଧ କିଲୋ ନେଇ ସନ୍ତୁଷ୍ଟ ହେଉଥିବାର କହିଛନ୍ତି ସାଧାରଣ ଲୋକେ। ତା'ସହ ସାଧାରଣ ପରିବା ଯେମିତି କି ବାଇଗଣ ଆଳୁ କୋବି ଇତ୍ୟାଦିର ଦର ମଧ୍ୟ ୪୦ ଟଙ୍କା ଉପରେ ସେଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ କେମିତି ଦର ନିୟନ୍ତ୍ରଣରେ ରହିବ ସେ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସାଧାରଣ ଜନତା।

ଏପଟେ ଦୋକାନୀ କହିଛନ୍ତି ଯେ ଗୋଟିଏ ଥଳିରେ ୫ରୁ୬ କେଜି ଟମାଟୋ ପଚାଶଢା ବାହାରୁଥିବା ବେଳେ ସେ କ୍ଷତିପୂରଣ ସେମାନେ ସହୁଛନ୍ତି। ସେଥିପାଇଁ ଗୋଟିଏ ଥଳିରେ ୧୪ ଶହ ରୁ ୧୭ ଶହ ଟଙ୍କାରେ କିଣୁଥିବା ବେଳେ କେମିତି ବିକ୍ରି କରିବେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଖରାପ ଟମୋଟ ତା ସହ ପରିବହନ ଏମିତି ଅନେକ ବ୍ୟବସ୍ଥା କାରଣରୁ ଦରବୃଦ୍ଧି ଘଟୁଛି। ଖୁଚୁରା ବ୍ୟବସାୟୀମାନେ ବ୍ୟାପକ ପରିମାଣରେ କ୍ଷତି ମଧ୍ୟ ସହୁଛନ୍ତି। ଯାହାକୁ ନେଇ ସେମାନେ ମଧ୍ୟ ସମସ୍ୟାରେ ପଡ଼ୁଛନ୍ତି ବୋଲି କହିଛନ୍ତି। 

ପରିବା ଦର ବୃଦ୍ଧିକୁ ନେଇ ଖୁଚୁରା ବ୍ୟବସାୟୀ ମାନେ ମଧ୍ୟ ପ୍ରଶ୍ନ କରିଛନ୍ତି। ଦର ବୃଦ୍ଧି କାରଣରୁ ବ୍ୟବସାୟ ମାନ୍ଦା ରହୁଥିବା ସୂଚନା ଦେଇଥିବା ବେଳେ କିଛି ଖୁଚୁରା ବ୍ୟବସାୟୀ ଲାଭ ତ ଛାଡ଼ନ୍ତୁ,  ମୂଳ ମଧ୍ୟ ଉଠୁନଥିବା କହିଛନ୍ତି। ପଚାଶଢା ସାଙ୍ଗକୁ ପରିବହନ, ଗାଡ଼ି ଭଡ଼ା ଆଦି ଯିବା ପରେ ଲାଭ ଅର୍ଥ ମଧ୍ୟ ଉଠୁନଥିବା ବ୍ୟବସାୟୀମାନେ କହିଛନ୍ତି।